Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Update / ବିଷାକ୍ତ ପାଲଟୁଛି ବିନ୍ଦୁ ସାଗର, ମୁଣ୍ଡରେ ପାଣି ଛିଞ୍ଚିବାକୁ ଡରିଲେଣି ତୀର୍ଥଯାତ୍ରୀ

Banajyotshna Ray
Browse all articles by Banajyotshna Ray
·9 months ago·1 min read
ବିଷାକ୍ତ ପାଲଟୁଛି ବିନ୍ଦୁ ସାଗର, ମୁଣ୍ଡରେ ପାଣି ଛିଞ୍ଚିବାକୁ ଡରିଲେଣି ତୀର୍ଥଯାତ୍ରୀ

Key Points

ରାଜଧାନୀର ପୁଷ୍କରିଣୀରେ ବିଷ
ବିଷାକ୍ତ ପାଲଟୁଛି ବିନ୍ଦୁ ସାଗର
ମୁଣ୍ଡରେ ପାଣି ଛିଞ୍ଚିବାକୁ ଡରିଲେଣି ତୀର୍ଥଯାତ୍ରୀ

ପୁରୁଣା ଭୁବନେଶ୍ୱରର ପ୍ରାଣ ବିନ୍ଦୁ ସାଗର । ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡ଼ିତ ଏହି ପୁଷ୍କରିଣୀ ଆଜି ଅଳିଆ ଆବର୍ଜନାରେ ଭର୍ତ୍ତି । ଏବେ ପୁଣି ଆରମ୍ଭ ହୋଇସାରିଛି ପିତୃପକ୍ଷ, ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ ଅର୍ପଣ ପାଇଁ ଭିଡ଼। ମନ୍ଦିର ମାଳିନୀ ସହର ଭୁବନେଶ୍ବରର ପ୍ରତ୍ୟେକ ଦେବାଦେବୀଙ୍କ ପୀଠରେ ପୂଜାନୀତି ପାଇଁ ପୁଷ୍କରିଣୀ ରହିଛି। ପୂଜାବିଧି ବ୍ୟତୀତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହାକୁ ପବିତ୍ର ମନେ କରି ସ୍ନାନ କରିଥାନ୍ତି। ଏହାଦ୍ବାରା ପୂଣ୍ୟ ପ୍ରାପ୍ତି ହେବା ସହ ନାନାଦି ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି। କିନ୍ତୁ ପୁଷ୍କରିଣୀର ପ୍ରଦୂଷିତ ଜଳ ଏବଂ ପରିଚ୍ଛନ୍ନତାକୁ ନେଇ ଶ୍ରଦ୍ଧାଳୁ ନାକ ଟେକୁଛନ୍ତି।

ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ପ୍ରତ୍ୟେକ ଦିନ ବିନ୍ଦୁସାଗରକୁ ହଜାର ହଜାର ଲୋକେ ଆସୁଛନ୍ତି। ପୁଷ୍କରିଣୀ କୁଢ କୁଢ ଅଳିଆ ଆବର୍ଜ୍ଜନା, ବାସୀଫୁଲ, ଦଳରେ ଭର୍ତ୍ତି ହୋଇଥିବା ବେଳେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ନାମକୁ ମାତ୍ର ଭୁବନେଶ୍ଵର ମହାନଗର ନିଗମ ହାତଗଣତି କର୍ମଚାରୀଙ୍କୁ ପୁଷ୍କରିଣୀ ପରିଷ୍କାର ପାଇଁ ନିୟୋଜିତ କରିଥିବା ବେଳେ ସଠିକ୍ ଢଙ୍ଗରେ କାମ ହେଉନାହିଁ। ଶ୍ରଦ୍ଧାଳୁ ମାନେ ପିଣ୍ଡଦାନ ପରେ ବାହାରୁଥିବା ଅଳିଆ ଆବର୍ଜ୍ଜନାକୁ ଏଣେତେଣେ ଫିଙ୍ଗିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି।

କୁହାଯାଏ ସ୍ଵଚ୍ଛତା ସୌନ୍ଦର୍ଯ୍ୟତାର ପ୍ରଥମ ସୋପାନ। ପରିଷ୍କାର ପରିଚ୍ଛନ୍ନତା ସହ ସ୍ଵଛ ଭୁବନେଶ୍ଵର ଗଠନ ପାଇଁ ପ୍ରଶାସନିକ ହେଉ ଅବା ନାଗରିକ ସ୍ତରରେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Update | Bindu Sagar Turns Toxic, Pilgrims Fear to Sprinkle Sacred Water | Argus News | Argus News