Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୃତ୍ୟୁ ପରେ ଦୁଇଟି ଜୀବନ ବଞ୍ଚାଇଲେ ବିଶ୍ବଜିିତ୍‌

Odisha

ମୃତ୍ୟୁ ପରେ ଦୁଇଟି ଜୀବନ ବଞ୍ଚାଇଲେ ବିଶ୍ବଜିିତ୍‌

Jyoti Prakash Mallick
Browse all articles by Jyoti Prakash Mallick
·10 months ago·1 min read
ମୃତ୍ୟୁ ପରେ ଦୁଇଟି ଜୀବନ ବଞ୍ଚାଇଲେ ବିଶ୍ବଜିିତ୍‌

Key Points

ବଞ୍ଚାଇଲେ ଦୁଇଟି ଜୀବନ

ଅଙ୍ଗଦାନ କରି ଅମର ହେଲେ ବିଶ୍ବଜିତ୍ 

ଏସସିବିରେ ସଫଳତାର ସହ ଶେଷ ହୋଇଛି ପ୍ରତିରୋପଣ 

ମୃତ୍ୟୁ ପରେ ନିଜର କିଡନୀ ଦାନ କରି ଅମର ହେଲେ ଅନୁଗୁଳ ର ବିଶ୍ବଜିତ ଦାସ। ଗତ ୬ ଦିନ ତଳେ ଏକ ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ ଡାକ୍ତର। ପରେ ତାଙ୍କ ପରିବାର ଲୋକ ସହମତି ପ୍ରକାଶ କରିଥିଲେ ଅଙ୍ଗଦାନ ପାଇଁ। ତାଙ୍କର ଦୁଇଟି ଯାକ କିଡନୀ କଢାଯାଇ ଗୋଟିଏ ସେହି ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟଟି କଟକ ଏସସିବି ମେଡିକାଲ କୁ ଅଣାଯାଇଥିଲା।


ଏସସିବି ମେଡିକାଲରେ ଜଗତସିଂହପୁର ଅଞ୍ଚଳର ସୁନିଲ୍ ନାୟକ ନାମକ ଜଣେ ଯୁବକଙ୍କ ଶରୀରରେ ଗୋଟିଏ କିଡନୀ ସଫଳ ପ୍ରତିରୋପଣ କରାଯାଇଛି। ସୁନିଲଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ ଦୀର୍ଘ ୫ ବର୍ଷ ହେଲା ଡାଏଲେସିସ ଚିକିତ୍ସା କରାଯାଉଥିଲା। ଏସସିବି ମେଡିକାଲର ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗ ସହ ଆନେସ୍ଥେସିଆ ବିଭାଗର ଡାକ୍ତରଙ୍କ ସହଯୋଗରେ ଏହି ସଫଳ ପ୍ରତିରୋପଣ କରାଯାଇଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Biswajit Das donates his organs | Argus News