ଜାତିଭିତ୍ତିକ ଜନଗଣନା ଦାବି କରି ଇଣ୍ଡି ମେଣ୍ଟ ରାସ୍ତାରେ ବିଜୁ ଜନତା ଦଳ

Key Points
- ୨୪ ବର୍ଷ ଶାସନରେ ଥାଇ ବି ସଂରକ୍ଷଣ ନଦେଇ ଓବିସିଙ୍କୁ କଲା ପ୍ରତାରଣା
- ଏବେ କ୍ଷମତାରୁ ଯିବା ପରେ ପଛୁଆବର୍ଗଙ୍କ ପାଇଁ ବିଜେଡିର କୁମ୍ଭୀରକାନ୍ଦଣା
- ଜାତିଭିତ୍ତିକ ଜନଗଣନା ଦାବି କରି ଇଣ୍ଡି ମେଣ୍ଟ ରାସ୍ତାରେ ବିଜୁ ଜନତା ଦଳ
- ବିଜେପିର ପ୍ରଶ୍ନ ପଞ୍ଚାୟତ ଓ ପୌର ନିର୍ବାଚନରେ କିଏ କରିଥିଲା ଓବିସିଙ୍କ ସହ ଛଳ ?
ଅର୍ଗସ ବ୍ୟୁରୋ: କ୍ଷମତାରୁ ଯିବା ପରେ ବିଜେଡିର ମନେ ପଡ଼ିଲା ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସିଙ୍କ ପାଇଁ ସଂରକ୍ଷଣ କଥା। ୨୪ ବର୍ଷ ଶାସନରେ ରହି ପଛୁଆ ବର୍ଗଙ୍କୁ ସେମାନଙ୍କର ହକ୍ ଦେଇପାରିଲେ ନାହିଁ। ଏବେ ୧୦୦ ଦିନର ବିଜେପି ସରକାର କାହିଁକି ସଂରକ୍ଷଣ ଦେଲାନି ବୋଲି ପ୍ରଶ୍ନ କରି କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା। ଖାଲି ସେତିକି ନୁହେଁ ପ୍ରସମିଟ୍ କରି ବିଜେଡି କହିଛି କୁଆଡ଼େ ଓବିସିଙ୍କ ପାଇଁ କାମ କରିବାରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ।
ଖାଲି ସେତିକି ନୁହେଁ୨୪ ନିର୍ବାଚନକୁ ଆଖି ଆଗରେ ରଖି ଗତ ବର୍ଷ ମେରୁ ଜୁଲାଇ ମାସ ମଧ୍ୟରେ ଓବିସି କମିଶନଙ୍କ ଦ୍ବାରା ଏକ ଜାତି ଜନଗଣନା ସର୍ଭେ କରାଇଥିଲେ ବିଜେଡି ସରକାର। ହେଲେ ରିପୋର୍ଟ ପ୍ରକାଶ କଲେ ନାହିଁ। ଏବେ ବିଜେପି ସରକାର ସର୍ଭେ ରିପୋର୍ଟ ପ୍ରକାଶ କରିବାକୁ ଦାବି କରିଛି ବିଜେଡି। ବିଜେଡିର ଏହି ଦୋମୁହାଁ ନୀତିକୁ ନେଇ ଘେରିଛି ବିଜେପି। ୨୪ ବର୍ଷ ଧରି ପଛୁଆ ବର୍ଗଙ୍କ ପ୍ରତି ପ୍ରତାରଣା କିର ଏବେ ବିଜେଡି ଓଲଟା ପ୍ରଶ୍ନକରିବା ହାସ୍ୟାସ୍ପଦ। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସି ବର୍ଗଙ୍କୁ ମିଳୁଥିବା ସଂରକ୍ଷଣକୁ ଷଡ଼ଯନ୍ତ୍ର କରି ବନ୍ଦ କରିଦେଲେ ବିଜେଡି ସରକାର। ଓବିସି କମିଶନଙ୍କୁ ନ୍ୟାୟିକ କ୍ଷମତା କାହିଁକି ଦେଇନଥିଲେ ନବୀନ ସରକାର ବୋଲି ପ୍ରଶ୍ନ କରିଛି ବିଜେପି ?
ଓବିସି ବର୍ଗଙ୍କୁ ତାଙ୍କ ହକ୍ ଓ ଅଧିକାର ପାଇଁ ପୂର୍ବ ସରକାର ସମୟରେ ବାରମ୍ବାର ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହେଲେ କୌଣସି ପଦକ୍ଷେପ ନେଲେନାହିଁ ନବୀନ।
ରାଜ୍ୟ ଜନସଂଖ୍ୟାର 54 ପ୍ରତିଶତ ପଛୁଆ ବର୍ଗ। ସମ୍ବିଧାନ ଅନୁସାରେ ସରକାରୀ ଚାକିରି ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଓବିସିଙ୍କ ପାଇଁ 27 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବା କଥା। ହେଲେ ହାଇକୋର୍ଟ ମୋଟ୍ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଶେଷ କ୍ଷେତ୍ରରେ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରାଯାଇପାରିବ । ତେବେ 2017ରେ ଏନେଇ ସୁପ୍ରିମକୋର୍ଟରେ ଏକ ଲିଭ୍ ପିଟିସନ୍ ଦାଖଲ କରି ଚୁପ୍ ବସିଯାଇଥିଲେ ନବୀନ ସରକାର। ଏମିତି କି ମାମଲା ଲଢିବାକୁ ଓକିଲ ବି ଦେଲେନାହିଁ। ଆଉ ଏବେ ହାତରୁ କ୍ଷମତା ପଳାଇବା ପରେ ପଛୁଆ ବର୍ଗଙ୍କ ପାଇଁ ବିଜେଡି କାନ୍ଦୁଛି କୁମ୍ଭୀର କାନ୍ଦଣା। ଏଥିସହ ଜାତିଭିତ୍ତିକ ଜନଗଣନା ଦାବି କରି ଇଣ୍ଡି ମେଣ୍ଟର ସ୍ବରରେ ସ୍ବର ମିଳାଇଛି ବିଜେଡି। ଯାହାକି ଇଣ୍ଡି ମେଣ୍ଟ ପ୍ରତି ବିଜେଡିର ବଢୁଥିବା ଦୁର୍ବଳତାର ମଧ୍ୟ ସଂକେତ ଦେଇଛି।