ବାଲେଶ୍ୱରରେ ବିଜେଡିରେ ତୀବ୍ର ହେଲା ଗୋଷ୍ଠୀ ବିବାଦ

Key Points
ଷ୍ଟେଟ ହେଡକ୍ବାଟରରୁ ଜିଲ୍ଲାକୁ ଜିଲ୍ଲା ବ୍ୟାପିଲାଣି ବିଜେଡି ବିଦ୍ରୋହ
ବାଲେଶ୍ବରରେ ବିଜେଡିରେ ତୀବ୍ର ହେଲା ଗୋଷ୍ଠୀ ବିବାଦ
ଖାଲି ମୁଖ୍ୟାଳୟରେ ନୁହେଁ, ଜିଲ୍ଲାକୁ ଜିଲ୍ଲା ବ୍ୟାପିଲାଣି ବିଜେଡି ବିଦ୍ରୋହ । ବାଲେଶ୍ବର ବିଜେଡିରେ ଆହୁରି ତୀବ୍ର ହେଲା ଗୋଷ୍ଠୀ ବିବାଦ । ଜିଲ୍ଲା ସଭାପତି ମନୋନୟନକୁ ନେଇ ବିବାଦ ଭିତରେ ମୁହଁ ଖୋଲିଲେ ବିଜେଡିର ଆଉ ଜଣେ ବରିଷ୍ଠ ନେତା। ପରୋକ୍ଷରେ ଶଶି ସାହୁ ଏଣ୍ଡ କୋଙ୍କୁ ଟାର୍ଗେଟ୍ କଲେ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ବର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଜ୍ୟୋତି ପାଣିଗ୍ରାହୀ । ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଅର୍ଥ ବଳ, ବାହୁବଳର ଭୟ, ମିଥ୍ୟା ଅପପ୍ରଚାର ଓ ମିଥ୍ୟା ପ୍ରତିଶ୍ରୁତିର ବଳ ଦିନେ କୁହୁଡ଼ି ଭଳି ମିଳାଇଯିବ । କ୍ରିକେଟ ମ୍ୟାଚର ଉଦାହରଣ ଦେଇ ଜ୍ୟୋତି କହିଛନ୍ତି, ଖେଳରେ ହାରିଯିବା ପରେ ଦଳ ନିଜର ଆତ୍ମ ସମୀକ୍ଷା, ଦୋଷ ଦୁର୍ବଳତା ଜାଣି ନ ପାରି ସଂଶୋଧନ ପ୍ରକ୍ରିୟା ନ କରି ଖେଳ ପରିଚାଳନା କରୁଥିବା ଆମ୍ପାୟାର, ପାଗ, ଦର୍ଶକ ଆଦିଙ୍କୁ ଦୋଷ ଦିଅନ୍ତି ।
ପଦ ପଦବୀ ପାଇଲେ ସେବା କରିବି ନ ପାଇଲେ କରିବିନି ସେମିତି ଦାବି କରିବା କାପୁରୁଷର ଲକ୍ଷଣ । ଏପରିକି ସାଇବେରିଆ ପକ୍ଷୀ ସହ ତୁଳନା କହିଛନ୍ତି ବିଜେଡି ନେତାଙ୍କୁ । ଭିଡିଓ ପୋଷ୍ଟ କରି ଜ୍ୟୋତି ଏଣ୍ଡକୋଙ୍କୁ କାଉଣ୍ଟର କରିଛନ୍ତି ଅନ୍ୟତମ ବରିଷ୍ଠ ନେତା ଶଶି ସାହୁ। କହିଛନ୍ତି ଆମେ ସାଇବେରିଆ ପକ୍ଷୀ ନୁହେଁ, ଓଡ଼ିଶାର ନାଗରିକ ।ସେପଟେ ଜିଲ୍ଲା ସଭାପତିକୁ ନେଇ ବିଜୁ ଜନତା ଦଳ ଦୁଇ ଫାଳ। ରବିନ୍ଦ୍ର ଜେନା ଗୋଷ୍ଠୀର ଶକ୍ତି ପ୍ରଦର୍ଶନ । ଏକତ୍ରିତ ହେଲେ ଜିଲ୍ଲାର ଏକାଧିକ ଜିଲ୍ଲାପରିଷଦ, ସମିତି ସଭ୍ୟ ଓ ପଞ୍ଚାୟତ ସମିତି ସଦସ୍ୟା। ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନେତୃତ୍ବରେ ହୋଟେଲରେ ମେଳି । ମଞ୍ଚରୁ ଚେତାବନୀ । ରବିନ୍ଦ୍ର ଜେନାଙ୍କୁ ଜିଲ୍ଲା ସଭାପତି ନ କଲେ ଭୁଶୁଡ଼ି ଯିବ ବିଜୁ ଜନତା ଦଳ।
📱 Get Argus News App
✨ଦଳରୁ ଇସ୍ତଫା ପରେ ମୁହଁ ଖୋଲିଛନ୍ତି ଲାଲବିହାରୀ ହିମିରିକା । କହିଛନ୍ତି, ଲୋକଙ୍କ ସମସ୍ୟା ନେଇ ଭୁବନେଶ୍ବର ଯାଉଥିବା ବେଳେ ୮ ରୁ ୧୦ବର୍ଷ ହେବ ଦଳର ମୁଖିଆଙ୍କୁ ଭେଟି ପାରୁ ନଥିଲେ । ପାଣ୍ଡିଆନଙ୍କ ମାନମୁଖୀ ଶାସନ କାରଣରୁ ଦଳ ଛାଡି ବିଜୁ ସ୍ୱାଭିମାନ ମଞ୍ଚ ଗଠନ କରିବାକୁ ପଡିଲା । ବରିଷ୍ଠଙ୍କ ଠାରୁ ଆରମ୍ଭ କରି ଯୁବ ନେତା ପର୍ଯ୍ୟନ୍ତ । ବିଜେଡି କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡୁଛି। ଜଣଙ୍କ ପରେ ଜଣେ କରୁଛନ୍ତି ଶିର୍ଷ ନେତୃତ୍ବ ବିରୋଧରେ ବିଷୋଦଗାର। ଯଦି ଏପରି ସ୍ଥିତି ଲାଗି ରହେ ତେବେ ସବୁଠାରୁ ବଡ଼ ପ୍ରଶ୍ନ , ଭାଙ୍ଗିଯିବନି ତ ବିଜେଡି ।