Videos
|
Odisha

ଚୁନା ମାଛ, ଚିଙ୍ଗୁଡ଼ି କଙ୍କଡାର ଦର ଉପର ମୁହାଁ

Smruti Parija
Browse all articles by Smruti Parija
·1 year ago·1 min read
ଚୁନା ମାଛ, ଚିଙ୍ଗୁଡ଼ି କଙ୍କଡାର ଦର ଉପର ମୁହାଁ

Key Points

ରାଜଧାନୀ ଉପକଣ୍ଠରେ କୁକୁଡ଼ା ମଡ଼କ

ଚିକେନ ଛାଡି ମାଛ ମୁହାଁ ସ୍ମାର୍ଟ୍ ସିଟିର ଗ୍ରାହକ ଚୁନା ମାଛ, ଚିଙ୍ଗୁଡ଼ି କଙ୍କଡାର ଉପର ମୁହାଁ ଦର

ପୁରୀ ପରେ ଖୋର୍ଦ୍ଧାରେ ଦେଖାଦେଇଛି ବାର୍ଡ ଫ୍ଲୁ ଆତଙ୍କ। ଡେଲାଙ୍ଗରୁ ଆରମ୍ଭ ହୋଇ ବାଲିଅନ୍ତା, ବାଲିପାଟଣା, ଜଙ୍କିଆ ସମେତ କିଛି ସ୍ଥାନକୁ ମାଡିଲାଣି କୁକୁଡ଼ା ମଡ଼କ। ପ୍ରାଣୀଧନ ବିଭାଗ ପକ୍ଷରୁ ସ୍ଥିତି ନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ବେଳେ କୁକୁଡା ନଖାଇବାକୁ ପରାମର୍ଶ ଦେଉଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ। ସ୍ମାର୍ଟ୍ ସିଟି ଭୁବନେଶ୍ଵରରେ ଦେଖିବାକୁ ମିଳିଛି ଏହାର ପ୍ରଭାବ। ଗ୍ରାହକ ମାନେ ଏବେ ଚିକେନ ଦୋକାନ ଛାଡି ମାଛ ଦୋକାନ ଆଗରେ ଭିଡ଼ ଲଗାଛନ୍ତି । ରବିବାର ୟୁନିଟ ୪ ମାଛ ମାର୍କେଟ ଭରା ଭରା ଏବଂ ଚିକେନ ମାର୍କେଟ ଖାଁ ଖାଁ ଦେଖିବାକୁ ମିଳଛି। ସପ୍ତାହ ଭିତରେ ଚିକେନ ଦର ୫୦ରୁ ୮୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ସେହିଭଳି ମାଛ, ଚିଙ୍ଗୁଡ଼ି, କଙ୍କଡା ଇତ୍ୟାଦିର ଦର ୫୦ରୁ ୧୦୦ ଟଙ୍କା ବଢ଼ିଛି।


ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି ଚିକେନ ବଦଳରେ ଅନ୍ୟାନ୍ୟ ଆମିଷ ଦ୍ରବ୍ୟ କିଣି ନେଉଛନ୍ତି ଗ୍ରାହକ। ରୋଗଗ୍ରସ୍ତ କୁକୁଡ଼ା ଖାଇବା ଦ୍ବାରା ନାନାଦି ରୋଗର ଆଶଙ୍କା କରି ଗ୍ରାହକ ମୁହଁ ଫେରାଉଥିବା ବେଳେ ଭଲ ବ୍ୟବସାୟ ହେଉଥିବା ମାଛ ବ୍ୟବସାୟୀମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କେବଳ ବାର୍ଡ ଫ୍ଲୁ ନୁହେଁ ଶ୍ରାବଣ ମାସ ଚାଲୁଥିବା ଯୋଗୁଁ ମଧ୍ୟ ଆମିଷ ବଜାର ପ୍ରଭାବିତ ହୋଇଛି। ୧୫ରୁ ୨୦ ଦିନ ମଧ୍ୟରେ ବଜାର ପୁଣିଥରେ ସ୍ଵଭାବିକ ଅବସ୍ଥାକୁ ଫେରିବ ବୋଲି ଆଶା କରାଯାଉଛି।

smart-city-customers-switch-from-chicken-to-fish | Argus News