biju naveen foundation / ହାଇକୋର୍ଟରେ ପହଞ୍ଚିଲା ବିଜୁ-ନବୀନ ଇନସପିରେସନାଲ୍ ଫାଉଣ୍ଡେସନ୍ ବିବାଦ, ନିରପେକ୍ଷ ତଦନ୍ତ ଦାବି
·6 months ago·2 min read

Key Points
ବିଜୁ-ନବୀନ ଇନସପିରେସନାଲ୍ ଫାଉଣ୍ଡେସନ୍ ବିବାଦ
ହାଇକୋର୍ଟରେ ପହଞ୍ଚିଲା ବିବାଦ
ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି
ତଦନ୍ତ ପାଇଁ ହାଇକୋର୍ଟରେ ହେଲା ଆବେଦନ
ଆବେଦନ କଲେ ବରିଷ୍ଠ ଆଇନଜୀବୀ ଶିବଶଙ୍କର ମହାନ୍ତି

ହାଇକୋର୍ଟରେ ପହଞ୍ଚିଲା ବିଜୁ-ନବୀନ ଇନସପିରେସନାଲ୍ ଫାଉଣ୍ଡେସନ୍ ବିବାଦ । ତଦନ୍ତ ପାଇଁ ହାଇକୋର୍ଟରେ ହେଲା ଆବେଦନ । ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶିବଶଙ୍କର ମହାନ୍ତି କରିଛନ୍ତି ଆବେଦନ। ଏହି ଟ୍ରଷ୍ଟର କାର୍ଯ୍ୟକଳାପରେ ସ୍ୱଚ୍ଛତା ନାହିଁ ଏବଂ ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ କରି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି।
ବିଜୁ ନବୀନ ଇନସପିରେସନାଲ୍ ଫାଉଣ୍ଡେସନର ଗଠନ ଓ ଏହାର ପାଣ୍ଠି ସଂଗ୍ରହକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ଟ୍ରଷ୍ଟର ସଭାପତି ଭାବେ ଭି. କାର୍ତ୍ତିକେୟ ପାଣ୍ଡିଆନ, ସମ୍ପାଦକ ଭାବେ ସଂତୃପ୍ତ ମିଶ୍ର ଏବଂ ଅନ୍ୟତମ ଟ୍ରଷ୍ଟି ଭାବେ ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ରହିଛନ୍ତି । ଆବେଦନକାରୀ ଦର୍ଶାଇଛନ୍ତି ଯେ, ଏକ NGO ହୋଇଥିବା ସତ୍ତ୍ୱେ ଏହି ଫାଉଣ୍ଡେସନ ଏକ ନିର୍ଦ୍ଦିଷ୍ଟ ଆଞ୍ଚଳିକ ରାଜନୈତିକ ଦଳ ସହ ଘନିଷ୍ଠ ଭାବେ ଜଡ଼ିତ।
ଆବେଦନକାରୀ ଶିବଶଙ୍କର ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ସମୟରେ ଏହି ଟ୍ରଷ୍ଟ ହଠାତ୍ ଚର୍ଚ୍ଚାକୁ ଆସିଥିଲା । ଏଥିସହ ନିର୍ବାଚନ ସତ୍ୟପାଠରେ ଏହି ଟ୍ରଷ୍ଟ ସହ ଜଡ଼ିତ ଥିବା ତଥ୍ୟକୁ ଲୁଚାଯାଇଥିବା ସନ୍ଦେହ କରାଯାଉଛି । ବେସରକାରୀ ସଂସ୍ଥାଗୁଡ଼ିକଠାରୁ ରାଜନୈତିକ ପ୍ରତିପତ୍ତି ବିସ୍ତାର ପାଇଁ ଅର୍ଥ ସଂଗ୍ରହ କରିବା ନିମନ୍ତେ ଏହି ଟ୍ରଷ୍ଟକୁ ଏକ ମାଧ୍ୟମ ଭାବେ ବ୍ୟବହାର କରାଯାଉଥିବା ଆଶଙ୍କା କରାଯାଇଛି।
ହାଇକୋର୍ଟରେ ଦାଖଲ ଆବେଦନରେ କ୍ରାଇମବ୍ରାଞ୍ଚ ଓ ଅର୍ଥନୈତିକ ଅପରାଧ ଶାଖା ବା EOW ଦ୍ୱାରା ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଛି । ଟ୍ରଷ୍ଟର ଆର୍ଥିକ କାରବାର ଓ ଦାନ ସମ୍ପର୍କିତ ଏକ ଫୋରେନସିକ ଅଡିଟ୍ । ରାଜନୈତିକ କିମ୍ବା ନିର୍ବାଚନୀ ଉଦ୍ଦେଶ୍ୟରେ ଟ୍ରଷ୍ଟର ଅର୍ଥ ବ୍ୟବହାର ହେଉଛି କି ନାହିଁ ତାହାର ଯାଞ୍ଚ । ଏହି ମାମଲାରେ ରାଜ୍ୟ ସରକାର, ପୋଲିସ ମହାନିର୍ଦ୍ଦେଶକ, ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପକ୍ଷଭୁକ୍ତ କରାଯାଇଛି । ବିଜେଡିର ସମ୍ପତ୍ତି ହଡ଼ପ ପାଇଁ ଚାଲିଛି ବଡ଼ ଯୋଜନା । ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପୁର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୀର୍ଘ ୨୮ବର୍ଷ ଧରି ଦିନରାତି ପରିଶ୍ରମ କରିଥିବା ବିଜୁ ଜନତା ଦଳର କର୍ମୀ-ନେତାମାନଙ୍କୁ କ’ଣ ଶେଷରେ ଏଭଳି ଧୋକା ମିଳିବାର ଥିଲା କି? ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ନବୀନବାବୁ ନିଜେ କହିଥିଲେ ଯେ ତାଙ୍କର ଉତ୍ତରାଧିକାରୀ ଓଡ଼ିଶାବାସୀ ଚୟନ କରିବେ, କିନ୍ତୁ ଭଣ୍ଡ ସନ୍ୟାସୀ ହାତରେ ସାମ୍ରାଜ୍ୟ ଟେକି ଦେବା ପଛରେ କ’ଣ ଷଡ଼ଯନ୍ତ୍ର ରହିଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ।
Related Topics
Explore more stories