ବିମଳାଙ୍କ ଷୋଡଶ ଦିନାତ୍ମକ ପୂଜା

Key Points
ବିମଳାଙ୍କ ଷୋଡଶ ଦିନାତ୍ମକ ପୂଜା
ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା
ମୂଳଷ୍ଟମୀ ଅବସରରେ ମାଆଙ୍କ ସହସ୍ରା କୁମ୍ଭାଭିଷେକ
ଚଳଚଞ୍ଚଳ ଶକ୍ତି ପୀଠ । ଆଜିଠୁ ଆରମ୍ଭ ହୋଇଛି ଜଗତଜନନୀ ମାଆ ଦୁର୍ଗାଙ୍କ ଷୋଡ଼ଶ ଉପଚାର ପୂଜା । ମୁଳାଷ୍ଟମୀ ଅବସରରେ ଗଜପତିଙ୍କ ଶ୍ରୀନଅରରୁ ଆରମ୍ଭ ହୋଇଛି ଷୋଳପୂଜାର ବିଧି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି ଶୋଳପୂଜା ପାଇଁ ଆଚାର୍ଯ୍ୟବରଣ କରାଯାଇଛି। ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ଆଜି ଶ୍ରୋତ୍ରୀୟ ବ୍ରାହ୍ମଣ, ମୁକ୍ତିମଣ୍ଡପ ବ୍ରାହ୍ମଣ ଓ ଶାସନ ବ୍ରାହ୍ମଣଙ୍କୁ ଡ଼ାକି ବରଣ କରିବା ସହ ବସ୍ତ୍ର ଦାନ କରି ବିଭିନ୍ନ ପୀଠରେ ନିଯୁକ୍ତି କରିଛନ୍ତି। ଏହି ଆଚାର୍ଯ୍ୟ ମାନେ ଆଜିଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ତିପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ।
ସେହିପରି କଟକର ଆରାଧ୍ୟ ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ମାଙ୍କ ଷୋଡଶ ଉପଚାର ପୂଜା । ଦଶହରାକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ମାଙ୍କର ଏହି ପୂଜା ଯଥାରୀତି ଅନୁସାରେ ଆରମ୍ଭ ହୋଇଛି । ଏହା ସହ କଟକରେ ଥିବା ମା ଙ୍କ ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ଶରତ କାଳୀନ ଷୋଡଶ ଉପଚାର ପୂଜା ।