ଅଧପନ୍ତରିଆ ଭାବେ ପଡି ରହିଛି ବିଜୁସେତୁ

Key Points
ବାଟବଣା ବିଜୁ ସେତୁ ଯୋଜନା
୭ ବର୍ଷ ହେଲା ଅଧପନ୍ତରିଆ ଭାବେ ପଡି ରହିଛି ବିଜୁସେତୁ
ପୂର୍ବ ସରକାରର ମନମାନି ପାଇଁ ନର୍କ ଯନ୍ତ୍ରଣା ଭୋଗୁଛନ୍ତି 3ଟି ବ୍ଳକର ଲୋକେ
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ମୁସାମାରି ଠାରୁ ସାନମଣିଦା ରାସ୍ତାରେ ଜମ୍ଭିରା ନଦୀ ଉପରେ ୨୦୧୮-୧୯ ମସିହାରେ ୯ କୋଟି ୭୪ ଲକ୍ଷ ବ୍ୟୟ ବରାଦରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ବିଜୁସେତୁ ଯୋଜନାରେ ନିର୍ମାଣ ହେଇଥାନ୍ତି ।
ରାସଗୋବିନ୍ଦପୁରରେ ବ୍ଲକ, ଡାକ୍ତରଖାନା, ଥାନା, ତହସିଲ, କଲେଜ, ବଜାର ଆଦି ଥିବାରୁ ଅଞ୍ଚଳବାସୀ ରାସଗୋବିନ୍ଦପୁର ଉପରେ ନିର୍ଭରଶୀଳ। ଅଞ୍ଚଳବାସୀଙ୍କ ଯିବା ଆସିବାର ମୁଖ୍ୟରାସ୍ତା ଏହି ପୋଲ। ନଚେତ୍ ୧୭ କିଲୋମିଟର ବୁଲିକି ଯିବାକୁ ପଡ଼େ। ଏହି ପୋଲ ଉପରେ ରାସଗୋବିନ୍ଦପୁର, ମୋରଡ଼ା ଓ ପୋଡଶୀ ବାଲେଶ୍ଵର ଜିଲ୍ଲାର ବସ୍ତା ବ୍ଲକ ପରି ତିନୋଟି ବ୍ଲକର ଲୋକେ ନିର୍ଭର କରନ୍ତି। ବର୍ଷା ଦିନେ ଲୋକେ ଜୀବନକୁ ବାଜି ଲଗାଇ ଡଙ୍ଗା କିମ୍ବା ଡୁଙ୍ଗି ସହାୟତାରେ ନଦୀ ପାର ହୁଅନ୍ତି। ଖରାଦିନେ ଏହି ଅସ୍ଥାୟୀ ପୋଲ ସାହାଭରସା। ଅଞ୍ଚଳବାସୀ ନିଜ ଉଦ୍ୟମରେ ଏହି ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି।
ପୂର୍ବ ସରକାରଙ୍କ ଉଦାସୀନତା ଲୋକଙ୍କ ପାଇଁ ସାଜିଛି କାଳ। ସରକାର ବଦଳିଛି ଲୋକେ ଲୋକଙ୍କ ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି। ରାସଗୋବିନ୍ଦପୁର ଜନ ଶୁଣାଣିରେ ଅଞ୍ଚଳବାସୀ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଭରସା ରଖିଛନ୍ତି ପୋଲ କାର୍ଯ୍ୟ ତୁରନ୍ତ ସମାପ୍ତ ହେବ।

