Videos
|
Odisha

କାହିଁକି ନିର୍ବାଚନ ପରେ କାର୍ଯ୍ୟକାରିଣୀ କମିଟି ପ୍ରକାଶ କଲେନି ନବୀନ ?

Smruti Parija
Browse all articles by Smruti Parija
·1 year ago·2 min read
କାହିଁକି ନିର୍ବାଚନ ପରେ କାର୍ଯ୍ୟକାରିଣୀ କମିଟି ପ୍ରକାଶ କଲେନି ନବୀନ ?

Key Points

ବିବାଦ ଘେରରେ ବିଜୁ ଜନତା ଦଳର ସଭାପତି ନିର୍ବାଚନ ?
କାହିଁକି ନିର୍ବାଚନ ପରେ କାର୍ଯ୍ୟକାରିଣୀ କମିଟି ପ୍ରକାଶ କଲେନି ନବୀନ ?
ଏଥର ସଭାପତି ନିର୍ବାଚନ ପୂର୍ବରୁ ଗଠନ ହୋଇନି କି ୮୦ ଜଣିଆ କାର୍ଯ୍ୟକାରିଣୀ କମିଟି ?
ନା ଦଳରେ ବିଦ୍ରୋହ ଆଶଙ୍କାରେ କମିଟି ପ୍ରକାଶ ନକରିବା ନବୀନଙ୍କ ନୂଆ ରଣନୀତି ?
ଏହା ନବୀନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟିକରିବ ବୋଲି ବିଶେଷଜ୍ଞଙ୍କ ମତ
କାର୍ଯକାରିଣୀ ପ୍ରକାଶ ନହେବା ସୂଚାଉ ଛି କି ନବୀନଙ୍କ ନିୟନ୍ତ୍ରଣ ବାହାରେ ଦଳ?

ଷଷ୍ଠଥର ପାଇଁ ବିଜେଡି ସଭାପତି ଭାବେ ନିର୍ବଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ନବୀନ। ତେବେ ପ୍ରଥମ ଥର ପାଇଁ ଏହି ନିର୍ବାଚନ ପ୍ରକିୟା ଆସିଛି ବିବାଦ ଘେରକୁ । ନିୟମ ଅନୁଯାୟୀ ବିଜେଡିର ୩୫୫ ଜଣିଆ ରାଜ୍ୟ ପରିଷଦ ମଧ୍ୟରୁ ୮୦ ଜଣଙ୍କୁ ନେଇ କାର୍ଯ୍ୟକାରିଣୀ ଗଠନ ହେବା କଥା। ଏହି ୮୦ କାର୍ଯ୍ୟକାରିଣୀ ସଦସ୍ୟ ହିଁ ଦଳ ସଭାପତି ନିର୍ବାଚନ କରିବା କଥା। ଏହାଛଡ଼ା ଅଧାରୁ ଅଧିକ ଜିଲ୍ଲା ସଭାପତି ସମର୍ଥନରେ ବି ସଭାପତି ନିର୍ବାଚିତ ହୋଇ ପାରିବେ ବୋଲି ନିୟମ ରହିଛି । ଏଥର ସଭାପତି ନିର୍ବାଚନ କେଉଁ ଆଧାରରେ ହେଲା ତାହା ପ୍ରଶ୍ନ ଘେରରେ ? କାରଣ ଏଥର ବିଜେଡିରେ ଏହି ୮୦ ଜଣିଆ କାର୍ଯ୍ୟକାରିଣୀ ଗଠନ ହୋଇଛି କି ନାହିଁ ତାହା ଜଣାନାହିଁ। ଯଦି କାର୍ଯ୍ୟକାରିଣୀ ଗଠନ ହୋଇଛି ତାହାହେଲେ ପୂର୍ବ ସଭାପତି ନିର୍ବାଚନଗୁଡ଼ିକ ପରି ତାହା ସଭାପତି ଘୋଷଣା ହେବା ପରେ କାହିଁକି ଦଳ ପକ୍ଷରୁ ପ୍ରକାଶ କରାଗଲା ନାହିଁ ?


ତାଲିକା ପ୍ରକାଶ କଲେ ଦଳରେ ଦେଖାଦେଇଥିବା ଅସନ୍ତୋଷ କାଳେ ବିଦ୍ରୋହର ରୂପ ନେବ ସେଥିପାଇଁ କାର୍ଯ୍ୟକାରିଣୀ ଗଠନ କରାନଯାଇ ଜିଲ୍ଲା ସଭାପତିଙ୍କ ମାଧ୍ୟମରେ ସଭାପତି ନିର୍ବାଚନ କରାଗଲା କି ? ନା ଦଳରେ ବିଦ୍ରୋହ ଆଶଙ୍କାରେ କମିଟି ପ୍ରକାଶ ନକରିବା ନବୀନଙ୍କ ନୂଆ ରଣନୀତି ? ଏମିତିରେ ତ ଦଳ ଭିତରେ ଅସନ୍ତୋଷ ଜଳ ଜଳ ହୋଇ ଦିଶୁଛି । ଯେଉଁଥିପାଇଁ 15 ଜିଲ୍ଲାରେ ସଭାପତି ଚୟନ ଏଯାଏ ହୋଇପାରି ନାହିଁ । ଯାହାକୁ କିଛି ନେତା ସ୍ୱୀକାର ବି କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯଦି କାର୍ଯ୍ୟକାରିଣୀ ଗଠନ କରାନଯାଇ ସଭାପତି ନିର୍ବାଚନ କରାଯାଇଥାଏ ତାହା ଆଗକୁ ଦଳ ପାଇଁ ଆଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ?


କାର୍ଯକାରିଣୀ ପ୍ରକାଶ ନହେବା ସୂଚାଉ ଛି କି ନବୀନଙ୍କ ନିୟନ୍ତ୍ରଣ ବାହାରେ ଦଳ? କାରଣ ପୂର୍ବରୁ ନବୀନଙ୍କ ପସନ୍ଦ ପାଣ୍ଡିଆନଙ୍କୁ ଦଳର ନେତମାନେ ଖୋଲାଖୋଲି ନାପସନ୍ଦ କରିଛନ୍ତି । ତାହା ପୁଣି ଖୋଦ୍ ନବୀନ ନିବାସ ଭିତରେ ।


ତ ଏଭଳି ସ୍ଥିତିରେ ନବୀନ ଆଗୁକୁ ଯେଉଁ କାର୍ଯ୍ୟକାରିଣୀ କମିଟି ପ୍ରକାଶ କରିବେ ତାହା ଦଳରେ ଦାନା ବାନ୍ଧିଥିବା ଅସନ୍ତୋଷକୁ କେଉଁ ରୂପ ଦେବ ତାହା ସବୁଠୁ ବଡ଼ ପ୍ରଶ୍ନ ?

biju-janata-dal-presidential-election-in-controversy | Argus News