|
logo
Live

Argus News - ଅଟୋକୁ ପିଟିଲା ବାଇକ୍, 9 ଗୁରୁତର

Odisha

ଅଟୋକୁ ପିଟିଲା ବାଇକ୍, 9 ଗୁରୁତର

Smruti Parija
Browse all articles by Smruti Parija
·2 years ago·1 min read
ଅଟୋକୁ ପିଟିଲା ବାଇକ୍, 9 ଗୁରୁତର

ବୌଦ୍ଧ: ଅଧାରେ ରହିଲା ମନ୍ଦିର ଦର୍ଶନ । ବାଇକ-ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲେଇସିଙ୍ଗ ଗ୍ରାମର ଗୋଟିଏ ପରିବାର ୮ଜଣ ସଦସ୍ୟ ଅଟୋ ଯୋଗେ ଜହ୍ନାପଙ୍କ ଶିବ ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ । ହେଲେ ଦଇବର ବିଧାନ କିଛି ଅଲଗା ଥିଲା । ଦର୍ଶନ ପାଇଁ ବଘିଆପଡା-ଜହ୍ନାପଙ୍କ ରାସ୍ତାରେ ଯାଉଥିବା ବେଳେ ଆଧା ବାଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଳଗରି ଗ୍ରାମ ନିକଟରେ ଅଟୋକୁ ଧକ୍କା ଦେଇଥିଲା । 

ଜଗା ଡାକରା ଆସିଥିଲା, ହେଲେ....

ଫଳରେ ଅଟୋରେ ବସିଥିବା ୮ଜଣ ଯାତ୍ରୀ ଓ ବାଇକ ଅରୋହୀ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ୯ଜଣ ଯାତ୍ରୀଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଦୁଇଜଣ ମହିଳା ଓ ବାଇକ ଅରୋହୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପଟେ ବାଇକ ଆରୋହୀ ଜଣକ ହେଲେ ଟିକରପଡା ପଞ୍ଚାୟତ ବୁରଗରା ଗ୍ରାମର ବବୁଲ ଖଟୁଆ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅଟୋକୁ ପିଟିଲା ବାଇକ୍, 9 ଗୁରୁତର | Argus News