Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Biometric Attendance: ସବୁ ଗ୍ରାମ ପଞ୍ଚାୟତରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Sushanta Sahoo
Browse all articles by Sushanta Sahoo
·10 months ago·1 min read
Biometric Attendance: ସବୁ ଗ୍ରାମ ପଞ୍ଚାୟତରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Key Points

ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା । ସମସ୍ତ କର୍ମଚାରୀଙ୍କ ଲାଗି ବାଧ୍ୟତାମୂଳକ ହେବ ବାୟୋମେଟ୍ରିକ୍ ଉପସ୍ଥାନ ।

ଭୁବନେଶ୍ଵର: ଚଳିବନି ମନମାନି, ଠକାମି । ପଞ୍ଚାୟତ ଓ ବ୍ଲକରେ ଏଣିକି ସମୟରେ ଆସିବାକୁ ପଡ଼ିବ ଅଫିସ୍ । ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା । ସମସ୍ତ କର୍ମଚାରୀଙ୍କ ଲାଗି ବାଧ୍ୟତାମୂଳକ ହେବ ବାୟୋମେଟ୍ରିକ୍ ଉପସ୍ଥାନ । ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ।


ଯେଉଁ ନିର୍ଦ୍ଦେଶନାମାରେ କୁହାଯାଇଛି, ଜନସାଧାରଣଙ୍କୁ ସମୟରେ ସେବା ଯୋଗାଇବା ଲାଗି ଉତ୍ତରଦାୟୀ, ସ୍ଵଚ୍ଛତା ଓ ଦକ୍ଷତା ରହିବା ଦରକାର । ଏଥିପାଇଁ ସମୟାନୁବର୍ତ୍ତିତା ବି ଆବଶ୍ୟକ । ଆଉ ଏଥିପାଇଁ କାର୍ଯ୍ୟାଳୟରେ ସମୟରେ ଉପସ୍ଥାନ ବି ଗୁରୁତ୍ଵପୂର୍ଣ୍ଣ । ଏହା ସରକାରୀ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଲୋକଙ୍କୁ ସନ୍ତୁଷ୍ଟି ଦେବ ।


ଏହାକୁ ନଜରରେ ରଖି ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା (BAS) ସମସ୍ତ ସରକାରୀ ସଂସ୍ଥାରେ ଲାଗୁଛି । ଯେଉଁଥିରେ କର୍ମଚାରୀଙ୍କ ଉପସ୍ଥାନର ସଦ୍ୟ ତଥ୍ୟ ମିଳି ପାରୁଛି । ଏହାଦ୍ଵାରା ଉପସ୍ଥାନରେ ଅସଙ୍ଗତି ହେବ ନାହିଁ । ସମୟାନୁବର୍ତ୍ତିତା ସହ କାର୍ଯ୍ୟଦକ୍ଷତା ମଧ୍ୟ ବଢ଼ିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେଣୁ ଜିଲ୍ଲାରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲଗାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରି ତୁରନ୍ତ ଅଗ୍ରଗତିର ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି କରିଛି ପଞ୍ଚାୟତିରାଜ ବିଭାଗ ।


Sponsored
Biometric Attendance Made Mandatory in Odisha Panchayat and Block Offices | Argus News | Argus News