Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫଟୋ ଭଇରାଲ ପରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ତୁଟାଇବାକୁ ବିଜେଡିର ପ୍ରୟାସ

Rashmita Mishra
Browse all articles by Rashmita Mishra
·1 year ago·2 min read
ଫଟୋ ଭଇରାଲ ପରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ତୁଟାଇବାକୁ ବିଜେଡିର ପ୍ରୟାସ

Key Points

  • ବିଞ୍ଝାରପୁରରେ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ ଘଟଣାକୁ ୪୮ ଘଣ୍ଟା ପାର
  • ହେଲେ ଏଯାଏ ମୁଖ୍ୟ ଅଭିଯୁକ୍ତ ରାହାସୋଇ ସରପଞ୍ଚଙ୍କ ସ୍ବାମୀ ଫେରାର
  • ପ୍ରମାଣ କହୁଛି ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଖାସ୍
  • ଫଟୋ ଭଇରାଲ ପରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ତୁଟାଇବାକୁ ବିଜେଡିର ପ୍ରୟାସ
  • ପ୍ରମିଳାଙ୍କ ଛତ୍ରଛାୟାରେ ବିଞ୍ଝାରପୁରରେ ବ୍ଲକରୁ ପଞ୍ଚାୟତ ଯାଏ ଚାଲିଛି ଭ୍ରଷ୍ଟାଚର !
  • ସୂଚନା ଅଧିକାର କର୍ମୀ ସ୍ବର ଉଠାଇବାରୁ ମୁହଁବନ୍ଦ ପାଇଁ ସ୍ତ୍ରୀଙ୍କ ଉପରେ ଅତ୍ୟାଚାର

ଅର୍ଗସ ବ୍ୟୁରୋ: ବିଞ୍ଝାରପୁର ମହିଳାଙ୍କ ଉପରେ ବର୍ବରତା ମାମାଲାର ଅଭିଯୁକ୍ତମାନଙ୍କର ବିଜେଡି ଲିଙ୍କ ସାମ୍ନାକୁ ଆସିବା ପରେ ସେମାନଙ୍କ ସହ ସମ୍ପର୍କ ତୁଟାଇବାକୁ ବିଜେଡିର ପ୍ରୟାସ। ବିଜେଡି ମୁଖପାତ୍ର ଲେନିନି ମହାନ୍ତି କହୁଛନ୍ତି ଅଭିଯୁକ୍ତ ବିଜେଡିର କର୍ମୀ ନୁହନ୍ତି। ତାହାହେଲେ ଲେନିନ୍ ବାବୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏ ଫଠୋ ସବୁ କଣ ମିଛ। ବିଞ୍ଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସହ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଅଭିଯୁକ୍ତମାନଙ୍କର ଏକାଧିକ ଫଟୋ ହେଉଛି ଭାଇରାଲ। ଭଲ ଭାବରେ ଦେଖନ୍ତୁ ଏ ଫଟୋକୁ । ପ୍ରମିଳା ମଲ୍ଲିକଙ୍କ ପାଖରେ ହଳଦିଆ ଜ୍ୟାକେଟ୍ ପିନ୍ଧି ବସିଥିବା ଏହି ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ସୂଚନା ଅଧିକାର କର୍ମୀ ଅଶୋକ ପତିଙ୍କ ପତ୍ନୀ ଲତିକା ପତିଙ୍କୁ ଆକ୍ରମଣ ଓ ଅସଦାଚରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ରଥ। ଆଉ ପଛରେ କଳା ଜ୍ୟାକେଟ୍ ଓ କଳା ଟି- ସର୍ଟ ପିନ୍ଧି ଛିଡ଼ା ହୋଇଥିବା ଦୁଇଜଣ ହେଉଛନ୍ତି ଅନ୍ୟ ଦୁଇ ଅଭିଯୁକ୍ତ। ମହିଳାଙ୍କୁ ବର୍ବର ଆକ୍ରମଣ ଭିଡିଓରେ ଏମାନେ ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି। ମହିଳାଙ୍କୁ ଭିଡ଼ା ଓଟରା କରୁଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ପ୍ରମିଳାଙ୍କ ସହ ଫଟୋରେ ଥିବା ଏହି ଦୁଇ ଜଣ। ଆଉ ଏଠାରେ ଦେଖନ୍ତୁ ମହିଳାଙ୍କୁ ତଳେ ପକାଇବା ପରେ ମୁଖ୍ୟ ଅଭିଯୁକ୍ତ ଶିବ ରଥ ପଛରେ ଛିଡ଼ାହୋଇ ଫୋନରେ କଥା ହେଉଛନ୍ତି। ଲେନିନ୍ ବାବୁଙ୍କୁ ଆଉ କେତେ ପ୍ରମାଣ ଦରକାର। ଏବେ ପ୍ରଶ୍ନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଉ ନିଜ କର୍ମୀଙ୍କୁ ଭଦ୍ର ଓ ନମ୍ର ହେବାପାଇଁ ଯେଉଁ ପରାମର୍ଶ ଦେଇଥିଲେ ସେମାନେ ଏହିଭଳି ତାହା ପାଳନ କରୁଛନ୍ତି। ଆପଣଙ୍କ ଦଳର ନେତାମାନେ ଏହିଭଳି ମହିଳାଙ୍କୁ ସମ୍ମାନ କରୁଛନ୍ତି। 

 ଯାଜପୁର ଜିଲ୍ଲା ଖାସ କରି ବିଞ୍ଝାରପୁରରେ ବିଜେଡି ମାର୍ଫତରେ ଦୁର୍ନୀତି କିଛି ନୂଆ କଥା ନୁହେଁ। ଆଉ ଯିଏ ଦୁର୍ନୀତି ବିରୋଧରେ ମୁହଁ ଖୋଲିଲା ତାଙ୍କ ଉପରେ  ବିଜେଡି ଗୁଣ୍ଡାମାନେ ଆକ୍ରମଣ କରିବାର ପୂର୍ବରୁ ଅନେକ ନଜିର ରହିଛି। ଯାଜପୁରରେ ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ବି ନୂଆ ନୁହେଁ ବିଜେଡି ସରକାର ସମୟରେ ବାରମ୍ବାର ସୂଚନା ଅଧିକାର କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। 

 ଓଡ଼ିଶାରେ ସରକାର ବଦଳିଛି ହେଲେ ନେତାଙ୍କ ଠାରୁ ତୃଣମୂଳସ୍ତରର ବିଜେଡି କର୍ମୀଙ୍କ ଯାଏ ମାନସିକତା ବଦଳି ନାହିଁ। ଏ ଘଟଣାରେ ଯଦି ପୋଲିସ କଠୋର ପଦକ୍ଷେପ ନନିଏ ଆଗକୁ ଏଭଳି ସଂଘବଦ୍ଧ ଅପରାଧ ଘଟଇବାକୁ ଅଧିକ ସାହସ ପାଇବେ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ କେବେ ଧରାପଡୁଛି  ଓ ପୀଡ଼ିତାଙ୍କ ପିରବାରକୁ କେବେ ନ୍ୟାୟ ମିଳୁଛି ଏବେ ତାକୁ ଅପେକ୍ଷା।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJ attempts to sever ties with accused after photo goes viral | Argus News