Videos
|
Odisha

ବିଜେବି କଲେଜକୁ ମିଳିଲା `ନାକ ଏ' ମାନ୍ୟତା

Ritu Das
Browse all articles by Ritu Das
·1 year ago
ବିଜେବି କଲେଜକୁ ମିଳିଲା `ନାକ ଏ' ମାନ୍ୟତା

ବିଜେବି କଲେଜ ପାଇଁ ଏକ ଖୁସିର ମୁହୂର୍ତ୍ତ। ପୁଣି ବିଜେବି କଲେଜକୁ ମିଳିଛି ନାକ ମାନ୍ୟତା। ଚଳିତଥରକୁ ମିଶାଇଲେ ବିଜେବି କଲେଜକୁ ତୃତୀୟଥର ପାଇଁ ନାକ ଏ ମାନ୍ୟତା ମିଳିଛି। ବିଜେବି କଲେଜକୁ ମିଳିଲା `A' ଗ୍ରେଡ। ନାକ ମାନ୍ୟତା ହାସଲରେ ଲଗାତାର ତୃତୀୟ ଥରରେ A ଗ୍ରେଡ ନେଲା ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ। CGPA ରିପୋର୍ଟ ଅନୁସାରେ ୩.୧୧ ସ୍କେଲ ଆଣିପାରିଛି।

ନାକ ପାରାମିଟର ଅନୁସାରେ ଭିତ୍ତିଭୂମି, ରିସର୍ଚ୍ଚରେ ମାର୍କ କଟିଛି। A ଗ୍ରେଡକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ବିଜେବି କଲେଜ ଇନଚାର୍ଜ ପ୍ରିନ୍ସିପାଲ ଡ଼ଃ ଝୁମକି ରଥ। କଲେଜର ପାଠପଢ଼ା ବହୁତ ଭଲ ସେ ହେଉଥିବାରୁ ଏହି ମାନ୍ୟତା କଲେଜ ପୁଣି ଥରେ ବଜାୟ ରଖିପାରିଛି। ଆଉ ଏହାର ଶ୍ରେୟ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭବ ହୋଇପାରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJB College gets ``NAAC -A'' status | Argus News