Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଇକ ରାଇଡର ସନ୍ଦୀପ କୁମାର ଦାସଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ

Smruti Parija
Browse all articles by Smruti Parija
·10 months ago·1 min read
ବାଇକ ରାଇଡର ସନ୍ଦୀପ କୁମାର ଦାସଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ

Key Points

ବାଇକ ରାଇଡରଙ୍କ ସନ୍ଦେହ ଜନକ ମୃତ୍ୟୁ

ସନ୍ଦୀପ କୁମାର ଦାସଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ

ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ତଦନ୍ତ କରୁଛି ପୋଲିସ

ବାଇକ ରାଇଡରଙ୍କ ସନ୍ଦେହ ଜନକ ମୃତ୍ୟୁ । ବାଇକ ରାଇଡିଂକୁ ନିଜ ନିଶା ବନାଇଥିବା ସନ୍ଦୀପ କୁମାର ଦାସଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଦେଖାଦେଇଛି । ପୁନାମା ଗେଟ ନିକଟ ରେଲୱେ କ୍ରସିଂ ଉପରୁ ମିଳିଛି ସନ୍ଦୀପଙ୍କ କ୍ଷତବିକ୍ଷତ ମୃତଦେହ । ଖବର ପାଇ GRP ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ଆତ୍ମହତ୍ୟା ନେଇ ସନ୍ଦେହ କରୁଥିବାବେଳେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେପଟେ ଇଂଷ୍ଟାଗ୍ରାମରେ ଭିଡିଓ ବନାଇ ଲୋକଙ୍କ ମନୋରଞ୍ଜନ କରୁଥିବା ସନ୍ଦୀପଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ ।


ପାରିବାରିକ ଝଗଡା ନା ଆର୍ଥିକ ସମସ୍ୟା କିମ୍ବା ପ୍ରେମରେ ଧୋକା ? ଏସବୁକୁ ନେଇ ଚାଲିଛି ଖୋଳତାଡ଼ । ସନ୍ଦୀପ କରିଥିବା ଶେଷ କଲ୍ କୁ ମଧ୍ୟ ଯାଞ୍ଚ କରୁଛି ପୋଲିସ । ରେଳ ଲାଇନ୍ ରେ ପଡ଼ିଛି ଯୁବକଙ୍କ ମୃତଦେହ । ପଳାସପଲ୍ଲୀ ବ୍ରିଜ ଉପରେ ଯୁବକଙ୍କ ଗାଡି ରହିଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚିଛି ଜିଆରପି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bike-rider-sandeep-kumar-das-suspicious-death-argus-news | Argus News