ଦୁଇ ବାଇକ ମୁହାଁମୁହିଁ ଧକ୍କା
·2 years ago

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ମଡର୍ଣ୍ଣ ପବ୍ଲିକ ସ୍କୁଲ ପାଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ରେଙ୍ଗାଲି ଦେଇ ବନ୍ଧବାହାଲ ଏବଂ ବନ୍ଧବାହାଲ ଦେଇ ରେଙ୍ଗାଲି ଆସିଥିବା ବେଳେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଛି । ଉଭୟଙ୍କ ଅବସ୍ଥା ଶଙ୍କଟାପନ୍ନା ଥିବାବେଳେ ପ୍ରଥମେ ରେଙ୍ଗାଲି ପ୍ରାଥମିକ ଚିକିତ୍ସାଳୟରେ ପରେ ବୁର୍ଲା ବଡ଼ ମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ରେଙ୍ଗାଲି ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଆହତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି । ହେଲେ ବାରମ୍ବାର ଏହି ରାସ୍ତା ଦେଇ ବଡ଼ ବଡ଼ ଗାଡି ଯାଉଥିବାରୁ ମଧ୍ୟ ଏହି ଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
