Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନ୍ୟୁ ଜେନେରେସନ୍‌ ଭରସାରେ ବିଜେଡି 

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନ୍ୟୁ ଜେନେରେସନ୍‌ ଭରସାରେ ବିଜେଡି 

Key Points

  • ନ୍ୟୁ ଜେନେରେସନ୍‌ ଭରସାରେ ବିଜେଡି 
  • ବାପାଙ୍କୁ ଦେଲେନି ପୁଅଙ୍କୁ ଦେଲେ
  • ୨୪ ପାଇଁ ମାଷ୍ଟର ପ୍ଲାନ୍‌ ଫ୍ଲପ୍‌ ହେବନି ତ ?

ଅର୍ଗସ ବ୍ୟୁରୋ: ଏଥର ପୁରୁଣା ନୁହେଁ ବରଂ ନୂଆ ଜେନେରେସନ୍‌ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ହେଉଛି ବିଜୁ ଜନତା ଦଳ । ବାପାଙ୍କ ଫିଲଡରେ ପୁଅଙ୍କୁ ପ୍ଲେୟାର କରି ବିରୋଧୀଙ୍କୁ ବୋଲ୍ଡ କରିବାକୁ ଶଙ୍ଖ କରୁଛି ପ୍ଲାନ୍ । ପଡିଆ ପ୍ରସ୍ତୁତ, ମଇଦାନ ପ୍ରସ୍ତୁତ...ଆପାତତଃ ଖେଳାଳି ବି ପ୍ରସ୍ତୁତ । ଏବେ ଖାଲି ଅପେକ୍ଷା ୨୪ ମ୍ୟାଚ୍‌କୁ । କେବଳ ବିଜେଡି ନୁହେଁ ବରଂ ବିରୋଧୀ ବି ଏଥର ନ୍ୟୁ ଜେନେରେସନ ଉପରେ ଭରସା କରିଛନ୍ତି । 

୨୪ ନିର୍ବାଚନର ପଲିଟିକାଲ ଲଢେଇରେ ବିରାମ ଲଗାଇ ପୁଅଙ୍କୁ ମଇଦାନକୁ ଛାଡିଛନ୍ତି ବାପା । ବଲାଙ୍ଗିରରୁ ମାହାଙ୍ଗା...ସବୁଠି ଦେଖାଯାଇଛି ଏମିତି ଦୃଶ୍ୟ । ଏଇ ଯେମିତି ମାହାଙ୍ଗାର ପ୍ରତାପ ଜେନାଙ୍କର ଏଥର ଦଳ ଟିକଟ କାଟିବା ପରେ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଦେଇଛି ଟିକଟ । ଠିକ୍‌ ସେମିତି କଂଗ୍ରେସର ଭେଟେରାନ ନେତା ତଥା ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ର ଏଥର ନିର୍ବାଚନ ନଲଢି ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଛାଡିଛନ୍ତି ବାଟ । ଖାଲି ଏମାନେ ନୁହନ୍ତି ପାଞ୍ଚ ପାଞ୍ଚ ଥରର ବିଧାୟକ ବନିଥିବା ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରା । ନିର୍ବାଚନୀ ରାଜନୀତିରୁ ଏକପ୍ରକାର ଦୂରେଇ ଯାଇଥିବା ଯୋଗେନ୍ଦ୍ର ଲୋଇସିଂହା ଆସନରୁ ପୁଅକୁ ବିଜେଡି ଟିକଟରେ ଛିଡ଼ା କରାଇଛନ୍ତି । ତେଣେ କଳାହାଣ୍ଡି ଲୋକସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପ୍ରଥମ ଥର ପାଇଁ ଭାଗ୍ୟ ପରୀକ୍ଷା କରିବେ ନୂଆପଡ଼ା ସଦର ଆସନରୁ ।

କେବଳ ଏମାନେ ନୁହନ୍ତି ବରଂ ବିଜେଡିର ଭେଟେରାନ ନେତା ବି ସମାନ ନିଷ୍ପତ୍ତି ନେଇଛନ୍ତି । ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ ନିର୍ବାଚନ ନଲଢି ପୁଅ କଳିକେଶ ନାରାୟଣ ସିଂଦେଓ । ପୂର୍ବରୁ ଦୁଇ ଦୁଇ ଥର ସାଂସଦ ବନିଥିବା କଳିକେଶ ଗତଥର ପରାଜୟ ଏବଂ ବାପାଙ୍କ ସନ୍ୟାସ ପରେ ଏଥର ବଲାଙ୍ଗିର ବିଧାନସଭା ସିଟରେ ବିଜେଡି ଟିକଟରେ ଭାଗ୍ୟ ପରୀକ୍ଷା କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା ଅନେକ ଦିନ ହେଲାଣି ଗୋଟିଏ ସ୍ଥାନରୁ ବାରମ୍ବାର ଲଢେଇ କରୁଛନ୍ତି ବିଜେଡି ନେତା । ହେଲେ ଛବି ମଳିନ ହେବାରୁ ଏଥର ପୁଅଙ୍କୁ ନୂଆ ଚେହେରା କରିବାକୁ ନିଷ୍ପତ୍ତି ନେଇଛି ଦଳ । କିନ୍ତୁ ଏହା ଫାଇଦା ହେବ କି ମହାଙ୍ଗା ହେବ ତାହା ସମୟ କହିବ ।
 

Sponsored
Odisha BJD Politics | Argus News