Srimandir / ରତ୍ନ ଭଣ୍ଡାର ଗଣତି-ମଣତି ନେଇ ସବୁଠାରୁ ବଡ଼ ଅପ୍ଡେଟ୍

Key Points
ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ । ଶ୍ରୀମନ୍ଦିର ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ଉପରେ ପ୍ରାଥମିକ ଭାବେ ବୈଠକରେ ଆଲୋଚନା ହୋଇଛି । ଆଦର୍ଶ ଗୁରୁକୂଳ ପାଇଁ ଜମି ଅଧିଗ୍ରହଣ ନେଇ ଯେଉଁ ସମସ୍ୟା ଥିଲା ତାହା ସମାଧାନ ହୋଇଛି ।
ବୈଠକରେ ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କେବେ ହେବ, କେଉଁ ଶୁଭ ମୁହୁର୍ତ୍ତରେ ହେବ । ସେନେଇ ଆଲୋଚନା ହୋଇଛି । ପରିଚାଳନା କମିଟିରେ ଚୂଡ଼ାନ୍ତ ମାର୍ଗଦର୍ଶିକାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ।
ସେପଟେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବା ସହ ନାଟମଣ୍ଡପରେ ଧାଡ଼ି ଦର୍ଶନ, ଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସଙ୍ଗ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ, ପୁରୀବାସୀଙ୍କ ସୁବିଧା ଦର୍ଶନ ଉପରେ ମଧ୍ୟ ଆଲୋଚନା ହୋଇଛି । ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି, ଗଣତି ମଣତି ନେଇ ଚିଠା ମାର୍ଗଦର୍ଶିକା ବୈଠକରେ ଅନୁମୋଦିତ ହୋଇଛି । ଏହା ରାଜ୍ୟ ସରକାରଙ୍କୁ ପଠାଯିବ, ଅନୁମୋଦନ ମିଳିବା ପରେ ସ୍ପଷ୍ଟ ହେବ । ଗଣତି ମଣତି ବେଳେ ଯେପରି ନୀତିକାନ୍ତି ପ୍ରଭାବିତ ନ ହେବ ତାହାକୁ ଗୁରୁତ୍ବ ଦିଆଯିବ । ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ଏନେଇ ଘୋଷଣା କରାଯିବ ।
'ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ସେଟ୍ ତିଆରି ସିରିଛି, ଶୁଭ ଲଗ୍ନ ଦେଖି ଲାଗି ହେବ । ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲାଯିବ, ତିଥି ଲଗ୍ନ ଦେଖି ସ୍ଥିର କରାଯିବ । ପ୍ରବେଶ ପାଇଁ ୧୦ ଟଙ୍କା ପଡ଼ିବ, ପିଲା ଓ ଦିବ୍ୟାଙ୍ଗଙ୍କୁ ଦେୟ ପଡ଼ିବନି । ରାଜସ୍ବ ବୃଦ୍ଧି ପାଇଁ ନୁହେଁ, ରେଗୁଲେସନ ପାଇଁ ୧୦ ଟଙ୍କା ଫି' ସ୍ଥିର କାଯାଇଛି । ୪ଟି ଭକ୍ତ ନିବାସରେ ପାର୍କିଂ ଫି’ ୫ ଶହରୁ ୨୪୦ ଟଙ୍କାକୁ ହ୍ରାସ କରାଯାଇଛି ।
📱 Get Argus News App
✨Related Topics
Explore more stories