Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବର-କୋଲକାତା ବିମାନରେ ପିଟିହେଲା ପକ୍ଷୀ: ଅଳ୍ପକେ ବର୍ତ୍ତିଲା ୧୮୦ ଯାତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଭୁବନେଶ୍ବର-କୋଲକାତା ବିମାନରେ ପିଟିହେଲା ପକ୍ଷୀ: ଅଳ୍ପକେ ବର୍ତ୍ତିଲା ୧୮୦ ଯାତ୍ରୀ

Key Points

ଇଣ୍ଡିଗୋ ବିମାନରେ ମାଡ଼ ହେଲା ପକ୍ଷୀ

ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୮୦ ଯାତ୍ରୀଙ୍କ ଜୀବନ

ବିମାନ କକ୍‌ପିଟ୍‌ର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା 

ଇଣ୍ଡିଗୋ ବିମାନରେ ମାଡ଼ ହେଲା ପକ୍ଷୀ । ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୮୦ ଯାତ୍ରୀଙ୍କ ଜୀବନ । ବୁଧବାର ଅପରାହ୍ନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ହୋଇଥିଲା । ବିମାନର ସମ୍ମୁଖ ଭାଗରେ ସାମାନ୍ୟ କ୍ଷତି ହୋଇଥିବାବେଳେ ବିମାନରେ ଥିବା ୧୮୦ଜଣ ଯାତ୍ରୀ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣ ୪ଟା ୨୦ରେ ଇଣ୍ଡିଗୋ ବିମାନ ୬ଇ-୬୭୧୭ ବିମାନ ରନ୍‌ୱେରେ ଉଡ଼ାଣ ଆରମ୍ଭ କରୁକରୁ ଏକ ବଡ଼ ପକ୍ଷୀ ବିମାନର ସାମନା ଭାଗରେ ମାଡ଼ ହୋଇଥିଲା। ଏପରିକି ବିମାନର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା। ବିମାନ ସମ୍ମୁଖ ଭାଗ ନଷ୍ଟ ହୋଇଥିବାରୁ ପାଇଲଟ୍ ବିମାନକୁ ପୁଣି ଅବତରଣ କରିବାକୁ ଏଟିସିକୁ ଅନୁମତି ମାଗିଥିଲେ। ଏଟିସି ତୁରନ୍ତ ଅନୁମତି ଦେବା ପରେ ବିମାନଟି ଅବତରଣ କରିଥିଲା ଏବଂ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥିଲା। ତେବେ ଅଳ୍ପ ସମୟ ମଧ୍ୟରେ ବିମାନଟି ହଠାତ୍ ଅବତରଣ କରିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ।

ନିକଟରେ ଅହମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣା ସମସ୍ତଙ୍କ ଆଖି ଆଗରେ ନାଚି ଉଠିଥିଲା। ଯାତ୍ରୀମାନେ ବିମାନରେ ଚିତ୍କାର କରିଥିଲେ। ହେଲେ ପାଇଲଟ୍ କିଛି ବଡ଼ ସମସ୍ୟା ହୋଇନି ବୋଲି ଘୋଷଣା କରିବାରୁ ଯାତ୍ରୀମାନେ ଆଶ୍ବସ୍ତ ହୋଇଥିଲେ। ଏହାପରେ ବିମାନଟି ପାର୍କିଂସ୍ଥଳୀକୁ ଆସିଥିଲା। ବହୁ ସମୟଧରି ଇଣ୍ଡିଗୋ ଇଞ୍ଜିନିୟର ସେଠାରେ ବିମାନ ଯାଞ୍ଚ କରିଥିଲେ ହେଁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ ଦିଆଯାଇନଥିଲା। ବିମାନବନ୍ଦର ନିର୍ଦ୍ଦେଶକ ଭୁବନେଶ୍ବର-କୋଲକାତା ବିମାନରେ ପକ୍ଷୀ ମାଡ଼ ହୋଇଥିବା ଘଟଣାକୁ ନିଶ୍ଚିତ କରିଥିଲେ।କେତେବେଳେ ବିମାନ କୋଲକାତା ଅଭିମୁଖେ ଗଲା କି ଅନ୍ୟ ଏକ ବିମାନରେ ଯାତ୍ରୀମାନେ କୋଲକାତା ଗଲେ, ସେ ସଂପର୍କରେ କିଛି ସୂଚନା ଦେଇନଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bird-hits-bhubaneswar-kolkata-flight-180-passengers-evacuated | Argus News