Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଡ଼ିଲାଣି ବାର୍ଡ ଫ୍ଲୁ ! ଆପେ ମରିଯାଉଛନ୍ତି କୁକୁଡ଼ା...

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
ମାଡ଼ିଲାଣି ବାର୍ଡ ଫ୍ଲୁ ! ଆପେ ମରିଯାଉଛନ୍ତି କୁକୁଡ଼ା...

Key Points

ଜଙ୍କିଆ ମୁଣ୍ଡାଆମ୍ବ ଓ ଟାଙ୍ଗୀ ତାଳପଡ଼ା ଅଞ୍ଚଳରେ ଆରମ୍ଭ ହେଲା କୁକୁଡ଼ା ଓ ବୋତକ ମରା ଅଭିଯାନ
ଗତକାଲି ହୋଇଥିଲା ୪୫୦୭ କୁକୁଡ଼ା କଲିଂ, ଆଜି ମରାଗଲା ୭୦୩ ବତକ
୬ ମାସ ଯାଏଁ କୁକୁଡ଼ା ବା ବତକ ନ ରଖିବାକୁ ନିର୍ଦ୍ଦେଶ

ଖୋର୍ଦ୍ଧା ଜିଲ୍ଲାରେ ବାର୍ଡ ଫ୍ଲୁ ଭୟ । ଜଙ୍କିଆ ମୁଣ୍ଡାଆମ୍ବ ଓ ଟାଙ୍ଗୀ ତାଳପଡ଼ା ଅଞ୍ଚଳରେ ଆରମ୍ଭ ହେଲା କୁକୁଡ଼ା ଓ ବତକ ମରା ଅଭିଯାନ । ଗତକାଲି ହୋଇଥିଲା ୪୫୦୭ କୁକୁଡ଼ା କଲିଂ, ଆଜି ମରାଗଲା ୭୦୩ ବତକ । ଆଗାମୀ ୬ ମାସ ଯାଏଁ କୁକୁଡ଼ା ବା ବତକ ନ ରଖିବାକୁ ନିର୍ଦ୍ଦେଶ।

ଖୋର୍ଦ୍ଧା ଜିଲ୍ଲା ଜଂକିଆ ମୁଣ୍ଡାଆମ୍ବ ଓ ଟାଗିଂର ତାଳପଡା ଅଂଚଳର କୁକୁଡ଼ା ଫାର୍ମ ଗୁଡ଼ିକରେ ଲଗାତର ଶହଶହ ସଂଖ୍ୟାରେ ହେଉଛି କୁକୁଡ଼ା ମଡ଼କ । ଗୋଟିଏ ଗୋଟିଏ ଫାର୍ମ କୁକୁଡ଼ା ଶୂନ୍ୟ ହୋଇଯାଇଛି । ଖବର ପାଇ ଜିଲ୍ଲା ପ୍ରାଣୀଧନ ବିଭାଗ ଉପ ନିର୍ଦ୍ଦେଶକ ମାନସ ଚାନ୍ଦଙ୍କ ନେତୃତ୍ୱରେ ପଶୁ ଚିକିତ୍ସକ ଜଙ୍କିଆରୁ ନମୁନା ସଂଗ୍ରହ କରିଥିଲେ। ଭୋପାଳରେ ପରୀକ୍ଷା ପରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ରିପୋର୍ଟ ଆସିଛି। ତା'ପରେ ଆରମ୍ଭ ହୋଇଛି ପକ୍ଷୀ ମରା ଅଭିଯାନ। ଆଜି ପଶୁ ଚିକିତ୍ସା ବିଭାଗର ୧୧ଟି ଟିମ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଫାର୍ମରୁ ୭୦୯ଟି ବତକ ମାରି ପୋତିଛନ୍ତି । ସଂପୂର୍ଣ୍ଣ ଭାବରେ ଫାର୍ମକୁ ସାନିଟାଇଜ କରାଯିବା ସହ ୬ମାସ ପାଇଁ ସିଲ୍ କରାଯାଇଛି ।

ଗତକାଲି ୫୦ରୁ ଅଧିକ କର୍ମଚାରୀ ଜଂକିଆ ମୁଣ୍ଡାଆମ୍ବ ଅଂଚଳରେ ଥିବା ଏକ କୁକୁଡ଼ା ଫାର୍ମରେ ୪୫୦୭ କୁକୁଡ଼ା ମାରିଥିଲେ । ଗଚ୍ଛିତ ଥିବା ୧୬ଶହ କେଜି କୁକୁଡ଼ା ଦାନା ନଷ୍ଟ କରିବା ସହ ମଲା କୁକୁଡ଼ା ଓ ଦାନାକୁ ଗାତ ଖୋଳି ପୋତିଥିଲେ । ଫ୍ଲୁ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ କିଛିଦିନ କୁକୁଡ଼ା ମାଂସ ନଖାଇବାକୁ ପରାମର୍ଶ ଦେଇଛନ୍ତି ବିଭାଗୀୟ ଅଧିକାରୀ ।

ପୂର୍ବରୁ ପିପିଲିର ବିଭିନ୍ନ ଫାର୍ମରେ ଦେଖା ଦେଇଥିଲା ବାର୍ଡ ଫ୍ଲୁ । ସେଠାରେ ସ୍ଥିତି ନିୟନ୍ତ୍ରଣ ପରେ ଏବେ ଜଙ୍କିଆରେ ପକ୍ଷୀ ସଂକ୍ରମିତ ହୋଇଛନ୍ତି। ତେବେ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଅଧିକାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bird flu is spreading! Chickens are dying on their own... | Argus News