Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚରମ ସୀମାରେ ଭୁବନେଶ୍ଵର ବିଜେଡି କଳି 

Smruti Parija
Browse all articles by Smruti Parija
·1 year ago·2 min read
ଚରମ ସୀମାରେ ଭୁବନେଶ୍ଵର ବିଜେଡି କଳି 

Key Points

  • ଚରମ ସୀମାରେ ଭୁବନେଶ୍ଵର ବିଜେଡି କଳି 
  • କର୍ପୋରେଟର ଲିଟୁ, ଅମରେଶଙ୍କ ସମେତ ୪ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ 
  • ୧୫ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ 
  • ସେପଟେ ପୁରୀରେ ୨୫ରୁ ୩୦ ବିଜେଡି କର୍ପୋରେଟରଙ୍କ ମେଳି 

ଅର୍ଗସ ବ୍ୟୁରୋ: ଉଗ୍ର ହେଲାଣି ଭୁବନେଶ୍ଵର ବିଜେଡିରେ କଳି । ଦଳର ଏକତା ନେଇ ଉଠିଲାଣି ପ୍ରଶ୍ନ । ଏସବୁ ମଧ୍ୟରେ ବିଜେଡି ବିଦ୍ରୋହୀ କର୍ପୋରେଟର କୁହାଯାଉଥିବା ବିରଞ୍ଚି ନାରାୟଣ ମହାସୂପକାର, ଅମରେଶ ଜେନାଙ୍କ ବିରୋଧରେ ଆକ୍ସନର ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳ ଭିତରେ ବିଶୃଙ୍ଖଳା କରୁଥିବା ଦର୍ଶାଇ ଏହି ଦୁଇ କର୍ପୋରେଟରଙ୍କ ସହ ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳର ନେତା ବିବେକ ସ୍ବାଇଁଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ। କାହିଁକି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆଯିବ ସେନେଇ ୧୫ଦିନରେ ଉତ୍ତର ରଖିବାକୁ ଏହି ଚାରି ଜଣଙ୍କୁ ନିର୍ଦେଶ ଦିଆଯାଇଛି ।

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉତ୍ତର ରଖିବାକୁ କହିବା ସହିତ ପରୋକ୍ଷରେ ଅନନ୍ତ ନାରାୟଣ ଜେନା ଓ ଅଶୋକ ପଣ୍ଡାଙ୍କୁ ତେରେଛା ବାଣ ମାରିଛନ୍ତି ଲିଟୁ ଓ ଅମରେଶ। ତଳୁ ଉପର ସ୍ତର ଯାଏଁ ଯିଏବି ଦଳ ବିରୋଧୀ କାର୍ଯ୍ୟ କରୁଥିବ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ବିଶ୍ଵାସ ଥିବା ଉଭୟ କହିଛନ୍ତି।

ସେପଟେ ବିଏମିସର ଦୁଇ କର୍ପୋରେଟରଙ୍କ ସମେତ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବା ବେଳେ ପୁରୀରେ ୨୫ରୁ ୩୦ ବିଜେଡି କର୍ପୋରେଟର ମେଳି କରିଥିବା ଚର୍ଚ୍ଚା ହେଉଛି । ବାବା ଲୋକନାଥଙ୍କୁ ଦର୍ଶନ କରି ଏହି କର୍ପୋରେଟର ମାନେ ଏକାଠି ରହିବାକୁ ଶପଥ ନେଇଛନ୍ତି ବୋଲି କହିଛନ୍ତି । ତେବେ ପୁରୀରେ କର୍ପୋରେଟର ମେଳି ପଛରେ କେଉଁ ନେତାଙ୍କ ହାତ ରହିଛି? ଏମାନେ କାହା ବିରୋଧରେ ଏକାଠି ହେବାକୁ ଶପଥ ନେଇଥିବା କଥା କହୁଛନ୍ତି ତାକୁ ନେଇ ରୋଚକ ସ୍ଥିତି ସୃଷ୍ଟି ହୋଇଛି । ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏହାର ପ୍ରଛଦପଟରେ ହାତ ଥିବା କଥା କୁହାଯାଉଛି ।

ଭୁବନେଶ୍ଵର ବିଜେଡିର ଏହି ବିସ୍ଫୋରକ ପରିସ୍ଥିତି ଆଗକୁ କେଉଁ ଆଡ଼କୁ ଯାଉଛି ଦେଖିବାକୁ ବାକି। ଆଗକୁ ଭୁବନେଶ୍ଵର ମହାନଗର ନିଗମ ରହିବ ନା ଭାଙ୍ଗିବ ଦେଖିବାକୁ ବାକି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjd-corporate-dispute- | Argus News