ଅମରେଶ କହିଲେ, ମୋତେ ଫସାଇ ଦେଲେ...

Key Points
ଅମରେଶ ଜେନା ଓରଫ ବାଇଁଆ ବାଲେଶ୍ଵରରୁ ଗିରଫ
ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ
ଗର୍ଭ ନଷ୍ଟ କରିବା ଭଳି ସଂଗୀନ ଅଭିଯୋଗ ଆଣିଥିଲେ ନାବାଳିକା
ବନ୍ଧା ହେଲେ ବାଇଁଆ । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାଲେଶ୍ଵରରୁ ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିବା ଏବଂ ଗର୍ଭ ନଷ୍ଟ କରିବା ଭଳି ଅମରେଶଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ ଜଣେ ନାବାଳିକା। ପୀଡ଼ିତାଙ୍କ ବୟାନ, ଡିଜିଟାଲ ପ୍ରମାଣ ଏବଂ ପ୍ରମାଣ କୁ ଆଧାର କରି ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କରିଛି ପୋଲିସ। ତାଙ୍କୁ ଭୁବନେଶ୍ବର ଆଣିବା ପରେ କ୍ୟାପିଟାଲ ହସପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହାପରେ ଅମରେଶଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟକୁ ନେବାବେଳେ ଅର୍ଚ୍ଚନା ନାଗ ତାଙ୍କୁ ଫସାଇ ଦେଇଛନ୍ତି ବୋଲି କହିଛନ୍ତି ଅମରେଶ।
ଅମରେଶଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା। ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା 64(2)(m) , ଗର୍ଭ ନଷ୍ଟ କରିବା 89, ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା 296, ଜୀବନରୁ ମାରିଦେବାକୁ ଧମକ ଦେବା 351(2) ଏବଂ ଅପରାଧିକ ଷଡ଼ଯନ୍ତ୍ର କରିବା ଅଭିଯୋଗରେ 61(2) BNS ଧାରା ଲାଗିବା ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ । ଗତକାଲି ଅମରେଶ ଜେନାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ତାଙ୍କର 5ଜଣ ସହଯୋଗୀଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲା ଲକ୍ଷ୍ମୀସାଗର ଥାନା ପୋଲିସ ।
📱 Get Argus News App
✨ଅଭିଯୋଗ ଅନୁଯାୟୀ 2023 ମସିହାରେ ରଜ ମୋହତ୍ସବରେ ଅମରେଶଙ୍କ ସହ ପୀଡିତା ଙ୍କ ସହ ଚିହ୍ନା ହୋଇଥିଲା । ପରେ ଅମରେଶ ପୀଡ଼ିତାଙ୍କୁ ନୂଆ ମୋବାଇଲ ଗିଫ୍ଟ ଦେଇଥିଲେ ଏବଂ ପ୍ରେମ ନିବେଦନ କରିଥିଲେ। ବିବାହର ପ୍ରତିଶୃତି ଦେଇ ପୁରୀରେ ନାବାଳିକା ପୀଡିତାଙ୍କୁ ଅମରେଶ ଦୁଷ୍କର୍ମ କରିଥିବା ଏତଲାରେ ଅଭିଯୋଗ କରିଛନ୍ତି ପୀଡିତା। ଗର୍ଭ ନଷ୍ଟ କରିବା, ଭୁବନେଶ୍ୱର ଛାଡ଼ି ପଳାଇବାକୁ ପୀଡିତାଙ୍କୁ ଧମକ ଦେବା, କେଉଁଠି ଅଭିଯୋଗ କଲେ ଜୀବନରୁ ମାରିଦେବା ନେଇ ଅମରେଶ ଧମକ ଦେଇଥିବା ପୀଡିତା ଅଭିଯୋଗରେ ଦର୍ଶାଇଛନ୍ତି । ଅମରେଶଙ୍କ ପତ୍ନୀ କହିଛନ୍ତି ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି, ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର।
ନାରୀ ନିର୍ଯାତନା ଉପରେ ଜିରୋ ସହନଶିଳତା ଆପଣଉଛନ୍ତି ରାଜ୍ୟ ସରକାର। ପୂର୍ବରୁ ଜଣେ ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।