Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକରେ ବିଜେଡି ସ୍ଥିତି ବେହାଲ : ଟିକଟ ନେବାକୁ ନାହାନ୍ତି ନେତା ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କଟକରେ ବିଜେଡି ସ୍ଥିତି ବେହାଲ : ଟିକଟ ନେବାକୁ ନାହାନ୍ତି ନେତା ?

ଅର୍ଗସ ବ୍ୟୁରୋ : ବିଜେଡିର କଟକ ଟେନସନ । କାରଣ ଜଣକ ପରେ ଜଣେ ଛାଡୁଛନ୍ତି ବିଜେଡି । ସିଏ ପୁଣି ଠିକ୍‌ ନିର୍ବାଚନ ପୂର୍ବରୁ । ସ୍ଥିତି ଏମିତି ହେଲାଣି ଯେ ଆଗାମୀ ନିର୍ବାଚନରେ ବିଜେଡି ଟିକଟ ନେବାକୁ ନେତାଏ ଥିବେ କି ନାହିଁ ସେନେଇ ବି ଦେଖାଗଲାଣି ସନ୍ଦେହ । କାରଣ ପ୍ରଥମେ ଅରିନ୍ଦମ ରୟ, ଆଉ ଏବେ ସାଂସଦ ଭର୍ତ୍ତୃହରି ମହତାବ । ଖାସ୍‌ କରି ଏଇ ଦୁଇ ଟାଣୁଆ ନେତା ଦଳ ଛାଡିବା ପରେ କୁହାଯାଉଛି କି କଟକରେ ଛିଡୁଛି ବିଜେଡି ? କାରଣ ସେଠାରେ କିଏ ହେବେ ୨୪ରେ ଦଳର ଚେହେରା ? ୬ ଥର ନିର୍ବାଚିତ ହେବା ପରେ ଜଣେ ଦଳ ଛାଡିଲେ ସ୍ଥିତି କଣ ହୁଏ ସେକଥା ଉଣାଅଧିକେ ସମସ୍ତେ ଜାଣନ୍ତି । ଦଳ ଛାଡିବା ପରେ ବିଜେଡି ଉପରେ ବର୍ଷିଥିଲେ ଭର୍ତ୍ତୃହରି ଓ ଅରିନ୍ଦମ କହିଲେ, ଦଳ ଯେଉଁ ରାସ୍ତାରେ ଯିବା କଥା ଯାଉନି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ଦଳ ଛାଡିବା ପରେ ଉଭୟ ଭର୍ତ୍ତୃହରି ଓ ଅରିନ୍ଦମଙ୍କୁ ନେଇ ଚର୍ଚ୍ଚା ଜୋର । କାରଣ ଲଗାତାର କିଛିଦିନ ହେଲାଣି ରାଜ୍ୟରେ ଶାସକ ଦଳ ବିଜେଡିରେ ଦେଖାଯାଇଛି ଗୋଷ୍ଠୀକନ୍ଦଳ । ଆଉ ସେହି କନ୍ଦଳରେ ଯୋଡି ହୋଇଯାଇଛି କଟକ । ହେଲେ ଭର୍ତ୍ତୃହରି ଓ ଅରିନ୍ଦମ ଦଳ ଛାଡିବା ପରେ ବିଜେଡିରେ ଏବେ କଟକିଆ ଚେହେରାର ଘୋର ଅଭାବ ହୋଇଛନ୍ତି । ଟାଣୁଆ ସଂଗଠକ ସୁବାସ ସିଂ ଏବେ କଟକ ମେୟର । ସେହିପରି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ରାଜ୍ୟସଭାକୁ ଗଲେଣି । ରାଜନୀତି ସମୀକ୍ଷକଙ୍କ ମତରେ ଦେବାଶିଷ ସଜସଜ ରାଜ୍ୟସଭାରୁ ଫେରି ଲୋକସଭା କି ବିଧାନସଭାରୁ ଲଢିବା ସମ୍ଭବ ନୁହେଁ । ଠିକ୍‌ ସେମିତି ସୁବାସ ସିଂ ସିଏମସି ଦାୟିତ୍ଵରେ ବେଶ ଖୁସି । ଯଦି ବି ତାଙ୍କୁ ଲଢେଇ କରିବାକୁ ଦଳ ଚାହେଁ ତାହାଲେ ସିଏମସି ଦାୟିତ୍ଵ କିଏ ନେବ ? ସେନେଇ ବି ଟେନସନ୍‌ରେ ବିଜେଡି ।

ଚର୍ଚ୍ଚା ଅନୁସାରେ, କିଛିଦିନ ତଳେ କର୍ପୋରେଟ୍ ଜଗତରୁ ଆସି ବିଜେଡିରେ ଯୋଗ ଦେଇଥିବା ସଂତୃପ୍ତ ମିଶ୍ର କଟକ ସାଂସଦ ପ୍ରାର୍ଥୀ ହେବା ନେଇ ଆଲୋଚନା ହେଇଛି । ସେପଟେ ୨୦୧୯ରେ ବିଜେଡି ହାରିଥିବା କଟକ ବାରବାଟୀ ଆସନରେ ପ୍ରାର୍ଥୀ କିଏ ହେବ ତାକୁ ନେଇ ବି ଦଳର ମୁଣ୍ଡ ବିନ୍ଧା ବଢିଛି । ମୋଟ୍‌ ଉପରେ ବିଜେଡିରେ ଏବେ କେଉଁଠି ମେଞ୍ଚାଏ ଟିକଟ ଆଶାୟୀ ତ ଆଉ କେଉଁଠି ମୂଳରୁ ନାହିଁ ସ୍ଥିତି । ତେଣୁ ଆଗାମୀ ଦିନରେ କଟକରେ କାହାକୁ ମିଳୁଛି ଟିକଟ ତାହାକୁ ନେଇ ଏବେ ଚର୍ଚ୍ଚା । 

Sponsored
BJD Politics | Argus News