Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମିଛ ପ୍ରଚାରରେ ଏବେ ବି ବ୍ୟସ୍ତ ବିଜେଡି

Odisha

ମିଛ ପ୍ରଚାରରେ ଏବେ ବି ବ୍ୟସ୍ତ ବିଜେଡି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ମିଛ ପ୍ରଚାରରେ ଏବେ ବି ବ୍ୟସ୍ତ ବିଜେଡି

Key Points

  • ମିଛ ପ୍ରଚାରରେ ଏବେ ବି ବ୍ୟସ୍ତ ବିଜେଡି
  • ନୂଆ ସରକାରକୁ ବଦନାମ୍ କରିବାକୁ ବିଜେଡିର ବଡ଼ ଷଡଯନ୍ତ୍ର
  • ଶଙ୍ଖ ଭବନରେ ଖୋଲିଛି ଫେକ୍ ନିଉଜ ଫ୍ୟାକ୍ଟ୍ରି 

ଅର୍ଗସ ବ୍ୟୁରୋ: ସରକାରରୁ ଗଲାଣି ହେଲେ ବି ପ୍ରକୃତି ଛାଡୁନି ବିଜେଡି । ଅର୍ଥାତ୍‌ ମିଛରେ ମାଷ୍ଟର ଡିଗ୍ରୀ କରିଛି ଶଙ୍ଖ ଦଳ । କେମିତି ନୂଆ ସରକାର ବଦନାମ ହେବ ସେନେଇ ଶଙ୍ଖ ଭବନରୁ ମାଷ୍ଟର ପ୍ଲାନ କରୁଛି ଦଳ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ସୋସିଆଲ୍ ମିଡିଆକୁ ମାଧ୍ୟମ କରି ମିଛ ପ୍ରଚାର ଚଳାଇଛନ୍ତି ବିଜେଡିର ଟ୍ରୋଲ୍ ଆର୍ମୀ । ନୂଆ ସରକାରଙ୍କୁ ବଦନାମ କରିବା ଲାଗି ଶଙ୍ଖ ଭବନରେ ଖୋଲିଛି ଫେକ୍ ନିଉଜ ଫ୍ୟାକ୍ଟ୍ରି । ପ୍ରସଙ୍ଗ ଭିତ୍ତିକ ସମାଲୋଚନାରେ ନିଜ ଦଳର ପୋଲ୍ ଖୋଲିଯିବା ଭୟରେ ମିଛ ପ୍ରଚାରକୁ ସାହାର କରିଛି ବିଜେଡି । ଯାହାକୁ ନେଇ ଏବେ ସରଗରମ ହେଲାଣି ରାଜ୍ୟ ରାଜନୀତି । 

ପରାଜୟକୁ ସହଜରେ ଗ୍ରହଣ କରିପାରୁନି କି ବିଜେଡି । ଯଦି ଗ୍ରହଣ କରିପାରୁଛି ତାହାଲେ ଏମିତି ଭିତ୍ତିହୀନ ଖବର ଦେଉଛି କାହିଁକି ? ଅଭିଯୋଗ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେକ୍ ଆଇଡି ଖୋଲି ମିଥ୍ୟା ଖବର ଜରିଆରେ ଗୁଜବ ସୃଷ୍ଟି କରାଯାଉଛି । କେବଳ ସେତିକି ନୁହେଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା,5-T, ମୋ ସରକାର,ଓଡିଶାରେ ଦେଶୀ ଓ ବିଦେଶୀ ମଦ ବନ୍ଦ ବୋଲି ମିଛ ଖବର ସୋସିଆଲ୍ ମିଡିଆରେ ପ୍ରସାରଣ ହେବା ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏନେଇ ସ୍ପଷ୍ଟୀକରଣ ରଖିଛି । ଆଉ ଏହାକୁ ନେଇ ଅର୍ଗସକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁମାନେ ସରକାରଙ୍କ ନାଁରେ ଫେକ୍ ନ୍ୟୁଜ୍ ଛାଡୁଛନ୍ତି ଖୁବଶୀଘ୍ର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସରକାରରେ ଥିବା ବେଳେ ତ ଯାହା କରୁଥିଲେ କରୁଥିଲେ, ଏବେ ସରକାରରୁ ଯିବା ପରେ ମନ୍ଦବୁଦ୍ଧି ଛାଡୁନାହାନ୍ତି । କାରଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେକ ଆଇଡି କରି ଭ୍ରମିତ କରୁଛି ବିଜେଡି । ଯାହାକୁ ନେଇ ଏବେ ସବୁଠି ପ୍ରତିକ୍ରିୟା ପ୍ରକାଶ ପାଇଛି । ଖାସ୍‌ କରି ବୁଦ୍ଧିଜୀବୀ ଏଇ ଘଟଣାକୁ ନାପସନ୍ଦ କରିବା ସହିତ  ଏପରି ଗୁଜବ ସୃଷ୍ଟି କରି ଲୋକଙ୍କୁ ଭ୍ରମିତ ନକରାଯିବାକୁ ପରାମର୍ଶ ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏ ସବୁ ଭିତରେ ଡିପ୍‌ଫେକ୍ କଣ୍ଟେଣ୍ଟର ମୁକାବିଲା ପାଇଁ ଡିଜିଟାଲ୍ ଇଣ୍ଟିଆ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର । ଏ ନେଇ ଖୁବଶୀଘ୍ର ବଡ ନିଷ୍ପତ୍ତି ନେଇପାରନ୍ତି ମୋଦି ସରକାର 3.0 । ଅନଲାଇନ୍ ପ୍ଲାଟଫର୍ମରେ ଭ୍ରମାତ୍ମକ କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହି ବିଲରେ ବ୍ୟବସ୍ଥା କରିପାରନ୍ତି କେନ୍ଦ୍ର ସରକାର । ଆଉ ଏହାରି ଭିତରେ ରାଜ୍ୟ ସରକାରଙ୍କ ନାଁରେ ମିଛ ଖବର ପ୍ରସାରଣକୁ ନେଇ କିନ୍ତୁ ତେଜିଲାଣି ରାଜ୍ୟ ରାଜନୀତି ।
 

Sponsored
Fake News | Argus News