Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କ୍ଷମତା ବିନା ଅଣନିଶ୍ଵାସୀ ହେଲେଣି ବବି ! ଉପ-ନିର୍ବାଚନ ଲାଗି...

Odisha

କ୍ଷମତା ବିନା ଅଣନିଶ୍ଵାସୀ ହେଲେଣି ବବି ! ଉପ-ନିର୍ବାଚନ ଲାଗି...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
କ୍ଷମତା ବିନା ଅଣନିଶ୍ଵାସୀ ହେଲେଣି ବବି  ! ଉପ-ନିର୍ବାଚନ ଲାଗି...

Key Points

  • ପୁଣି ଥରେ ବିଧାୟକ ହେବେ କି ବବି ଦାସ ?
  • କ୍ଷମତା ବିନା ଅଣନିଶ୍ଵାସୀ ହେଲେଣି ପ୍ରଣବ
  • ସୁଜାତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରୁଛି କିଏ ?

ଅର୍ଗସ ବ୍ୟୁରୋ : ଏବେ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା, ଦୈନିକ ଖବର କାଗଜରେ ବି ଖବର ପ୍ରକାଶ ହେଉଛି । ଯାଜପୁର ରାଜନୀତିକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଏବେର ବିଧାୟିକା ଥିବା ସୁଜାତା ସାହୁଙ୍କୁ କୁଆଡେ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି । ଖାଲି ବାଧ୍ୟ କରାଯାଉଛି ତାହା ନୁହେଁ ବରଂ ତାଙ୍କୁ କାମ କରିବାକୁ ବି ଦିଆଯାଉନି । କଥା ହେଲା ପାୱାର ଯିବା ପରେ ଗୋଟିଏ ପ୍ରକାର ଅଣନିଶ୍ଵାସୀ ହୋଇପଡିଛନ୍ତି ପୂର୍ବତନ ବିଧାୟକ ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କେମିତି ବିଧାନସଭାକୁ ଫେରିବେ ସେନେଇ ବାଟ ଖୋଜୁଛନ୍ତି । ଯେହେତୁ ଦଳ ଏବେ ଶାସନ କ୍ଷମତାରେ ନାହିଁ ତେଣୁ କ୍ଷମତା ତାଙ୍କ ଲାଗି ସ୍ଵପ୍ନ ସଦୃଶ ହେଲାଣି । ସେଇଥି ଲାଗି ତ ଗଳାବାଟ ଖୋଜୁଛନ୍ତି ବବି ।

ପ୍ରଣବ ପ୍ରକାଶ ଦାସ । ୨୦୦୯ରୁ ଲଗାତାର ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ୨୪ ନିର୍ବାଚନରେ ଯାଜପୁର ଛାଡ଼ି ସମ୍ବଲପୁର ଗଲେ, ସିଏ ପୁଣି ସାଂସଦ ପ୍ରାର୍ଥୀ ହୋଇ । କିନ୍ତୁ ଲୋକମାନେ ତାଙ୍କୁ ଗ୍ରହଣ କଲେନାହିଁ । ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଅମାନତ ହରାଇଥିବା ଜଣାପଡିଥିଲା । କେବଳ ବବି ନୁହେଁ ବରଂ ଅନେକ ବରିଷ୍ଠ ନେତା ବି ପରାଜୟର ସ୍ଵାଦ ଚାଖିଲେ । ନେତା ତ ନେତା ଖୋଦ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବି କଣ୍ଟାବାଞ୍ଜିରୁ ହାରିବା ସହିତ ନିଜ ପାରମ୍ପରିକ ଆସନ ହିଞ୍ଜିଳିରୁ ହାରୁହାରୁ ଜିତିଲେ । ଏଥିରେ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା କି ଜନସାଧାରଣ ବିଜେଡିକୁ ଆଉ ଚାହୁଁନାହାନ୍ତି । ହେଲେ ସରକାର ବଦଳିବା ପରେ ଅନେକ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ଯେହେତୁ କ୍ଷମତାରୁ ବହୁଦୂରରେ ଅଛନ୍ତି ବବି ଦାସ । ତେଣୁ କଳବଳେ କୌଶଳେ ବିଧାନସଭାକୁ ଫେରିବାକୁ ସେ ଇଚ୍ଛା କରୁଥିବା ଚର୍ଚ୍ଚା ଜୋର ।

ବିଧାନସଭାରେ ବିଜେଡିର ପ୍ରାୟ ୫୦ ବିଧାୟକ ବିଜୟ ହେଲେ । ୨୪ ବର୍ଷ ଶାସନ କରିବା ପରେ ଦଳ ବିରୋଧୀ ଆସନରେ ବସିଲା । ଯେହେତୁ ଏତେଦିନ ଧରି ଶାସନ କରିଥିଲେ ତେଣୁ ହଠାତ୍‌ କ୍ଷମତା ହାତରୁ ଚାଲିଯିବାରୁ ନେତାଏ ବିକଳ ହେଲେଣି । ଖାସ କରି ବବିଦାସଙ୍କ ନାଁରେ ଏବେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଫର୍ଦ୍ଦ ଯୋଡି ହୋଇ ରହୁଛି । ବ୍ଲାକ୍‌ରୋଜ ଜାହାଜଠୁ ଆରମ୍ଭ କରି ସରକାରୀ ବାସଭବନକୁ ରାଜକୀୟଶୈଳୀରେ ନିର୍ମାଣ କରିବା, ଯାଜପୁରରେ ସାଂସଦ ପାଣ୍ଠିକୁ ଜୋରଜବରଦସ୍ତି ଖର୍ଚ୍ଚ କରିବା, ବିଭିନ୍ନ ପ୍ରକଳ୍ପରେ ଟଙ୍କା ଆତ୍ମସାତ କରିବା ପରେ ଅନେକ ଅଭିଯୋଗ ରହିଛି । ହେଲେ ଏବେ ନିଜ ଇଲାକାରେ ବବି ଯେଉଁପରି ସକ୍ରିୟ ରହୁଛନ୍ତି, ଗାଁ ଗାଁ ବୁଲୁଛନ୍ତି ତାହାକୁ ନେଇ ସନ୍ଦେହ ହେଉଥିବା ବେଳେ ଦୈନିକ ଖବର କାଗଜରେ ବି ବବି ପୁଣି ଥରେ ବିଧାୟକ ହେବାକୁ ଚାହୁଁଥିବା ଖବର ପ୍ରକାଶ ପାଇବା ପରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଜନମତ ସୁଜାତାଙ୍କ ସପକ୍ଷରେ ରହିବା ପରେ ସେ ପ୍ରଥମଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତେଣୁ ସ୍ଵାଭିମାନର ସହ ସେ ପଦ ରଖୁଛନ୍ତି କି ଚାପରେ ଅଣନିଶ୍ଵାସୀ ହେଉଛନ୍ତି ତାହା ସମୟ କହିବ । ତେବେ ଏନେଇ କିନ୍ତୁ ଉଭୟ ନେତା କିମ୍ବା ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored