Revolt in Bjd / ବିଜେଡିର ରାଜ୍ୟସଭା ପ୍ରାର୍ଥି ଘୋଷଣା, ଦଳୀୟ ନେତାଙ୍କ ଖୋଲା ବିଦ୍ରୋହ
·4 months ago·2 min read

Key Points
ସଂତୃପ୍ତ ମିଶ୍ରଙ୍କ ବିଜେଡିର ରାଜ୍ୟସଭା ପ୍ରାର୍ଥୀତ୍ବକୁ ବିରୋଧ
ବିରୋଧ କଲେ ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ବାଳ
ଦଳରେ ଯିଏ କାମ କରୁଛି ତାକୁ କିଛି ମିଳୁନାହିଁ

ରାଜ୍ୟସଭାର ତୃତୀୟ ପ୍ରାର୍ଥୀ ଭାବେ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା ପରେ ବିଜେଡିରେ ଦେଖା ଦେଇଛି ଅସନ୍ତୋଷ। ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ବାଳ ଖୋଲାଖୋଲି ଅସନ୍ତୋଷ ଝାଡ଼ିଛନ୍ତି। ସଂତୃପ୍ତଙ୍କ ପ୍ରାର୍ଥିତ୍ବକୁ ଖୋଲାଖୋଲି ବିରୋଧ କରିଛନ୍ତି। କହିଛନ୍ତି ଦଳରେ ଯିଏ କାମ କରୁଛି ତାକୁ କିଛି ମିଳୁନାହିଁ। ଏବେ ସମସ୍ତେ ବସିକି ନିଷ୍ପତ୍ତି ନେବାର ସମୟ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ବାଳ।
ସେପଟେ ସୋସିଆଲ ମିଡିଆରେ ତେରେଛା ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ସଂତୃପ୍ତଙ୍କୁ ନେଇ ସେ କରିଥିବା ପୂର୍ବାନୁମାନ ସତ ହୋଇଥିବା ପୋଷ୍ଟରେ ଲେଖିଛନ୍ତି । ୨୦୨୫ରେ ସେ କରିଥିବା ପୋଷ୍ଟକୁ ମଧ୍ୟ ରି-ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସଂତୃପ୍ତଙ୍କ ସାଂଗଠନିକ ଓ ରାଜନୈତିକ ଦକ୍ଷତାକୁ ନେଇ ସେ ପ୍ରଶ୍ନ କରିଥିଲେ । ଅତି କଡ଼ା ଶବ୍ଦରେ ସମାଲୋଚନା କରି ସୋସିଆଲ ମିଡିଆରେ ଏହି ପୋଷ୍ଟ କରିଥିଲେ ଶ୍ରୀମୟୀ । ଏବେ ସେହି ପୁରୁଣା ପୋଷ୍ଟରୁ ରି-ପୋଷ୍ଟ କରି ସେ ତିନି ଧାଡ଼ି ଲେଖିଛନ୍ତି । ଯେଉଁଥିଲେ ରାଜ୍ୟସଭା ଟିକେଟ୍ ପାଇଁ ବିଜେଡି ବରିଷ୍ଠ ନେତାଙ୍କୁ ଅଣଦେଖା କରିଥିବା ଇସାରା କରିଛନ୍ତି ।
ଆଜି ରାଜ୍ୟସଭା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତୃତୀୟ ଆସନ ପାଇଁ ବିଜେଡିର ବରିଷ୍ଠ ନେତା ତଥା କଟକ ଲୋକସଭା ଆସନରୁ ସଂସଦ ପ୍ରାର୍ଥୀ ହୋଇଥିବା ସଂତୃପ୍ତ ମିଶ୍ରଙ୍କୁ ବାଛିଛନ୍ତି । ବାକି ୪ର୍ଥ ସିଟ୍ ଲାଗି ଡଃ. ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି । ଏହାସହିତ ସମସ୍ତ ଦଳଙ୍କୁ ଡଃ. ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ।
ପ୍ରାର୍ଥୀ ଘୋଷଣା ସମୟରେ ନବୀନ କହିଛନ୍ତି ଯେ, ସଂତୃପ୍ତ ଆମ ଦଳର ପ୍ରାର୍ଥୀ ଏବଂ ଡା ଦତ୍ତେଶ୍ଵର ହୋତା କମନ୍ କ୍ୟାଣ୍ଡିଡେଟ୍। ସଂତୃପ୍ତ ମିଶ୍ର ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଅଛନ୍ତି । ଗତ ସାଧାରଣ ନିର୍ବାଚନରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ହୋଇଥିଲେ ସଂତୃପ। ସେହିପରି ଓଡ଼ିଆ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଛନ୍ତି ଡାକ୍ତର ଦତ୍ତେଶ୍ଵର ହୋତା। କ୍ୟାପିଟାଲ ହସ୍ପିଟାଲରେ ସେ ୟୁରୋଲୋଜି ବିଭାଗରେ ଥିଲେ।
ଓଡ଼ିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ହେବାକୁ ଯାଉଛି । ଯେଉଁଥି ଲାଗି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଝା । ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଯେଉଁଥିରେ ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ଭୋଟ୍ ଗଣତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories