Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାପ ଦେଇଛି ପରିଚୟ,ଚର୍ଚ୍ଚାରେ ଭଦ୍ରକର ଯୁବ ରାପର ବିନୟ ପାଢୀ

Sangram Tripathy
Browse all articles by Sangram Tripathy
·1 year ago·2 min read
ରାପ ଦେଇଛି ପରିଚୟ,ଚର୍ଚ୍ଚାରେ ଭଦ୍ରକର ଯୁବ ରାପର ବିନୟ ପାଢୀ

ଅର୍ଗସ ବ୍ୟୁରୋ:ତାଙ୍କ ପାର ଶୁଣିଲେ ଆପଣ ବି ଘଡିଏ ଅଟକି ଯିବେ,ଯେମିତି ପଦକୁ ପଦ ଛନ୍ଦା ଯାଇଛି ଯାହାର କାନରେ ବାଜିବ ସେ ବି ଅଟକିଯିବ, ଆଉ ଦୁଇଧାଡି ଶୁଣିବାକୁ,ଏବେ ଟ୍ରେଣ୍ଡ ବଦଳିଛି କେବଳ ଡାକ୍ତର,ଇଞ୍ଜିନିୟର କି ରାଜନେତା ନୁହେଁ ରାପକୁ ମଧ୍ୟ ନିଜ କ୍ୟାରିୟର ଭାବେ ବାଛୁଛନ୍ତି ଯୁବପିଢି। ତାର ଉଦାହରଣ ତ ଆପଣଙ୍କ ସାମ୍ମାରେ। ନିଜ ମାଟିକୁ ନେଇ ଯେତେବେଳେ ଜଣେ କଳାକାର ତାର ରାପ ମାଧ୍ୟମରେ ଛନ୍ଦି ଦିଏ ନିଜେ ଆନ୍ଦାଜରେ,ସତରେ ସଭିଏଁ ତାଙ୍କ ରାପ ଶୁଣି ଖୁସିବ୍ୟକ୍ତ କରନ୍ତି। ଏ ରାପର ଜଣକ ନିଜର ନିଆରା ଷ୍ଟାଇଲ୍ ସାଙ୍ଗକୁ  ନିଜ ମାଟିର କଥାବସ୍ତୁକୁ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି,ଯାହା ପ୍ରମାଣ କରୁଛି ରାପର ଜଣଙ୍କ ମାଟିକୁ କେତେ ଭଲ ପାଆନ୍ତି। ଆଉ ଚର୍ଚ୍ଚାରେ ରହିଛନ୍ତି ଭଦ୍ରକର ଯୁବ ରାପର ବିନୟ ପାଢୀ। ଭଦ୍ରକ ଜିଲ୍ଲାର କଥା,ଗାଥା,ଗରିମା,ଇତିହାସକୁ ନେଇ ଗୀତ ଗାଇ ନିଜ ଜିଲ୍ଲାର ଗର୍ବ ଗୌରବର ବଢ଼ାଇଛନ୍ତି ବିନୟ.ନିକଟରେ ଭୁବନେଶ୍ଵରରେ ଶେଷ ହୋଇଥିବା ରାପ ବ୍ୟାଟେଲ ପ୍ରତିଯୋଗିତାରେ ଭାଗ ନେଇ ରାପର ଗୀତ ଗାଇ  ସେ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରତିଯୋଗିତାକୁ ପଛରେ ପକାଇ ଚମ୍ପିୟାନ ମଧ୍ୟ ହୋଇଛନ୍ତି। କେବଳ ସେତିକି ନୁହେଁ ଏ ରାପ କୁଆଡେ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଛି,ଅସମୟରେ ସାଥିରେ ଅଛି ତାକୁ ଆଗକୁ ଯିବାକୁ ବାଟ କଢାଇଛି ବୋଲି କୁହନ୍ତି ରାପର ଜଣଙ୍କ

ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ଅଶ୍ୱନୀ ପାଢ଼ୀ ଓ ଉଷା ପାଢ଼ୀଙ୍କ ବଡ଼ ପୁଅ ହେଉଛନ୍ତି ବିନୟ ପାଢ଼ୀ. ୨୨ ବର୍ଷ ବୟସରେ ତାଙ୍କର ପ୍ରତିଭା ଦେଖୁଛି ସାରା ଓଡ଼ିଶା। ଏବେ ରାପ ଲେଖିବା ସହିତ ରାପ ଗୀତ ଗାଇ ଚର୍ଚ୍ଚାରେ ରହିଛନ୍ତି ବିନୟ। ତାଙ୍କ ରାପ ମାଧ୍ୟମରେ ସେ ସଭିଙ୍କୁ ଅନେକ କଥା ଶିଖାଇଦେଇଗଲେ,ଭାଗନି ପଇସା ପଛରେ କର୍ମ କର ପଇସା ତୋ ପଛରେ ଅର୍ଥାତ ଆପଣମାନେ ପଇସା ପଛରେ ନଗୋଡାଇ କର୍ମ କର ପଇସା ତୁମ ପଛରେ ଗୋଡାଇବ। ସତରେ ଏଇ ବୟସରେ ଗୀତରେ ଗୀତରେ ସେ ସମାଜକୁ ଅନେକ କଥା ଶିଖାଇ ଦେଉଛନ୍ତି। 
ବର୍ତ୍ତମାନ ଯୁଗର ଯୁବ ପୀଢ଼ି ମାନେ ରାପ ଗୀତ କୁ ପସନ୍ଦ କରୁଛନ୍ତି. ତେଣୁ ସେ ଏହି ରାପ ଗୀତ ପ୍ରତି ମନ ବଳାଇଛନ୍ତି. ବର୍ତ୍ତମାନ ସୁଦ୍ଧା ୫ଟି ଅଧିକ ଗୀତକୁ ରାପ କରି ସାରିଛନ୍ତି. କିନ୍ତୁ ଜିଲ୍ଲା କୁ ନେଇ ଗାଇଥିବା ଏହି ରାପ ଗୀତଟି ମୋତେ ବହୁତ ଖୁସି ଆଣି ଦେଇଛି ବୋଲି କହିଛନ୍ତି.ବିନୟ। ତେବେ ଯୁବ ରାପର ବିନୟ  କିନ୍ତୁ ସଭିଙ୍କୁ ଗୋଟିଏ ଅନୁରୋଧ ମଧ୍ୟ କରିଛନ୍ତି ଅଭିଭାବକ ମାନେ ତାଙ୍କ ପିଲାମାନଙ୍କ ରୁଚିକୁ ଲକ୍ଷ୍ୟକରି ତାଙ୍କୁ ଆଗକୁ ଯିବା ଉତ୍ସାହିତ କରିବା ଉଚିତ୍,ଏବେ ସଭିଙ୍କ ମୁହଁରେ ରାପର ବିନୟଙ୍କ ରାପ ସଙ୍ଗ ସଙ୍ଗ

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Binaya Padhi, the young rapper of Bhadrak, introduced the rap | Argus News