Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜୁ ଜନତା ଦଳ ନିର୍ବାଚନ ଆଚରଣବିଧି ଉଲଂଘନ କରୁଛି -ସମୀର ମହାନ୍ତି

Smruti Parija
Browse all articles by Smruti Parija
·2 years ago·1 min read
ବିଜୁ ଜନତା ଦଳ ନିର୍ବାଚନ ଆଚରଣବିଧି ଉଲଂଘନ କରୁଛି -ସମୀର ମହାନ୍ତି

ଭୁବନେଶ୍ୱର:  ଅମିତ ଶାହାଙ୍କ ଫେକ୍ ଭିଡ଼ିଓ ଧରି ମିଥ୍ୟା ପ୍ରଚାର କରୁଛନ୍ତି ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଏକ ଫେକ୍ ଭିଡିଓ ବୁଲୁଛି । ଏହାକୁ ଆଶ୍ରା କରି ଭିଡିଓ ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତାଙ୍କ ଉପସ୍ଥିତିରେ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ଏହାକୁ ସର୍ବ ସମ୍ମୁଖକୁ ଦେଖାଇଛନ୍ତି । ଏଥିରେ ଅମିତ ଶାହା ଚିତ୍କାର କରି କହୁଛନ୍ତି ଯେ ସେ ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇ ଦେବେ । ବିଜେଡିର ଏହା ହୀନ ରାଜନୀତି ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । 

ଏପରି କରି ବିଜୁ ଜନତା ଦଳ ନିର୍ବାଚନ ଆଚରଣବିଧି ଉଲଂଘନ କରୁଛି । ଭାରତୀୟ ଜନତା ପାର୍ଟି ଆଦିବାସୀ ବିରୋଧୀ ମାନଙ୍କ ପାଇଁ ବିଧାନସଭାରେ ଲଢି ଆସିଛି ତେଣୁ ଭାରତୀୟ ଜନତା ପାର୍ଟି ନାଁ ରେ ଏଭଳି ସଙ୍ଗୀନ ଅଭିଯୋଗ ଗ୍ରହଣୀୟ ନୁହେଁ । ବିଜୁ ଜନତା ଦଳ ଏହାକୁ ପାଥେୟ କରି ଲୋକଙ୍କ ଠାରୁ ଭୋଟ୍ ଭିକ୍ଷା କରୁଛି । ଏଭଳି କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Biju Janata Dal is violating election code of conduct | Argus News