Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସରକାର ବଦଳିଲା, କୋର୍ଟ ଖୋଲିଲା

Odisha

ସରକାର ବଦଳିଲା, କୋର୍ଟ ଖୋଲିଲା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସରକାର ବଦଳିଲା, କୋର୍ଟ ଖୋଲିଲା

Key Points

  • ସରକାର ବଦଳିଲା, କୋର୍ଟ ଖୋଲିଲା
  • ନ୍ୟାୟ ପାଇଁ ସୋହେଲା କି ବରଗଡ଼ ଯିବାର ରହିବନି ଝିନଝଟ
  • ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ରିତା ସାହୁଙ୍କ ପାଇଁ ବାଟ ହୋଇଯାଇଥିଲା ବନ୍ଦ

ଅର୍ଗସ ବ୍ୟୁରୋ : ବିଜେଡି କରିନଥିଲା, ବିଜେପି କଲା । କେମିତି ଜନତା ନ୍ୟାୟ ପାଇବେ ସେନେଇ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । କାରଣ ବହୁ ପ୍ରତୀକ୍ଷାର ଓ ବାଦ ବିବାଦର ଅନ୍ତ ଘଟି ଶେଷରେ ଉଦଘାଟିତ ହୋଇଛି ବିଜେପୁର ଅଦାଲତ । ଏଣିକି ହାତ ପାହାନ୍ତରେ ନ୍ୟାୟ ସେବା ପାଇପାରିବେ ବିଜେପୁରର ଲୋକେ । ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟର ଉଦଘାଟନ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ର ଧାରୀ ସରନ୍ ସିଂ । 

କେମିତି ଭଲରେ ନ୍ୟାୟ ପାଇବେ ଲୋକେ ସେନେଇ ବିଜେପୁରରେ ତିଆରି ହୋଇଥିଲା କୋର୍ଟ । କାମ ସରିବା ପରେ ଉଦଘାଟନ ହେବା ପାଇଁ ପ୍ରସ୍ତୁତି ବି ଶେଷ ହେଲା । ନିମନ୍ତ୍ରଣ ବି ଦିଆଗଲା । କିନ୍ତୁ ଉଦଘାଟନୀ ସଭାରେ ମୁଖ୍ୟ ବିଚାରପତିଙ୍କ ସହ ଏକାଠି ବସିବାକୁ କୁଆଡେ ଜିଦ୍‌ ଧରିଥିଲେ ବିଜେପୁରର ପୂର୍ବତନ ବିଧାୟିକା ରୀତା ସାହୁ ଓ ତାଙ୍କ ସମର୍ଥକ । ଯାହାକୁ ନେଇ ହୋଇଥିଲା ବିବାଦ।  ଆଉ ଏ ଖବର ପାଇବା ପରେ ଉଦଘାଟନ କରିବାକୁ ଆସିଲେ ନାହିଁ ମୁଖ୍ୟ ବିଚାରପତି । ଏହା ପରେ ବିଜେପୁରବାସୀଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା ।

ରିତା ସାହୁଙ୍କ ପୋଷ୍ଟର ଚିରିବା ସହ ନାରାବାଜି କରିଥିଲେ ବିଜେପୁରବାସୀ । ଯାହାର ଫଳ ଦେଖିବାକୁ ମିଳିଥିଲା ୨୪ ସାଧାରଣ ନିର୍ବାଚନରେ । ବିଜେପି ପ୍ରାର୍ଥୀ ସନତ ଗଡଟିଆ ବିଜୟ ହେବା ପରେ ବିଜେପୁରରେ କେମିତି କୋର୍ଟ ଖୋଲିବ ସେନେଇ ଏବେକାର ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଅନୁରୋଧ କରିଥିଲେ । ଆଉ ଆଇନମନ୍ତ୍ରୀ ବି ଅନୁରୋଧ ରକ୍ଷାକରି କୋର୍ଟ ଉଦଘାଟନ ପାଇଁ ବ୍ୟବସ୍ଥା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଥା ହେଲା, ଯେଉଁ ରୀତା ସାହୁଙ୍କୁ ବିଜେପୁର ବାସିନ୍ଦା ଦୁଇ ଦୁଇଟି ଉପନିର୍ବାଚନରେ ରେକର୍ଡ ଭୋଟରେ ଜିତାଇଥିଲେ ତାଙ୍କ ଜନବିରୋଧୀ କାର୍ଯ୍ୟଯୋଗୁଁ ସେହି ଜନତା ଶିଖାଇଲେ ସବକ୍ । ତେବେ ଶେଷରେ ସରକାର ବଦଳିବା ସହ ବିଜେପୁରବାସୀଙ୍କୁ ହାତ ପାଆନ୍ତାରେ ନ୍ୟାୟ ମିଳିବାର ବାଟ ଖୋଲିଛି। 
 

Sponsored
Bijepur civil court | Argus News