Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବ୍ରିଜ ତଳକୁ ଖସିଲା ବାଇକ, ଜଣେ ଗୁରୁତର

Ritu Das
Browse all articles by Ritu Das
·1 year ago·1 min read
ବ୍ରିଜ ତଳକୁ ଖସିଲା ବାଇକ, ଜଣେ ଗୁରୁତର

ବାଇକ ସହ ତିରିଶି ଫୁଟ ବ୍ରିଜ ତଳକୁ ଖସି ବର୍ତ୍ତିଗଲେ ପୁରା ପରିବାର। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଖାରିଗୁଡା ଗାଁ ନିକଟ ବ୍ରିଜ ଉପରୁ ଖସିଲା ବାଇକ। ମା ଗୁରୁତର ହୋଇଥିବାବେଳେ ବାପା ଓ ଝିଅ ଆହତ ହୋଇଛନ୍ତି। ଗୁରୁତର ଓ ଆହତ ମାନଙ୍କ ଘର ବଡ଼ଗଡ଼ ଥାନା ବଟପଡିଆ ଗ୍ରାମରେ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ସନାତନ ଏକ ବାଇକରେ ପତ୍ନୀ ଓ ଝିଅକୁ ଧରି ମାର୍କେଟିଙ୍ଗ କରିବା ପାଇଁ ସୋରଡ଼ା ସହରକୁ ଆସିଥିଲେ। କାମ ସାରି ଘରକୁ ଫେରିବା ବେଳେ ଖାରୀଗୁଡା ଗାଁ ନିକଟ ଜରାଉ ବ୍ରିଜ ଉପରେ ଦୁର୍ଘଟଣା ଘଟିଥିଲା।


ଭରସାମ୍ୟ ହରାଇ ବାଇକ ସହ ବାପା,ମା ଓ ଝିଅ ତିନିଜଣ ଯାକ ତିରିଶି ଫୁଟ ତଳକୁ ଖସି ପଡ଼ିଥିଲେ। ବାପାଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ବ୍ରିଜ ତଳକୁ ଯାଇ ଉଦ୍ଧାର କରିଥିଲେ। ପରେ ସୋରଡ଼ା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଓ ଆହତଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ମା'ଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର। ଅନ୍ୟପଟେ ବାଇକ୍‌କୁ ଜବତ କରି ଦୁର୍ଘଟଣା କିଭଳି ଘଟିଲା ତାହାର ତଦନ୍ତ କରୁଛି ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bike-falls-off-bridge-one-seriously-injured | Argus News