Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସାମନାକୁ ଆସିଲା ବିଜେଡିର ଅସହିଷ୍ଣୁତାର ଚରିତ୍ର

Odisha

ସାମନାକୁ ଆସିଲା ବିଜେଡିର ଅସହିଷ୍ଣୁତାର ଚରିତ୍ର

Smruti Parija
Browse all articles by Smruti Parija
·2 years ago·1 min read
ସାମନାକୁ ଆସିଲା ବିଜେଡିର ଅସହିଷ୍ଣୁତାର ଚରିତ୍ର

ଅର୍ଗସ ବ୍ୟୁରୋ: ବିଜେପି ମିଶ୍ରଣ ପର୍ବରେ ହଙ୍ଗାମା । ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ଲଇକେରାରେ ମିଶ୍ରଣ ପର୍ବକୁ ଭଣ୍ଡୁର ପାଇଁ ଉଦ୍ୟମ । ଉପସ୍ଥିତ ଲୋକ ଆଣିଲେ ସାଂଘାତିକ ଅଭିଯୋଗ । `ସ୍ଥାନୀୟ ବିଧାୟିକା ଦିପାଲୀ ଦାସ ଗୁଣ୍ଡା ପଠାଇ କରିଛନ୍ତି ଗଣ୍ଡଗୋଳ' । 

ମିଶ୍ରଣ ପର୍ବ ଆରମ୍ଭ ପୂର୍ବରୁ ହଙ୍ଗାମା କରିଛନ୍ତି ବିଜେଡି ନେତା ଓ କର୍ମୀ । ପାକେଲପଡ଼ା ମଣ୍ଡଳରେ ଆୟୋଜିତ ମିଶ୍ରଣ ପର୍ବରେ ୪ ଟି ପଞ୍ଚାୟତର ପ୍ରାୟ ୭୦୦ରୁ ଅଧିକ ଲୋକ ବିଜେପିରେ ସାମିଲ ହୋଇଥାନ୍ତେ ।  ମିଶ୍ରଣ ପର୍ବ ଆରମ୍ଭ ପୂର୍ବରୁ ହଙ୍ଗାମା କରିଥିଲେ ବିଜେଡି ନେତା ଓ କର୍ମୀ । ବିଜେଡିର କର୍ମୀମାନେ ମଂଚକୁ ଯାଇ ଦୀପାଳିଙ୍କ ସମର୍ଥନରେ ସ୍ଲୋଗାନ ଦେବା ସହ ବିଜେପି ମୃଦାବାଦ ନାରା ପକାଇଥିଲେ । ହୋ ହଲ୍ଲା କରିଥିଲେ ଚେୟାର ବି ଫୋପାଡି ଥିଲେ । ମିଶ୍ରଣ ପର୍ବରୁ ଭଣ୍ଡୁର କରିବା ପାଇଁ  ଭରପୁର ଉଦ୍ୟମ କରିଥିଲେ ବିଜେଡିର ଗୁଣ୍ଡା ବାହିନୀ । ତେବେ ଗଣ୍ଡଗୋଳ ପରେ ବି ଆୟୋଜିତ ହୋଇଥିଲା ମିଶ୍ରଣ ପର୍ବ । 

ଗତ ସପ୍ତାହରେ ସାମନାକୁ ଆସିଥିଲା ବିଜେଡି ଅସହିଷ୍ଣୁତାର ଆଉ ଏକ ଚିତ୍ର । ସମୀର ଦାସଙ୍କୁ କଳାପତକା ଦେଖାଇବାରୁ ଉତକ୍ଷିପ୍ତ ସମୀରଙ୍କ ସମର୍ଥକ ବିଜେପି କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ । ଥାନାରେ ଅଭିଯୋଗ ହେଲା । ପୋଲିସ ସଙ୍ଗୀନ ଦଫା ଲଗାଇଲା । ହତ୍ୟା ଉଦ୍ୟମ ସହ ଆର୍ମସ ଆକ୍ଟ ଓ  ଏସସିଏସଟି ଅଟ୍ରୋସିଟି ଆକ୍ଟ ବି ଲାଗିଲା । ହେଲେ ସମୀରଙ୍କ ସମର୍ଥକ ବୋଲି ପୋଲିସ କାହକୁ ଗିରଫ କଲାନି । ଅନେକ ପ୍ରତିବାଦରେ ମାତ୍ର ଜଣକୁ ପୋଲିସ ଗିରଫ କରି ଚୁପ୍ ବସିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ ପାଇଁ ବାରମ୍ବାର ଦାବି କରୁଛି ବିଜେଡି । ହେଲେ ସେଇ ବିଜେଡି କର୍ମୀ ରାଜରାସ୍ତାରେ ହିଂସା କରିବାର ମାଳ ମାଳ ଉଦାହରଣ ଆସୁଛି ସାମନାକୁ ।

Painting
Sponsored
bjd-create-disturbance-in-bjp-mishrana-parva-at-jharsuguda | Argus News