ପୂର୍ବ ଶତ୍ରୁତା : ବିଜେପି କର୍ମୀଙ୍କୁ ହାଣିଲେ ବିଜେଡି କର୍ମୀ ?
·1 year ago

ଅର୍ଗସ ବ୍ୟୁରୋ: ନୟାଗଡ଼ ଚଣ୍ଡୀବସ୍ତିରେ ରାଜନୈତିକ ହିଂସା l ଗାଁର ଗୋଟିଏ ବିଜେପି ପରିବାରର ୪ ଜଣଙ୍କୁ ବିଜେଡି କର୍ମୀ ହାଣିଥିବା ଅଭିଯୋଗ । ଧାରୁଆ ଅସ୍ତ୍ରରେ ବିଜେଡି କର୍ମୀ ହାଣିଥିବା ଅଭିଯୋଗ ହୋଇଛି l ପୂର୍ବ ରାଜନୈତିକ ଶତ୍ରୁତା ଏବଂ ଟଙ୍କା ନେଣଦେଣକୁ ନେଇ ଅନେକ ସମୟରେ ବଚସା ଲାଗି ରହିଥିଲା l ଆକ୍ରମଣରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି l ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: