Harashment / ବିଜେବି କଲେଜ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ
·4 months ago·2 min read

Key Points
ବିଜେବି କଲେଜ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ
କ୍ଲାସରୁମରେ ଛାତ୍ରୀଙ୍କୁ କରୁଥିଲେ ଅଶ୍ଳୀଳ ଇଙ୍ଗିତ
ତଦନ୍ତ ପାଇଁ ନିର୍ଦେଶ

ବିଜେବି କଲେଜ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନାଁରେ ଆସିଲା ନିର୍ଯ୍ୟାତନା ଅଭିଯୋଗ। ପାଠ ପଢା ଆଳ ଦେଖାଇ କ୍ଲାସରୁମରେ ଛାତ୍ରୀଙ୍କୁ କରୁଥିଲେ ଅଶ୍ଳୀଳ ଇଙ୍ଗିତ। ଉଚ୍ଚ ଶିକ୍ଷା ବିଭାଗରେ ଅଭିଯୋଗ କରିଛନ୍ତି ଛାତ୍ରୀ। ତତ୍ପରତା ପ୍ରକାଶ କରିଲା ବିଭାଗ। ଚିଠି ଜାରି କରି ତଦନ୍ତ ପାଇଁ ଦେଲା ନିର୍ଦେଶ । ତଦନ୍ତ ରିପୋର୍ଟ ଆସିବା ପରେ ନିଆଯିବ କଡା ଆକ୍ସନ। ସେପଟେ ଅଧ୍ୟାପକ କହିଲେ ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ। ଚକ୍ରାନ୍ତ କରି ଫସେଇବାକୁ ଚାଲ।
ପୁଣି ଅଧ୍ୟାପକଙ୍କ ନାଁ ରେ ଆସଲା ନିର୍ଯ୍ୟାତନା ଅଭିଯୋଗ। ଛାତ୍ରୀଙ୍କୁ ଅସଦାଚରଣ ପଡିପାରେ ମହଙ୍ଗା। ଉଚ୍ଚ ଶିକ୍ଷା ବିଭାଗର ଦ୍ୱାରସ୍ତ ହୋଇଛନ୍ତି ଛାତ୍ର ଛାତ୍ରୀ ଓ ଅଭିଭାବକ। ରାଜଧାନୀ ଭୁବନେଶ୍ବର ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନାଁ ରେ ଅଭିଯୋଗ ଆଣିଲେ ଛାତ୍ରୀ। କ୍ଲାସ ରୁମ ରେ ଖରାପ ଓ ଅଶ୍ଳୀଳ ବ୍ୟବହାର କରିବା, ଝିଅମାନଙ୍କୁ ପୋଷାକ ପିନ୍ଧା ଉପରେ ଖରାପ ଟିପ୍ପଣୀ ଦେଉଥିଲେ ଅଧ୍ୟାପକ!। ପାଠ ପଢ଼େଇବା ବାହାନାରେ ବାରମ୍ବାର ଝିଅଙ୍କୁ ସ୍ପର୍ଶ କରିବାର ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଏହା ସହ ବ୍ୟକ୍ତିଗତ ଅସୁବିଧା ଯୋଗୁଁ କୌଣସି ଛାତ୍ର ଛାତ୍ରୀ କ୍ଲାସ ରେ ଅନୁପସ୍ଥିତ ରହିଲେ ସେମାନଙ୍କୁ ଖରାପ କମେଣ୍ଟ କରିବା ସହ ଉଲଗ୍ନ କରିଦେବ ଭଳି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଛାତ୍ରୀ। କେବଳ ଝିଅ ନୁହେଁ ବରଂ ପୁଅ ମାନଙ୍କୁ ମଧ୍ୟ ପାଠ ପଢା ଛଳରେ ଅଶ୍ଳୀଳ ଉଦାହରଣ ଦେଇଥାନ୍ତି ବୋଲି ଅଭିଯୋଗ ଫର୍ଦ୍ଦ ରେ ଲେଖା ଯାଇଛି। ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଧ୍ୟାପକ ଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଯାହାକୁ ନେଇ ବିଭାଗ ର ବଢିଛି ଟେନ୍ସନ। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ କୁ ଚିଠି କରିଛି ବିଭାଗ। ସେପଟେ RDE ଏହାକୁ ନେଇ ସମ୍ପୂର୍ଣ ତଥ୍ୟ କଲେଜ କୁ ମାଗିଛି। ପ୍ରତିକ୍ରିୟା ରଖି କଲେଜ ଅଧକ୍ଷ କହିଛନ୍ତି icc କମିଟି ସହ ଆଲୋଚନା ହୋଇଛି। ବିଭାଗ ସହଯୋଗିତାରେ ତଦନ୍ତ କରୁଛନ୍ତି ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ। ତଦନ୍ତ ପରେ ଆକ୍ସନ ନେବ ବିଭାଗ। ସେପଟେ ଘଟଣାକୁ ନେଇ ଉଦବେଗ ପ୍ରକଟ କରିଛନ୍ତି କଲେଜର ଛାତ୍ର ଛାତ୍ରୀ। ଏଭଳି ସମ୍ବେଦନଶୀଳ ଘଟଣାରେ ଖୁବ ଶୀଘ୍ର ବିଭାଗ ନ୍ୟାୟିକ ନିଷ୍ପତି ନେବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି।
ଏବେ ପ୍ରଶ୍ନ ଉଠୁଛି ଛାତ୍ର ଛାତ୍ରୀଙ୍କୁ କାହିଁକି ଅସଦାଚରଣ କରୁଥିଲେ ଆସିଷ୍ଟାଣ୍ଟ ଅଧ୍ୟାପକ ? ସୁସ୍ଥ ମସ୍ତିଷ୍କରେ ପାଠ ପଢ଼ାଉଥିବା ଅଧ୍ୟାପକଙ୍କ ମୁଣ୍ଡରେ କାହିଁକି ରହିଥିଲା ଏତେ କୁସ୍ଚିତ ମାନସିକତା। ଅଶ୍ଳୀଳ ଓ ଅଭଦ୍ର ବ୍ୟବହାରକୁ ବାରମ୍ବାର ପିଲାଙ୍କୁ କାହିଁକି କରୁଥିଲେ। ଏ ତମାମ ପ୍ରଶ୍ନ ଘେରରେ ଏବେ ଅଧ୍ୟାପକ। ସେପଟେ ପ୍ରତିକ୍ରିୟା ରଖି ନିଜକୁ କ୍ଲିନ ଚିଟ ଦେଲେ ଅଧ୍ୟାପକ। ଅଭିଯୋଗ ଭିତ୍ତିହୀନ ଏବଂ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଅଧ୍ୟାପକ। ସେପଟେ ଶିକ୍ଷାବିତନ୍କ ମତ ସରକାରଙ୍କ ଶିକ୍ଷା ବିଭାଗ ତଦନ୍ତ କରି ନେଉ କଡା ଆକ୍ସନ।
ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏଭଳି ଘଟଣା ଏବେ ବଢ଼ାଉଛି ଚିନ୍ତା। ଯାହା କୁରୋକ ଲଗାଇବା ପାଇଁ ପୂର୍ବରୁ କଲେଜ ଗୁଡିକରେ ଆଇସିସି ଗଠନ କରାଯାଇଥିଲା। ତେବେ ଘଟଣାରେ ICC, RDE ଓ ବିଭାଗ ତଦନ୍ତ ପରେ କଣ ରିପୋର୍ଟ ଦେଉଛନ୍ତ ତାହା ଉପରେ ନଜର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories