BJD Fund Decline / ସରକାରରୁ ଯିବା ପରେ କମୁଛି BJDର ପାଣ୍ଠି; ଆୟ ତୁଳନାରେ ଦଳୀୟ ପାଣ୍ଠିର ଖର୍ଚ୍ଚ ଅଧିକ
·1 hour ago·2 min read

Key Points
ଆସୁଛି କମ୍, ଯାଉଛି ଅଧିକ । ସତ୍ତାରୁ ଯିବା ପରେ ଏବେ ଖସୁଛି ବିଜେଡିର ଦଳୀୟ ପାଣ୍ଠି । ଗତ ମେ ୨୭ରେ ପ୍ରକାଶ ପାଇଥିବା ADR ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।
ଭୁବନେଶ୍ଵର: ଓଡ଼ିଶାରେ କ୍ଷମତାରୁ ଯିବା ପରେ ଏବେ ବିଜେଡିର ପାଣ୍ଠି ଉପରେ ବଡ଼ ପ୍ରଭାବ ପଡ଼ିଛି । ଆସୁଛି କମ୍, ହେଲେ ଖର୍ଚ୍ଚ ହେଉଛି ଅଧିକ । ADR ଅର୍ଥାତ୍ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସର ସଦ୍ୟ ପ୍ରକାଶିତ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ଏକ ଚମକାଇଲା ଭଳି ତଥ୍ୟ ।
କେବଳ ବିଜେଡି ନୁହେଁ, ଦେଶର ପ୍ରାୟ ୩୬ଟି ଆଞ୍ଚଳିକ ଦଳର ଆୟ ପୂର୍ବ ଅପେକ୍ଷା ଯଥେଷ୍ଟ କମିଛି । ସରକାର ବଦଳିବା ପରେ ବଦଳି ଯାଇଛି ଆଞ୍ଚଳିକ ଦଳଗୁଡ଼ିକର ଆର୍ଥିକ ସ୍ଥିତି ।
ଏଥିସହ ପଢ଼ନ୍ତୁ: TMC ସାଂସଦଙ୍କ ବଡ଼ ବୟାନ, କିଛି ଦିନ ମଧ୍ୟରେ ଶେଷ ହୋଇଯିବ ତୃଣମୂଳ କଂଗ୍ରେସ
୩୬ ଆଞ୍ଚଳିକ ଦଳକୁ ପୂର୍ବ ଅପେକ୍ଷା କମ୍ ପାଣ୍ଠି
ଆସୁଛି କମ୍, ଯାଉଛି ଅଧିକ । ସତ୍ତାରୁ ଯିବା ପରେ ଏବେ ଖସୁଛି ବିଜେଡିର ଦଳୀୟ ପାଣ୍ଠି । ଗତ ମେ ୨୭ରେ ପ୍ରକାଶ ପାଇଥିବା ADR ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେଡିର ମୋଟ ଆୟ ୧୧୦ କୋଟି ଟଙ୍କା ଥିବାବେଳେ ଦଳ ଖର୍ଚ୍ଚ କରିଛି ପ୍ରାୟ ୨୮୮ କୋଟି ଟଙ୍କା ।
ଏହି ୧୧୦ କୋଟି ମଧ୍ୟରୁ ଦଳ ୬୦ କୋଟି ଟଙ୍କା ଡୋନେସନ୍ ବା ପାଣ୍ଠି ସୂତ୍ରରୁ ପାଇଥିବା ବେଳେ ୫୦ କୋଟି ଟଙ୍କା ବ୍ୟାଙ୍କ ସୁଧ ଆକାରରେ ପାଇଛି । ବଡ଼ କଥା ହେଉଛି, ୨୦୨୪ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୨୩-୨୪ ବର୍ଷରେ ବିଜେଡି ପ୍ରାୟ ୨୯୭ କୋଟି ଟଙ୍କା ଆୟ କରିଥିଲା । ତେବେ ବିରୋଧୀ ଦଳରେ ଥିବା ବେଳେ ପାଣ୍ଠି କମିବା କୌଣସି ବଡ଼ କଥା ନୁହେଁ ବୋଲି କହିଛନ୍ତି ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା ।
କେବଳ ବିଜେଡି ନୁହେଁ, ଦେଶର ଅନ୍ୟ ବଡ଼ ଆଞ୍ଚଳିକ ଦଳଗୁଡ଼ିକର ସ୍ଥିତି ମଧ୍ୟ ପ୍ରାୟ ସମାନ ରହିଛି । ଆଞ୍ଚଳିକ ଦଳଗୁଡ଼ିକ ଭିତରେ ଟିଡିପିର ସର୍ବାଧିକ ୨୨୮ କୋଟି ୩୨ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ଟିଏମ୍ସିର ୨୧୯ କୋଟି ୩୫ ଲକ୍ଷ ଏବଂ ୱାଇଏସ୍ଆର କଂଗ୍ରେସ ପାର୍ଟିର ୧୪୦ କୋଟି ୩୯ ଲକ୍ଷ ଟଙ୍କା ଆୟ ହୋଇଛି ।
ଏଥିସହ ପଢ଼ନ୍ତୁ: ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ, BJD ସମ୍ପତ୍ତି ବିଦେଶ ପଠାଇ ଦେଇଛନ୍ତି ପାଣ୍ଡିଆନ୍
ଅନ୍ୟପଟେ ଖର୍ଚ୍ଚ ତାଲିକାକୁ ଦେଖିଲେ, ୱାଇଏସ୍ଆର କଂଗ୍ରେସ ସର୍ବାଧିକ ୩୪୦ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି, ଯାହା ତା’ର ଆୟ ଠାରୁ ପ୍ରାୟ ଦୁଇ ଗୁଣରୁ ବି ଅଧିକ । ସେହିଭଳି ଟିଏମ୍ସି ମଧ୍ୟ ୨୨୭ କୋଟି ୫୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିଆରଏସ୍, ଜେଡିୟୁ ଏବଂ ସପା ଭଳି ଦଳ ମଧ୍ୟ ନିଜ ଆୟ ତୁଳନାରେ ଯଥେଷ୍ଟ ଅଧିକ ଅର୍ଥ ଖର୍ଚ୍ଚ କରିଥିବା ଜଣାପଡ଼ିଛି ।
ସମଗ୍ର ଦେଶକୁ ଦେଖିଲେ ୩୬ଟି ପ୍ରମୁଖ ଆଞ୍ଚଳିକ ଦଳର ଆୟ ୨୦୨୪-୨୫ ବର୍ଷରେ ପ୍ରାୟ ୫୧.୫୭ ପ୍ରତିଶତ କମିଛି । ରାଜନୈତିକ ସମୀକ୍ଷକଙ୍କ ମତରେ, ଜାତୀୟ ଦଳ ସହିତ ଯେଉଁ ଦଳଗୁଡ଼ିକ ସରକାରରେ ରହୁଛନ୍ତି, ସେମାନଙ୍କ ଉପରେ ଡୋନର ବା ପାଣ୍ଠି ଦାତାଙ୍କ ଭରସା ଅଧିକ ବଢ଼ୁଛି । ସେହି କାରଣରୁ କ୍ଷମତା ହରାଇବା ପରେ କିମ୍ବା ବିରୋଧୀ ଆସନରେ ବସିବା ପରେ ଆଞ୍ଚଳିକ ଦଳଗୁଡ଼ିକୁ କମ୍ ପାଣ୍ଠି ମିଳୁଥିବା ଏବେ ଚର୍ଚ୍ଚା ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories