Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ସ୍ଥିତି ସଙ୍ଗୀନ : ନବୀନଙ୍କୁ ଚ୍ୟାଲେଞ୍ଜ ଦେବାକୁ ପଛାଉନାହାନ୍ତି ନେତା ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବିଜେଡି ସ୍ଥିତି ସଙ୍ଗୀନ : ନବୀନଙ୍କୁ ଚ୍ୟାଲେଞ୍ଜ ଦେବାକୁ ପଛାଉନାହାନ୍ତି ନେତା ?

Key Points

  • ବିଜେଡିରେ ତୀବ୍ର ହେଲାଣି ଗୋଷ୍ଠୀ କନ୍ଦଳ
  • ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କ ପାୱାରରେ ନାଚୁଛନ୍ତି କି କର୍ପୋରେଟର ?
  • ଲୋକନାଥଙ୍କ ଦର୍ଶନ ପଛରେ ହାତ କାହାର ?

ଅର୍ଗସ ବ୍ୟୁରୋ: ଦିନ ଗଡ଼ୁଛି, ବିଜେଡିରେ କନ୍ଦଳ ବଢିବାରେ ଲାଗିଛି । ଆଉ ସୁପ୍ରିମୋଙ୍କର ଚାଲୁନି ମ୍ୟାଜିକ୍‌ । ପୂର୍ବରୁ ଯେଉଁ ଦଳର ସଭାପତିଙ୍କ ଗୋଟିଏ କଥାକୁ ଅକ୍ଷରେ ଅକ୍ଷରେ ମାନୁଥିଲେ ନେତା ଓ କର୍ମୀ । ଆଜି ସେହି ସୁପ୍ରିମୋଙ୍କୁ ଚେକ୍‌ ଦେବାକୁ ପଛାଉନାହାନ୍ତି ନେତା । ହଠାତ୍‌ ଦଳର ଶୃଙ୍ଖଳା ବିଗୁଡିଥିବା ଦେଖିବା ପରେ ଚିନ୍ତାରେ ନବୀନ । ବେଳ ଥାଉଥାଉ କେମିତି ସ୍ଥିତି ସମାଧାନ ହେବ ସେନେଇ କାଳେ ଶଙ୍ଖ ଭବନରେ ଚାଲିଛି ରୁଦ୍ଧଦ୍ଵାର ବୈଠକ ।

ତୀବ୍ର ହେଲାଣି ଭୁବନେଶ୍ଵର ବିଜେଡି କନ୍ଦଳ । ଅମରେଶ ଓ ବିରଞ୍ଚିଙ୍କ ବିରୋଧରେ ମେଳି କଲେ ବିଜେଡି କର୍ପୋରେଟର । କୁହାଯାଉଛି କି ମେଳି ପଛରେ ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କର ସିଧାସଳଖ ହାତ ରହିଛି । ଗତକାଲି ସକାଳୁ ସକାଳୁ ବିଜେଡିର ୩୦ କର୍ପୋରେଟର ଗୋଟିଏ ବସରେ ପୁରୀ ଯାଇ ଲୋକନାଥଙ୍କ ଦର୍ଶନ କରିଛନ୍ତି । ଚର୍ଚ୍ଚା ହେଉଛି ଅମରେଶ ଓ ବିରଞ୍ଚିଙ୍କୁ ଚେକ୍ ଦେବାପାଇଁ ଏବେ ଭୁବନେଶ୍ଵର ଏକାମ୍ର ଓ ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି କର୍ପୋରେଟର ଏକାଠି ହୋଇଛନ୍ତି । ଆଉ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଦୁଇ ଦଳ ବିରୋଧୀ କର୍ପୋରେଟରଙ୍କ ବିରୋଧରେ ଦଳ ନେଉ ଆକ୍ସନ ।

ଭୁବନେଶ୍ଵରରେ ବିଜେଡି କଳି ବିସ୍ଫୋରକ ରୂପ ନେଲାଣି । ୨୦୨୪ ନିର୍ବାଚନ ଟିକେଟ ବଣ୍ଟନ ବେଳେ ଅମରେଶ ଓ ବିରଞ୍ଚି ଟିକେଟ୍ ପାଇଁ ଲବି କରିଥିଲେ । ଟିକେଟ ନ ମିଳିବାରୁ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ବର୍ଷିବା ସହ ନିର୍ବାଚନରେ ଖୋଲାଖୋଲି ଅସହଯୋଗ କରିଥିଲେ । ଯେଉଁଥି ଲାଗି ଭୁବନେଶ୍ଵର ଏକାମ୍ରରେ ବିଜେଡି ପରାଜିତ ହେଲା । ଅନନ୍ତ ହାରୁହାରୁ ଜିତିଲେ ।  ହେଲେ ନିର୍ବାଚନ ପରେ ବି ଦୁଇ କର୍ପୋରେଟର ଲଗାତାର ଅଶୋକ ଓ ଅନନ୍ତଙ୍କ ବିରୋଧରେ ମନ୍ତବ୍ୟ ଦେଇ ଆସୁଛନ୍ତି । ଏବେ ସ୍ଥିତି ବିଗିଡିବାରୁ କର୍ପୋରେଟରଙ୍କୁ ଢାଲ କରି ଅମରେଶ ଓ ବିରଞ୍ଚିଙ୍କୁ ପାନେ ଦେବାକୁ ରଣନୀତି ଆପଣାଇଛନ୍ତି । କଳି ଉଗ୍ର ହେବାରୁ ଭୁବନେଜଶ୍ଵର ଜିଲ୍ଲା ବିଜେଡି ସଭାପତି ଅମରେଶ, ବିରଞ୍ଚିଙ୍କ ସହ ଏକାମ୍ର ବିଜୁ ଯୁବ ଜନତା ଦଳର ସଭାପତି ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ବିବେକ ସ୍ବାଇଁଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଯାହାର ଜବାବ ୧୫ ଦିନ ଭିତରେ ସମସ୍ତ ୪ଜଣ ରଖିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ନିର୍ବାଚନରେ ବିଜେଡି ହାରିବା ପରେ ସ୍ଥିତି ଗୋଟିଏ ପ୍ରକାର ସଙ୍ଗୀନ । ନେତାଙ୍କଠୁ କର୍ମୀ କେହି କାହାରିକୁ ମାନିବାକୁ ନାରାଜ । ତେଣୁ ଏମିତି ସ୍ଥିତିରେ ଆଗାମୀ ଦିନରେ ବିଜେଡି କେମିତି ପଂଚାୟତ ନିର୍ବାଚନରେ କେମିକି ମଇଦାନକୁ ଓହ୍ଲାଇବ ତାହାକୁ ନେଇ ଏବେ ଚର୍ଚ୍ଚା .

 

Sponsored
Naveen Patnaik | Argus News