Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋଡେଇ ଗୋଡେଇ ମାରିଲେ ପୁର୍ବତନ ସେନା ଅଧିକାରୀଙ୍କୁ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଗୋଡେଇ ଗୋଡେଇ ମାରିଲେ ପୁର୍ବତନ ସେନା ଅଧିକାରୀଙ୍କୁ

Key Points

ଉଚ୍ଛେଦ ବେଳେ କଲେ ଗଣ୍ଡଗୋଳ

ଅଭାଷାରେ କଲେ ଗାଳି ଗୁଲଜ

ଆଉ ତାପରେ ....

ପୁର୍ବତନ ସେନା ଅଧିକାରୀଙ୍କୁ ଗୋଡେଇ ଗୋଡେଇ ମାରିଲେ ବିଏମସିର ଓ୍ବାର୍ଡ ନମ୍ବର ୪୪ କର୍ପୋରେଟର ଅଜିତ ବେହେରା। ଏନେଇ ଭୁବେନଶ୍ବର ବଡ଼ଗଡ଼ ଥାନାରେ ମାମଲା ରୁଜ୍ଜୁ କରିଛି ଓଡ଼ିଶା ଭେଟରାନ ସୋଲଜର ଆସୋସିଏସନ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମେୟର ସୁଲୋଚନା ଦାସଙ୍କୁ ଅବଗତ କରିଛନ୍ତି।


ବିଏମ୍ସି ଅଧିନସ୍ଥ ୩ୟ ପାର୍ଟି ଦ୍ୱାରା ନିଯୁକ୍ତି ପାଇଥିବା ଜଣେ ପୂର୍ବତନ ସେନା ଅଧିକାରୀ ଏନଫୋର୍ସ୍ ମେଣ୍ଟ ବିଭାଗରେ କାମ କରିବାକୁ ଫିଲଡ଼ ଯାଇଥିଲେ। ସେଠାରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ପୋଲିସ, ବିଏମ୍ସି ଷ୍ଟାଫ୍ଟ ଅନ୍ୟ ବିଭାଗ ର ଅଧିକାରୀ ମଧ୍ୟ ରହିଥିଲେ। ଗୋଟିଏ ଦୋକାନ ଉଚ୍ଛେଦ ହେଉଥିବା ସମୟରେ କର୍ପୋରେଟର ଆସି ଅଟକାଇବା ସହ ଧମକ ଚମକ ଦେଇଥିଲେ। ସେଠାରେ ସଂଜୟ କୁମାର ସ୍ୱାଇଁ ଯିଏ କି କର୍ପୋରେଟର ଙ୍କ ପରିଚୟ ମାଗିବାରୁ ଏଭଳି କାଣ୍ଡ ଘଟାଇଥିଲେ କର୍ପୋରେଟର ଓ ତାଙ୍କ ସହଯୋଗୀ ମାନେ। ସଂଜୟ ସ୍ୱାଇଁ ଯେତେ ଗୁହାରି କରିଥିଲେ ମଧ୍ୟ କିଛି ନ୍ ଶୁଣି ତାଙ୍କୁ ଅଭଦ୍ର ଭାଷା ରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ପରେ ଆଜି ବିଏମ୍ସି ଅଫିସ ସାମ୍ନାରେ ଧାରଣା ଦେଇଥିଲେ ଅଲ ଓଡିଶା ଭେଟରାନ୍ ସୋଲଜର ଆସୋସିଏସନ। ମେୟର ଓ କର୍ପୋରେଟରଙ୍କୁ ଘେରିଥିଲା ସନଗଠନ। ପରେ ବୁଝା ସୁଝା ହୋଇ କର୍ପୋରେଟର ସର୍ବ ସମ୍ମୁଖରେ ଭୁଲ ମଗନ୍ତୁ ନଚେତ ତାଙ୍କୁ ବହିଷ୍କାର କରାଯାଉ ବୋଲି ଦାବି ରଖିଛି ସଂଘ। ସେପଟେ ମେୟରଙ୍କର ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

Sponsored
BJD corporator created a ruckus | Argus News