Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Update / ଅର୍ଗସର ବରିଷ୍ଠ ସାମ୍ବାଦିକ ବିପିନ ସାହୁଙ୍କ ପରଲୋକ

Banajyotshna Ray
Browse all articles by Banajyotshna Ray
·9 months ago·1 min read
ଅର୍ଗସର ବରିଷ୍ଠ ସାମ୍ବାଦିକ ବିପିନ ସାହୁଙ୍କ ପରଲୋକ

Key Points

ସାମ୍ବାଦିକ ବିପିନ ସାହୁଙ୍କ ଅକାଳ ବିୟୋଗ। 27 ସେପ୍ଟେମ୍ବର- ଅର୍ଗସର ବରିଷ୍ଠ ସାମ୍ବାଦିକ ବିପିନ ସାହୁଙ୍କର ଆଜି ସକାଳୁ ପରଲୋକ ହୋଇଯାଇଛି । 

ସାମ୍ବାଦିକ ବିପିନ ସାହୁଙ୍କ ଅକାଳ ବିୟୋଗ। ଭୁବନେଶ୍ୱର, 27 ସେପ୍ଟେମ୍ବର- ଅର୍ଗସର ବରିଷ୍ଠ ସାମ୍ବାଦିକ ବିପିନ ସାହୁଙ୍କର ଆଜି ସକାଳୁ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ଅର୍ଗସ ପରିବାର ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅର୍ଗସର ସମସ୍ତ କର୍ମଚାରୀ , ବିପିନ ସାହୁଙ୍କ ସ୍ମୃତିଚାରଣ କରିବା ସହ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଜାତୀୟ ଗଣମାଧ୍ୟମରୁ କାର୍ଯ୍ୟ ଆରମ୍ଭ କରିଥିବା ବିପିନ ସାହୁ , ଅର୍ଗସ ନ୍ୟୁଜରେ ଦୀର୍ଘଦିନ ଧରି କାମ କରି ଆସୁଥିଲେ ।


ତାଙ୍କର ଏପରି ଦୁଃଖଦ ଦେହାନ୍ତରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ । ସବୁବେଳେ ହସହସ ମୁହଁ , ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ବିପିନ ବାବୁଙ୍କ ଦେହାନ୍ତ ଅର୍ଗସ ପାଇଁ ଅପୂରଣୀୟ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତେ ମତବ୍ୟକ୍ତ କରିଥିଲେ । ଆଜି ସକାଳୁ ସକାଳୁ ସବୁଦିନ ପରି ଫୁଲ ତୋଳିବାକୁ ଯାଉଥିବା ସମୟରେ ତାଙ୍କ ସହ ଅଘଟଣ ଘଟିଥିଲା । ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଛି। ଭଗବାନ ତାଙ୍କ ପରିବାରକୁ ଧର୍ଯ୍ୟ ଦିଅନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Related Topics

Explore more stories

Sponsored
Odisha Update | Senior Argus Journalist Bipin Sahu Passes Away | Argus News | Argus News