Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେଡିକୁ ଘାରିଛି ଅନାସ୍ଥା ଟେନସନ୍ : ପଂଚାୟତ ପ୍ରତିନିଧୀଙ୍କ ଭରସାରେ ନାହିଁ ବିଜେଡି

Odisha

ବିଜେଡିକୁ ଘାରିଛି ଅନାସ୍ଥା ଟେନସନ୍ : ପଂଚାୟତ ପ୍ରତିନିଧୀଙ୍କ ଭରସାରେ ନାହିଁ ବିଜେଡି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବିଜେଡିକୁ ଘାରିଛି ଅନାସ୍ଥା ଟେନସନ୍ : ପଂଚାୟତ ପ୍ରତିନିଧୀଙ୍କ ଭରସାରେ ନାହିଁ ବିଜେଡି

Key Points

  • ବିଜେଡିକୁ ଘାରିଛି ଅନାସ୍ଥା ଭୟ
  • ତୃଣମୂଳ ନେତାଙ୍କ ଆସ୍ଥା ହରାଉଛି ବିଜୁ ଜନତା ଦଳ
  • ବିଜେପି ଆଡକୁ ଢଳୁଛନ୍ତି ପଂଚାୟତ ପ୍ରତିନିଧୀ

ଅର୍ଗସ ବ୍ୟୁରୋ : ନିର୍ବାଚନ ହାରିବା ପରେ ଟେନସନରେ ବିଜେଡି । କାରଣ ଯେଉଁପରି ଭାବରେ ପଂଚାୟତ ସ୍ତରରେ ନେତାଏ ବିରୋଧ କଲେଣି ସେଥିରୁ ଗୋଟିଏ କଥା ସ୍ପଷ୍ଟ ବିଜେଡିରେ କିଛି ଠିକଠାକ ନାହିଁ । ସେଇଥି ଲାଗି ତ ଗଡ ରକ୍ଷା କରିବାକୁ ନିଇତି ବୈଠକ କରୁଛନ୍ତି ବିଜେଡି ସୁପ୍ରିମୋ । ଖାଲି ବୈଠକ କରୁଛନ୍ତି ତାହା ନୁହେଁ ବରଂ ୱାନ ଟୁ ୱାନ ଆଲୋଚନା କରି ନେତାଙ୍କ ସହ କରୁଛନ୍ତି ମିଟିଂ ।  

ସତ୍ତାରୁ ଯିବା ପରେ ନେତା କି କର୍ମୀ ଆଉ ବିଜେଡି ଉପରେ ବିଶ୍ଵାସ କରିପାରୁନାହାନ୍ତି । ଖାସ କରି ପଂଚାୟତ ସ୍ତରର ନେତା ଏବେ ଶାସକ ବିଜେପି ଆଡକୁ ଢଳୁଛନ୍ତି । ସେଇଥି ଲାଗି ତ କେମିତି ଗଡ ବଂଚାଇବେ ସେନେଇ କସରତ କରୁଛନ୍ତି ଖୋଦ ବିଜେଡି ସୁପ୍ରିମୋ । ଗୁରୁତ୍ଵପୂର୍ଣ୍ଣ କଥା ହେଲା,  ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ଦଳର ଟାଣୁଆ ନେତା ବାପି ସର୍ଖେଲ, ୨୦ ସମିତି ସଭ୍ୟ, ୮ ସରପଞ୍ଚ ଓ ୪ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନେଇ ମେଳି କରିଥିଲେ । ସମସ୍ତଙ୍କୁ ଏକଜୁଟ୍ ରହିବାକୁ ମନ୍ତ୍ର ଦିଆଯାଇଛି । 

କଥା ହେଲା, ବିଜେଡିକୁ ଘାରିଛି କୁଜଙ୍ଗ ବ୍ଲକ୍ ହାତରୁ ଖସିଯିବା ଭୟ । ଯେଉଁଥିପାଇଁ ପୁରୀରେ ଜଗନ୍ନାଥ ଦର୍ଶନ କରି କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁଙ୍କ ସହ ରହିବାକୁ ଶପଥ କରାଇଥିବା ଚର୍ଚ୍ଚା ହେଉଛି । ତାସହିତ କୁଜଙ୍ଗର ପଞ୍ଚାୟତ ପ୍ରତିନିଧିମାନେ ବିଜେଡି ସୁପ୍ରିମୋଙ୍କୁ ବି ଭେଟିଛନ୍ତି । କେବଳ ପାରାଦୀପ କି ଜଗତସିଂହପୁର କି ଫୁଲବାଣୀ ନୁହେଁ ବରଂ ସାରା ରାଜ୍ୟରେ ଏବେ ସମାନ ସ୍ଥିତି । ଖୋଦ ନବୀନଙ୍କ ଗଡ଼ ପୁରୁଷୋତ୍ତମପୁର ବିଜେଡି ସମର୍ଥିତ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡଙ୍କ ବିରୋଧରେ ୧୪ କାଉନସିଲରଙ୍କ ମଧ୍ୟରୁ ୯ ଜଣ ଓ ଉପାଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏପଟେ, ଖଲ୍ଲିକୋଟ୍‌ରେ ବି ସମାନ ସ୍ଥିତି । ସେଠି ବି ବିଜେଡି ଠାରୁ ମୁହଁ ଫେରାଇଛନ୍ତି ନେତା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ବିଜେଡି ଏବେ ଦୁର୍ବଳ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ପଂଚାୟତର ନେତା ଶଙ୍ଖ ଛାଡି ପଦ୍ମରେ ସାମିଲ ହେଉଛନ୍ତି । ଯଦି ଏହି ଟ୍ରେଣ୍ଡ ଲାଗି ରହେ ଆଗାମୀ ଦିନରେ ଦଳ ମୂଳପୋଛ ହେବ ବୋଲି କହିଲେଣି ଲୋକେ । ସମୟ କହିବ ପଂଚାୟତ ନିର୍ବାଚନରେ ଦଳ କେତେ ଗଡ ରଖିପାରୁଛି ।
 

Sponsored
BJD Faces Setback | Argus News