Odisha Politics / BJDରେ ଘମାଘୋଟ ଲଢ଼େଇ, ପାଣ୍ଡିଆନ୍ ଆଣ୍ଡ କୋ'ଙ୍କୁ ଧୁଲେଇ କଲେ ବଦ୍ରି !

Key Points
ପୁଣି ବଦ୍ରି ବାଣ । ନାଁ ନନେଇ ‘ପାଣ୍ଡିଆନ ଆଣ୍ଡ୍ କୋ’କୁ କଲେ ଟାର୍ଗେଟ୍ । ବିଜେଡି ହାରିବାର କାରଣ କହି ଖୋଲା ଟାର୍ଗେଟ୍ କଲେ ବଦ୍ରି ପାତ୍ର । ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ଆମ ଦଳ ହାରିଲା । ଏହା କ’ଣ ନବୀନଙ୍କ ଲୋକପ୍ରିୟତା ନୁହେଁ କି ବୋଲି କହିଲେ ବଦ୍ରି । ଲୋକେ ନବୀନଙ୍କୁ ଖୋଜିଲେ, ତାଙ୍କୁ ପାଇଲେ ନାହିଁ । ହେଲିକପ୍ଟରରେ ବୁଲିଲେ, ପେଣ୍ଡାଲରେ ଭାଷଣ ଦେଇ ନିଜକୁ ନବୀନ ଭାବିଲେ । ଏମାନେ ନବୀନଙ୍କର ଯେଉଁ ଅଭିନୟ କଲେ, ଲୋକେ ଅସନ୍ତୁଷ୍ଟ ହେଲେ । ଲୋକେ ଜଣାଇ ଦେଲେ ନବୀନ ନାହିଁ ତ ଭୋଟ୍ ନାହିଁ । ଯେଉଁମାନେ ନବୀନଙ୍କୁ ବୁଲାଇଲେ ନାହିଁ, ପରାଜୟ ପାଇଁ ସେମାନେ ଦାୟୀ । ଯେଉଁମାନେ ନେତାଙ୍କୁ ଦୁର୍ବଳ କରିଥିଲେ ସେହି କଥା କହିବାକୁ ଚାହୁଁଛୁ ବୋଲି କ୍ରୋଧିତ କଣ୍ଠରେ କହିଲେ ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର ।
ଅନ୍ୟପଟେ ବରିଷ୍ଠ ନେତା ତଥା ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ସବୁ ଦଳରେ ଝଡ଼ ଅଛି । କେଉଁଠି ପ୍ରକାଶ ପାଉଛି, କେଉଁଠି ପ୍ରକାଶ ପାଉ ନାହିଁ । ଦଳରେ କୌଣସି କମିଟି ଗଠନ ହେଲେ ପ୍ରତିକ୍ରିୟା ପ୍ରକାଶ ପାଏ । ସୁଜାତା ଯଦି ଆସିବେ ତାହା ଦଳ ବିଚାର କରିବ । ସାମର୍ଥ୍ୟ ଓ ଅନୁଭବ ଥିବା ଲୋକ ଆସିବାକୁ ଚାହିଁଲେ ଦଳ ବାଛିବ । ନେତା ମାନେ ମେଳି ହେବାରେ ବାଧା ନାହିଁ, ଅଧିକାର ଛଡ଼ାଇ ନେଇ ହେବନି ।
ସେହିଭଳି ପୁଣି ଆଣ୍ଟି ପାଣ୍ଡିଆନ ଗ୍ରୁପଙ୍କ ମେଳି ଦେଖିବାକୁ ମିଳିଛି । ଦେବାଶିଷ ସାମନ୍ତରାୟଙ୍କ ଫାର୍ମ ହାଉସରେ ବିଜେଡି ନେତାଙ୍କ ମେଳି । ବିଜୁ ଯୁବ ଓ ଛାତ୍ର ଜନତା ଦଳର ଜିଲ୍ଲା ଓ ରାଜ୍ୟ ପଦାଧିକାରୀ ଲିଷ୍ଟରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ କ୍ୟାମ୍ପର ଅନେକ ଯୁବ ଓ ଛାତ୍ର ନେତା ବାଦ ପଡ଼ିଥିବାରୁ ଦେବାଶିଷଙ୍କ କ୍ୟାମ୍ପରେ ଖେଳିଛି ଅସନ୍ତୋଷର ନିଆଁ । ଭଦ୍ରକ ଜିଲ୍ଲାରୁ ଛାତ୍ର ନେତାଙ୍କୁ ଆଣି କଟକ ନାଁ ଦେଇ ତାଙ୍କୁ ରାଜ୍ୟ କାର୍ଯ୍ୟକାରୀ ସଭାପତି କରାଯାଇଛି । ଯାହାକୁ ବିରୋଧ କରି ପୁଣି ବିଷ ଓଗାଳିଲେ ଦେବାଶିଷ କ୍ୟାମ୍ପର ଯୁବ ଓ ଛାତ୍ର ନେତା ।
ତେଣୁ କୁହଯାଉଛି ବିଜେଡିରେ ଏବେ ଛାତ୍ର ଓ ଯୁବ ଗୋଷ୍ଠିରେ ମଧ୍ୟ ଅସମ୍ଭାଳ ଅସନ୍ତୋଷ ଦେଖିବାକୁ ମିଳିଛି । କଟକରେ BYJD ଓ BCJD କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ । ଉପସଭାପତି ପଦ ପାଇଥିବା ସୁମନ ବେହେରାଙ୍କ ପ୍ରତିକ୍ରିୟା । କହିଲେ, ‘ଛାତ୍ର ଓ ଯୁବ ନେତାଙ୍କ ପ୍ରତି ଅନ୍ୟାୟ ହୋଇଛି । କିଛି କୁଚକ୍ରୀ ଗୋଷ୍ଠୀ ଅନେକ ଯୁବ ଓ ଛାତ୍ର ନେତାଙ୍କ ନାଁ କାଟିଛନ୍ତି । ଏହା ବିଜୁ ଜନତା ଦଳର କ୍ଷତି କରିବ, ସୁପ୍ରିମୋଙ୍କୁ ଅବଗତ କରିବୁ । ଦଳ ପାଇଁ ଅନେକ ମାଡ଼ ଖାଇଛୁ, ସଂଘର୍ଷ କରିଛୁ । କିଛି ବାହାର ଛାତ୍ର ନେତାଙ୍କୁ କଟକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଜାଣିଶୁଣି ନାଁ କାଟିବା ଦୁଃଖଦାୟକ । ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି।’
📱 Get Argus News App
✨Related Topics
Explore more stories