ବିଜେଡି କଂଗ୍ରେସ ମିଶି ଭାଙ୍ଗିଲେ ବ୍ୟାରିକେଡ୍

Key Points
ଗୃହ ଭିତରେ- ବାହାରେ ନୂଆ ସମୀକରଣ
12 ପରେ ଆଉ ଦୁଇ କଂଗ୍ରେସ ସଦସ୍ୟ ଗୃହରୁ ହେଲେ ନିଲମ୍ବିତ
ଭିନ୍ନ ପ୍ରସଙ୍ଗ ଉଠାଇ ବିଜେଡି ବି ଛାଡିଲା ଗୃହ
ବିଜେଡି କଂଗ୍ରେସ ମିଶି ଭାଙ୍ଗିଲେ ବ୍ୟାରିକେଡ୍
କଂଗ୍ରେସ ପାଇଁ ବିଜେଡ଼ି ବିଧାୟକଙ୍କ ଓକିଲାତି
27 ଆନ୍ଦୋଳନ ପୂର୍ବରୁ କଂଗ୍ରେସର ଏଜେଣ୍ଡାକୁ ବିଜେଡିର ସମର୍ଥକକୁ ନେଇ ଉଠିଲା ପ୍ରଶ୍ନ
ବିଧାନସଭା ଭିତରେ ଓ ବାହାରେ କଂଗ୍ରେସ କଲା ହାଇଡ୍ରାମା । କଂଗ୍ରେସ ସହ ମିଶିଗଲା ବିଜେଡ଼ି । ପ୍ରତିବାଦ ନାଁରେ ବିଧାନସଭା ଗେଟ୍ ର ବ୍ୟାରିକେଡ଼ ଭାଙ୍ଗିଲେ ବିଜେଡ଼ି ଓ କଂଗ୍ରେସ ବିଧାୟକ । ଥରେ ନଜର ପକାନ୍ତୁ, ଏ ହେଉଛି ଆଜି ସକାଳର ଭିଜୁଆଲ । ନିଲମ୍ବନ ପରେ ବିଧାନସଭା ଭିତରକୁ ଧସେଇ ପଶିବା ପାଇଁ ପୋଲିସ ସହ ଧସ୍ତାଧସ୍ତି କରୁଛନ୍ତି କଂଗ୍ରେସ ବିଧାୟକ ଓ ଦଳର କର୍ମୀ । ଆଉ ଠିକ୍ ଏତିକି ବେଳେ ହଠାତ୍ ହାତରେ ପ୍ଲାକାର୍ଡ ଧରି ଭିତରୁ ମାଡ଼ି ଆସିଥିଲେ ବିଜେଡିର ବିଧାୟକ ମାନେ । ଆଉ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ମିଳିତ ଭାବେ ଠେଲା ପେଲା କରି ବ୍ୟାରିକେଡ଼କୁ ଭାଙ୍ଗିଦେଇଥିଲେ । ଏପରିକି ବାହାରକୁ ଆସି ଓବିସି ସଂରକ୍ଷଣ ପ୍ରସଙ୍ଗରେ ପ୍ରତିବାଦ ମଧ୍ୟ କରିଥିଲେ ବିଜେଡ଼ି ବିଧାୟକ । ତେବେ କେବଳ ଏତିକିରେ ବିଜେଡ଼ି ଚୁପ୍ ବସିଥିଲା । ଶୂନ୍ୟ କାଳରେ କଂଗ୍ରେସ ବିଧାୟକଙ୍କ ପାଇଁ ଓକିଲାତି କରିଥିଲେ ବିଜେଡ଼ି ବିଧାୟକ । କଂଗ୍ରେସ ବିଧାୟକଙ୍କ ଉପରୁ ନିଲମ୍ବନ ଉଠାଇବା ପାଇଁ ଗୃହରେ ବିଜେଡିର ଏକାଧିକ ବିଧାୟକ ଦାବି କରିଥିଲେ ।
ଅନ୍ୟପଟେ ଉଭୟ ବିଜେଡ଼ି ଓ କଂଗ୍ରେସ ଉପରେ ସାମ୍ବାଦିକ ସମ୍ମିଳନୀ କରି ଜୋରଦାର ବର୍ଷିଛନ୍ତି ଆଇନ ମନ୍ତ୍ରୀ । ବିରୋଧୀ ବିଧାନସଭା ୱାସଆଉଟ୍ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ବିଶୃଙ୍ଖଳା କରି ଗୃହର ସମୟ ନଷ୍ଟ କରୁଛନ୍ତି ବିରୋଧୀ । ବିଧାନସଭାରେ କଂଗ୍ରେସର ଆଚରଣ ଓ ଉଚ୍ଚାରଣ ନିନ୍ଦନୀୟ । ଘଣ୍ଟ ଘଣ୍ଟା ପିଟି ପବିତ୍ର ଗୃହକୁ ଅପମାନିତ କରିଛନ୍ତି । ବିଜେଡ଼ି ଆଇନଶୃଙ୍ଖଳା କଥା କହିବା ଲଙ୍କାରେ ହରି ଶବ୍ଦ ଭଳି । କଂଗ୍ରେସର ଗୃହ କମିଟି ଗଠନ ଦାବି ଅଯୌକ୍ତିକ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଗଣତନ୍ତ୍ରରେ ପ୍ରତିବାଦ ଲାଗି ସମସ୍ତଙ୍କର ଅଧିକାର ଅଛି । କିନ୍ତୁ ପ୍ରତିବାଦ ନାଁରେ ବିଧାନସଭାର ଶୃଙ୍ଖଳା ଭାଙ୍ଗ କରିବା ଠିକ୍ କି ବୋଲି ଉଠିଛି ପ୍ରଶ୍ନ ? ୨୭ ତାରିଖ ଆନ୍ଦୋଳନ ପୂର୍ବରୁ ଲୋକଙ୍କ ଦୃଷ୍ଟି ଆକର୍ଷଣ ଲାଗି କଂଗ୍ରେସର ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି କି । 25 ବର୍ଷରେ କଂଗ୍ରେସର ଭୋଟ୍ ପ୍ରତିଶତ ପହଞ୍ଚିଲା ୧୩ ପ୍ରତିଶତରେ । ଲୋକଙ୍କଠୁ କଟିବାର କଂଗ୍ରେସର ଲମ୍ବା ପ୍ରକ୍ରିୟା । ଗଣତନ୍ତ୍ରରେ ପ୍ରତିବାଦ କରିବା ଠିକ୍, ହେଲେ ଉତ୍ପଟାଙ୍ଗ କାମ କରି ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି ଦଳ । ୧୨ ପରେ ଆଜି ୨ ବିଧାୟକ ନିଲମ୍ବିତ । ବିଧାନସଭାରେ ଆଉ ନାହାନ୍ତି କଂଗ୍ରେସ ସଦସ୍ୟ । କଂଗ୍ରେସ ପ୍ରସଙ୍ଗ ଲାଗି ପ୍ରତିବାଦ କରୁଛି, ନା ବିଜେଡିର ମୋହରା ସାଜି ଗୃହକୁ ଅଚଳ କରୁଛି ତାକୁ ନେଇ ଉଠିଲା ପ୍ରଶ୍ନ ।