ଅଗଷ୍ଟ ପହିଲାରୁ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ,ଡେରିରେ ଆସିଲେ କଟିବ ଦରମା

ଅର୍ଗସ ବ୍ୟୁରୋ:୧୧ଟା ପରେ ଅଫିସ୍ ଆସିଲେ କଟିବ ଦରମା,ଦିନକୁ ସାଢେ ସାତଘଣ୍ଟା କାମ କରିବା ବାଧ୍ୟତାମୂଳକ,ଏଥିରେ କଲେ ଖିଲାପ ଦରମା କଟିବ ଥୟ। ଅର୍ଥବିଭାଗରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ,ସବୁ କର୍ମଚାରୀଙ୍କ ପାଇ ଅଫିସ୍ ଇନ୍ ଅଫିସ୍ ଆଉଟ୍ ଟାଇମ୍ କରାଯିବ ରେକର୍ଡ ,ଯଦି କର୍ମଚାରୀ ଅଫିସରୁ ବାହାରିଲାବେଳେ ଆଉଟ୍ ଟାଇମରେ ବାୟୋମେଟ୍ରିକରେ ନଦେଲେ ତାହା ଛୁଟି ବୋଲି ଗଣାଯିବ। ସମସ୍ତ କର୍ମଚାରୀ ସକାଳ ୧୦.୩୦ ସୁଦ୍ଧା ଅଫିସ୍ ଆସି ପହଞ୍ଜିବାକୁ ପଡିବ। ସାଢେ ୧୦ଟା ସମୟ ଅତିକ୍ରମ କଲେ ତାହାକୁ ବିଲମ୍ବ ବୋଲି ଧରାଯିବ।
ଏପରି କି ଯଦି ୧୧ଟାରେ ଅଫିସ ଆସିବେ କର୍ମଚାରୀଙ୍କର ସେ ଦିନକୁ ଛୁଟିବୋଲି ଧରାଯିବଦରମା ମଧ୍ୟ କଟାଯିବ। କର୍ମଚାରୀ ୪ଘଣ୍ଟା ପରେ ଯଦି ପଳାଇବେ ତାହା ଅଧାଦିନ ଛୁଟିବୋଲି ଧରାଯିବ,୪ଘଣ୍ଟାରୁ କମ ସମୟ ଅଫିସରେ ରହିଲେ ତାହା ଛୁଟି ବୋଲି ବିବେଚନା କରାଯିବ। ଯଦୁ କୌଣସି କର୍ମଚାରୀ ଅଧା ଦିନ କାଜୁଆଲ୍ ଲିଭରେ ରହିବାକୁ ଚାହିଁଲେ,ଅଧିକାରୀଙ୍କ ଅନୁମତି ନେଇ ୪ଘଣ୍ଟା କାମ କରିବେ,ଦିନ ୧୦ଟାରୁ ୨ଟି କିମ୍ବା ୨ଟାରୁ ସଂଧ୍ୟା ୬ଟା ଯାଏ କରିପାରିବେ କାର୍ଯ୍ୟ।
୩ ଦିନ ବିଳମ୍ବିତ ଉପସ୍ଥାନ ହେଲେ ଗୋଟିଏ ଦିନର ସିଏଲ କଟିଯିବ,୧୧ଟା ପରେ ଯଦି କୌଣସି କର୍ମଚାରୀ ଆସନ୍ତି ଦିନଟି ତାଙ୍କ ଛୁଟିବୋଲି ବିବେଚନା କରାଯିବ,ଆବଶ୍ୟକ ପଡ଼ିଲେ ଜଣେ କର୍ମଚାରୀ ସନ୍ଧ୍ୟା ସାଢ଼େ ୫ଟା ପରେ ବା ସାଢ଼େ ୭ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ କାମ ଶେଷ ହେବା ପର୍ଯ୍ୟନ୍ତ ଜଣେ କର୍ମଚାରୀଙ୍କୁ ଅଫିସରେ ରହିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ରବିବାର ବା ଅନ୍ୟାନ୍ୟ ସରକାରୀ ଛୁଟି ଦିନଗୁଡ଼ିକରେ ମଧ୍ୟ କାର୍ଯ୍ୟ କରିବାକୁ ପଡ଼ିବ।
ମନ୍ତ୍ରୀଙ୍କ ଅଫିସରେ ମୁତୟନ ହୋଇଥିବା କର୍ମଚାରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ,ଅଗଷ୍ଟ ପହିଲାରୁ ଏହା ଅର୍ଥବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହାକୁ ଲାଗୁ କରିବ ରାଜ୍ୟ ଅର୍ଥ ବିଭାଗ, ବିଭାଗୀୟ କର୍ମଚାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଏହି ନିୟମଗୁଡ଼ିକୁ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ