Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିମାପଡା ଚିନ୍ତାରେ ନବୀନ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନିମାପଡା ଚିନ୍ତାରେ ନବୀନ

Key Points

  • ନିମାପଡା ଚିନ୍ତାରେ ନବୀନ
  • ଶଙ୍ଖକୁ ଜିତାଇବାକୁ ୮ ନେତାଙ୍କୁ ମିଳିଲା ଦାୟିତ୍ଵ
     

ଅର୍ଗସ ବ୍ୟୁରୋ: ନବୀନଙ୍କୁ ନିମାପଡ଼ା ଟେନସନ୍‌ । ସଜସଜ ବିଜେଡିର ଟାଣୁଆ ନେତା ସମୀର ରଂଜନ ଦାସ ବିଜେଡି ଛାଡିବା ପରେ ବିଜେପିରେ ଯୋଗ ଦେଇଛନ୍ତି । ଖାଲି ଯୋଗ ଦେଇଛନ୍ତି ତାହା ନୁହେଁ ବରଂ କେମିତି ବିଜେପି ଜିତିବ ସେନେଇ ପ୍ଲାନ ବି କରିଛନ୍ତି । ସ୍ଥାନୀୟ ଅଂଚଳରେ ତାଙ୍କର ଲୋକପ୍ରିୟତା ଏତେ ଅଧିକ ଯେ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେଇଥି ଲାଗି ତ ବିଜେଡିର ୮ ଜଣ ନେତାଙ୍କୁ ନିମାପଡ଼ା ଗଡ଼ ଜଗିବାକୁ ଦାୟିତ୍ଵ ମିଳିଛି ।

ପୁରୁଖା ନେତା ବିଜେଡି ଛାଡିବା ଦଳ ପାଇଁ ଟେନସନ । କାରଣ ଯେଉଁଠି ଯେଉଁଠି ନେତା ଦଳ ଛାଡିଛନ୍ତି ସେଇଠି ସେଇଠି ଦଳର ସ୍ଥିତି ପୂରା ଗୋଳମାଳ ହୋଇଛି । ସମୀକରଣ ବି ବଦଳିଛି । ହେଲେ ନିମାପଡାର ସ୍ଥିତି କିନ୍ତୁ ବିଜେଡି ଲାଗି ଜଟିଳ । କାରଣ ନିମାପଡ଼ାର ପୂର୍ବତନ ବିଧାୟକ ସମୀର ରଂଜନ ଦାଶ ବିଜେପିକୁ ଯିବା ପରେ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେଡି କରିଛି ସବୁ ରଣନୀତି ଆପଣାଇଲାଣି । ନିମାପଡ଼ା ଆସନ ଲାଗି ୮ ଜଣ ନେତାଙ୍କୁ ସଂଯୋଜକ ଭାବେ ନିଯୁକ୍ତ କରିଛି ଦଳ । ସୁଭାଶିଷ ଖୁଣ୍ଟିଆ, ଉମାକାନ୍ତ ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥୀ, ରମା ରଞ୍ଜନ ବଳିଆରସିଂହ, ସଂଗ୍ରାମ ପାଇକରାୟ, କମଳ ପାତ୍ର, ସୁନୀଲ ମହାନ୍ତି ଓ ଦିବାକର ପାତ୍ରଙ୍କୁ ଦଳ ଦାୟିତ୍ଵ ଦେଇଛି ।

ନିମାପଡ଼ାରେ ଶେଷ ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଥିବା ବେଳେ ଏଠାରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ନାୟକ । ତିନି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଟିକେଟ୍ କାଟି ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି । ଏପଟେ ବିଜେପି ନିମାପଡ଼ାରୁ ପ୍ରଭାତୀ ପରିଡ଼ାଙ୍କୁ ପ୍ରାର୍ଥୀ କରିଛି । ପ୍ରଭାତୀ ପରିଡ଼ା ନିଶ୍ଚିୟ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ସମୀର । ଟିକେଟ କାଟିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ସମୀର ରଞ୍ଜନ ଦାଶ ବିଜେଡିକୁ ଅନୁରୋଧ କରିଥିଲେ । ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ସମାବେଶ ବି କରିଥିଲେ । ଏମିତିକି ତାଙ୍କର କିଛି ସମର୍ଥକ ଦଳ ଛାଡ଼ି ବିଜେପିରେ ମିଶିଥିଲେ। କିନ୍ତୁ ଦଳ ନିଷ୍ପତ୍ତି ବଦଳାଇ ନଥିଲା। ଓଲଟି ସମୀରଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଦାୟିତ୍ୱ ଦେଇଥିଲା ଦଳ ଏବଂ ଟିକେଟ ନେଇ ପୁନର୍ବିଚାର କରାଯିବ ନାହିଁ ବୋଲି ପରୋକ୍ଷରେ ଜଣାଇ ଦେଇଥିଲା। ପରବର୍ତ୍ତୀ ସମୟରେ ସମୀର ଦଳ ଛାଡିଦେଇଥିଲେ । ଆଉ ଏବେ ବିଜେଡିକୁ ପ୍ରତ୍ୟକ୍ଷ ଭାବରେ ଟେନସନ ଦେଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Elections 2024 | Argus News