Plus Two Students / ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଖବର... ଆଜିଠୁ ଆବେଦନ ଆରମ୍ଭ

Key Points
ଆଜିଠୁ ୧୪ ଯାଏଁ ଯୁକ୍ତ ଦୁଇ ଆବେଦନ ।
ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଖବର... ଆଜିଠୁ ୧୪ ଯାଏଁ ଯୁକ୍ତ ଦୁଇ ଆବେଦନ । ଏକାଦଶ ଶ୍ରେଣୀରେ ନାମ ଲେଖାଇବାରୁ ବଞ୍ଚିତ ହୋଇଥିବା ପିଲାଙ୍କୁ ସୁଯୋଗ ପ୍ରଦାନ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ଯୁକ୍ତ ଦୁଇ ଚତୁର୍ଥ ପର୍ଯ୍ୟାୟରେ ନାମଲେଖାଇ ହେବ । ବୁଧବାରଠୁ ସାମ୍ସ ୱେବ୍ସାଇଟ୍ରେ ନାମଲେଖା ଆବେଦନ ଆରମ୍ଭ ହେବ । ୧୪ ତାରିଖ ଯାଏଁ ଆବେଦନ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି, କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଯୁକ୍ତଦୁଇ ନାମଲେଖା ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ହେବ । ସ୍କୁଲରୁ ଦୂରରେ ରହୁଥିବା ପିଲାଙ୍କୁ ନାମଲେଖାଇବାକୁ ସୁଯୋଗ ପ୍ରଦାନ କରାଯିବ । ବୁଧବାରଠୁ ୧୪ ତାରିଖ ମଧ୍ୟରେ ସାମ୍ସ ୱେବ୍ସାଇଟ୍ ମାଧ୍ୟମରେ ଆବେଦନ କରାଯିବ । ୧୭ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୮ରୁ ୧୯ ତାରିଖ ମଧ୍ୟରେ ନାମ ଲେଖାଇବେ ।
୨୦ରୁ ୨୨ ତାରିଖ ମଧ୍ୟରେ ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିବେ । ୨୨ରେ ୱେଟିଂ ଲିଷ୍ଟରେ ଥିବା ପିଲାଙ୍କ ମେଧାତାଲିକା ପ୍ରକାଶ ପାଇବ । ଏହି ଛାତ୍ରଛାତ୍ରୀମାନେ ୨୩ରୁ ୨୪ ତାରିଖ ମଧ୍ୟରେ ନାମ ଲେଖାଇବେ । ଏନେଇ ସମସ୍ତ ସୂଚନା ସାମ୍ସ ୱେବ୍ସାଇଟ୍ www. samsodisha.gov.inରେ ଉପଲବ୍ଧ ରହିଛି ।
ଏଥିସହ ପଢ଼ନ୍ତୁ: ମାଲକାନିଗିରିରେ ମିଳିଲା ମୃତ ମହିଳାଙ୍କ କଟା ମୁଣ୍ଡ !
ସେପଟେ ଯୁକ୍ତ ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ । ମାର୍ଚ୍ଚ ୨୧ ପରିବର୍ତ୍ତେ ୨୫ରେ ସରିବ ଯୁକ୍ତ ୨ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ବାର୍ଷିକ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ନେଇ ସୂଚନା ଦିଆଯାଇଛି ।
ପୂର୍ବ ପ୍ରକାଶିତ ସୂଚୀ ଅନୁସାରେ, ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ହେଲେ ମାର୍ଚ୍ଚ ୨୧ ପରିବର୍ତ୍ତେ ୨୫ରେ ସରିବ । ଯୁକ୍ତ ୨ ପରୀକ୍ଷାର ୧୫ତମ ଦିନ ମାର୍ଚ୍ଚ ୧୧ (ବୁଧବାର) ଥିବା ପରୀକ୍ଷା ମାର୍ଚ୍ଚ ୨୩ ସୋମବାର ଅନୁଷ୍ଠିତ ହେବ । ସେହିଭଳି ପରୀକ୍ଷାର ୨୨ତମ ଦିନ ମାର୍ଚ୍ଚ ୨୧ (ଶନିବାର) ହେବାକୁ ଥିବା ପରୀକ୍ଷା ମାର୍ଚ୍ଚ ୨୫ ତାରିଖ (ବୁଧବାର) ହେବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories