ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଗିରଫ ହେଲେ କୋଟିପତି ତହସିଲଦାର ବାବୁ
·1 year ago·1 min read

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା। ଗିରଫ ହେଲେ କୋଟିପତି ତହସିଲଦାର ବାବୁ। ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓଡ଼ିଶା ଭିଜିଲାନ୍ସ। ନିଜ ଆୟ ଠାରୁ ୨୦୪ ପ୍ରତିଶତ ଅଧିକ ଆୟ କରିଥିଲେ କୋଟିପତି ତହସିଲଦାର ବାବୁ। ତାଙ୍କ ନିକଟରୁ ଅଢେଇ କୋଟି ଟଙ୍କାର ଦୁଇଟି ଫ୍ଲାଟ୍ ଓ ଗୋଟିଏ ଦାମିକିଆ ଫ୍ଲାଟ୍ ଠାବ କରାଯାଇଛି। ଏହା ସହ ୨ ଟି ପ୍ଲଟ, ୯୩୭ ଗ୍ରାମ ସୁନା, ୧.୧୨ କୋଟି ଟଙ୍କା ଜମାରାଶି ଆଦି ଠାବ କରିଛି ଭିଜିଲାନ୍ସ।
ବେଆଇନ ଭାବେ ଅର୍ଜନ କରିଥିବା ତହସିଲଦାର ବାବୁଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଦେଢ଼ କୋଟି ଟଙ୍କା ଜବତ କରାଯାଇଛି। ଏହା ଉଭୟ ବ୍ୟାଙ୍କ ଓ ପୋଷ୍ଟାଲରେ ଜମା କରିଥିଲେ କୋଟିପତି ତହସିଲଦାର ବାବୁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ମଙ୍ଗଳବାର ଦିନ ଭିଜିଲାନ୍ସ ଟିମ୍ କୋଟିପତି ତହସିଲଦାର ବାବୁଙ୍କ ଘର, ସମ୍ପର୍କୀୟଙ୍କ ଘର, ଅଫିସ ଆଦି ୭ ଟି ସ୍ଥାନରେ ଚଢ଼ାଉ କରିଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: