Videos
|
Odisha

ଖଣ୍ଡି ଓଡିଆ କହି ଓଡିଆ ଭାଷାର ନବୀନ ଉଡାଉଥିଲେ ଧଜିଆ

Smruti Parija
Browse all articles by Smruti Parija
·1 year ago·2 min read
ଖଣ୍ଡି ଓଡିଆ କହି ଓଡିଆ ଭାଷାର ନବୀନ ଉଡାଉଥିଲେ ଧଜିଆ

Key Points

  • ସାମନାକୁ ଆସିଲା ବିଜେଡିର ସାମନ୍ତବାଦୀ ମାନସିକତା
  • ମୋହନ ଇଂରାଜୀ ବଦଳରେ ଓଡିଆରେ ଚଳାଇଛନ୍ତି ପ୍ରଶାସନ
  • ଖଣ୍ଡି ଓଡିଆ କହି ଓଡିଆ ଭାଷାର ନବୀନ ଉଡାଉଥିଲେ ଧଜିଆ

ଅର୍ଗସ ବ୍ୟୁରୋ: ଇଂଲିଶ ପ୍ରେମରେ ବିଜେଡି । ଓଡିଆରେ ଶାସନ ଚଳାଇଥିବା ଆଦିବାସୀ ମୁଖ୍ୟମନ୍ତ୍ରୀ କାହିଁକି ଇଂଲିଶ ହିନ୍ଦୀ କହିପାରୁନାହାଁନ୍ତି ବୋଲି ପ୍ରଶ୍ନ କରି ନିଜ ସାମନ୍ତବାଦୀ ମାନସିକତା ପୁଣି ପ୍ରମାଣ ଦେଇଛି ବିଜେଡି ।  ଓଡିଆ ଅସ୍ମିତା ଅସ୍ତ୍ରରେ ଧରାଶାୟୀ ବିଜେଡି ଏବେ ସେହି ଅସ୍ମିତା ନାଁରେ ଓଡିଆ ବଦଳରେ ଇଂରାଜୀ ପାଇଁ ଓକିଲାତି କରୁଛି । ଖାଲି ଓକିଲାତି ତ ନୁହେଁ ମୁଖ୍ୟମନ୍ତ୍ରୀ କାହିଁକି ଇଂଲିଶ- ହିନ୍ଦି କହିପାରୁନାହାଁନ୍ତି ବୋଲି ବିଜେଡି ପ୍ରଶ୍ନ କରିଥିବା ବେଳେ କଡା ଜବାବ ରଖିଛି ବିଜେପି । ନବୀନ କିପରି ଭାଷଣ ଦେବା ବେଳେ ଓଡିଆ ଭାଷାର ଧଜିଆ ଉଡାଉ ଥିଲେ ତାର ଉଦାହରଣ କରି ପାଲଟା ଆକ୍ରମଣ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀଗସ୍ତ ଅଭିଯୋଗର ଜବାବ  ବି ଦେଇଛି ବିଜେପି । 


କେବଳ ନବୀନ ନୁହଁନ୍ତି...  ନିଜ ନାଁକୁ କାର୍ତ୍ତିକେୟନରୁ କାର୍ତ୍ତିକ କରି ଭୈରବ ଶଦ୍ଦକୁ ଉହ୍ୟ ରଖିଥିବା ତାମିଲ ବାବୁଙ୍କ ପାଇଁ ନବୀନଙ୍କ ମନ୍ତ୍ରୀ ମଣ୍ଡଳର ହେଭିୱେଟ ମନ୍ତ୍ରୀ ଓ  ନେତା ବି  କେମିତି ଟ୍ରାଫିକ ସମ୍ଭାଳିଥିଲେ ତାହା କାହାକୁ ଅଛପା ନାହିଁ । ନିଜକୁ ତାମିଲ ବାବୁଙ୍କ କ୍ରୀଡଦାସ କହୁବାକୁ ବି ପଛାଇ ନଥିଲେ । 

ଖଣ୍ଡିଓଡିଆ ନେତାଙ୍କୁ ବିଜେଡି ସିନା ଗୁରୁତ୍ବ ଦେଲା ହେଲେ ଓଡିଆ ଲୋକେ ଜବାବ ଦେଲେ । ପାଣ୍ଡିଆନଙ୍କୁ ଗରୁତ୍ବ ବିଜେଡିକୁ ତଳିତଳାନ୍ତ କଲା ବୋଲି ସମୀକ୍ଷକଙ୍କ ମତ । 

ମୋହନ ସରକାର ଦାୟିତ୍ବ ନେବାରେ ଦୁଇ ମାସ ପୁରିଛି, ଏହି ଦୁଇମାସ ଭିତରେ  ଅନେକ ବିକାଶ ମୁଳକ କାମକୁ ନୂଆ ରୁପ ଦେବାରେ ପ୍ରକିୟା ଆରମ୍ଭ କରିଛନ୍ତି ନୂଆ ସରକାର । ହେଲେ  ପ୍ରଶ୍ନ ଓଡିଆ ଭାଷା ଭୁଲୁଣ୍ଠିତ କରି  ଇଂଲଶ୍ ପ୍ରେମରେ ପଡିଥିବା ବିଜେଡି ତାର ପୁରୁଣା ଅଭ୍ୟାସକୁ ଭୁଲି ପାରୁନି କି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bjd-english-politics | Argus News