Videos
|
Odisha

ପୁଣି ବଢିଲା ବିଜେଡି ବିବାଦ

Rashmita Mishra
Browse all articles by Rashmita Mishra
·1 year ago·2 min read
ପୁଣି ବଢିଲା ବିଜେଡି ବିବାଦ

ପୁଣି ବଢିଲା ବିଜେଡିରେ ବିବାଦ । ବିଜେଡି ସାଂସଦ ସୁଲତା ଦେଓକୁ ଟାର୍ଗେଟ କରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦଳକୁ ସୁଲତା କେବେ ଆଉ ମୁଁ କେବେ ଆସିଛି ଏକଥା ସମସ୍ତେ ଜାଣନ୍ତି । ଜଣେ ଜୁନିୟର ସଭ୍ୟ ହୋଇ ପୁଣି ମୁଖିଆ ମନା କଲା ପରେ ବି ସେ ଟୁଇଟ୍ କରି ବିବାଦ ବଢ଼ାଉଛନ୍ତି । ଏକଥା ଆଗକୁ ନବୀନ ବାବୁ ବିଚାର କରିବେ । ସୁଲତା ଦେଓ ଶୃଙ୍ଖଳା ଭାଙ୍ଗିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦେବାଶିଷ।

ସେପଟେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ପ୍ରଭାତ ତ୍ରିପାଠୀ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ। ଦଳ ବିଷୟରେ ସେ ଯାହା କହିଛନ୍ତତ ଆଗାମୀ ଦିନରେ ତଳ ତାହା ବିଚାର କରିବ । ଶନିବାର ରାଜ୍ୟସଭା ବିଜେଡି ସାଂସଦ ସୁଲତା ଦେଓଙ୍କ ଏକ୍ସ ପୋଷ୍ଟକୁ ନେଇ ବିବାଦ ବଢିଥିଲା। ସୁଲତା ପୋଷ୍ଟ କରି ସିଧାସଳଖ ମୁନ୍ନା ଖାଁ ଓ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ୍ କରିଥିଲେ। ବିଜେଡିରେ ବିବାଦ ସୃଷ୍ଟି ହୋଇଥିଲା ୱାକଫ୍ ଭୋଟକୁ ନେଇ। ବିଜେଡିର 5 ରାଜ୍ୟସଭା ସାଂସଦ ୱାକଫ୍ ସପକ୍ଷରେ ଭୋଟ୍ କରିଥିଲେ।

ସସ୍ମିତ ପାତ୍ର ଏନେଇ ଏକ୍ସ ପୋଷ୍ଟ କରିଥିଲେ। ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାଜ୍ୟସଭା ସଦସ୍ୟ ମୁନ୍ନା ଖାଁ ଓ ଦେବାଶିଷ ସାମନ୍ତରାୟ ଓ ଅନ୍ୟ ବରିଷ୍ଠ ନେତା। କାହା ଇସାରାରେ ବିଜେଡି ନିଷ୍ପତ୍ତି ବଦଳିଲା ବୋଲି ପ୍ରଶ୍ନ ଉଠିଲା। ବିଭିନ୍ନ ସ୍ଥାନରେ ମେଳି ବି କଲେ ବିଜେଡି ନେତା ଓ ବିଧାୟକ। ସିଧାସଳଖ ଟାର୍ଗେଟ୍ କଲେ ପାଣ୍ଡିଆନଙ୍କୁ। ହେଲେ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଲେ ନବୀନ। ତା ସହିତ ହୋଟେଲରେ ମେଳି କରିଥିବା ନେତାଙ୍କୁ ତାଗିଦ ବି କଲେ। ତେବେ ନବୀନଙ୍କ ନାଲି ଆଖିକୁ ଆଉ ଡରୁନାହାନ୍ତି ବିଜେଡି ନେତା। କ୍ଷମତା ଗଲା ଡର ବି ଗଲା। ଏବେ ସତ ହେବ କି ବିଶେଷଜ୍ଞଙ୍କ ଆକଳନ, ଭାଙ୍ଗିଯିବ କି ବିଜେଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bjd-controversy-escalates-again | Argus News