|
logo
Live

Argus News - ନିର୍ବାଚନ ହାୱା : ପାଣ୍ଡିଆନଙ୍କୁ ସାଙ୍ଗରେ ନେଇ ୩୦ ଜିଲ୍ଲା ବୁଲିବେ ନବୀନ !

Odisha

ନିର୍ବାଚନ ହାୱା : ପାଣ୍ଡିଆନଙ୍କୁ ସାଙ୍ଗରେ ନେଇ ୩୦ ଜିଲ୍ଲା ବୁଲିବେ ନବୀନ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନିର୍ବାଚନ ହାୱା : ପାଣ୍ଡିଆନଙ୍କୁ ସାଙ୍ଗରେ ନେଇ ୩୦ ଜିଲ୍ଲା ବୁଲିବେ ନବୀନ !

Key Points

  • ଦଳୀୟ କର୍ମୀଙ୍କ ଉପରେ ନବୀନଙ୍କ ପାଉନି ଭରସା
  • ୩୦ ଜିଲ୍ଲା ଗସ୍ତରେ ଯିବେ ନିଜେ ନବୀନ
  • ସାଙ୍ଗରେ ଯାଇପାରନ୍ତି ପାଣ୍ଡିଆନ୍‌ 

ଅର୍ଗସ ବ୍ୟୁରୋ : ସରିଲା ସେମିଫାଇନାଲ, ଏବେ ଫାଇନାଲକୁ ଅପେକ୍ଷା । ତିନିତିନୋଟି ରାଜ୍ୟରେ ବିଜେପିର ବାଜିମାତ୍‌ ପରେ ଏବେ ଚିନ୍ତାରେ ବିଜେଡି । କେମିତି ୨୪ ନିର୍ବାଚନରେ ଦଳ କ୍ଷମତା ବଜାୟ ରଖିବ ସେନେଇ ପ୍ରସ୍ତୁତ ହେଲାଣି ସ୍ଵତନ୍ତ୍ର ରଣନୀତି । ଏମିତିକି କର୍ମୀଙ୍କ ଉପରେ କି ବଡ ନେତାଙ୍କ ଉପରେ କାଳେ ଭରସା କରିପାରୁନାହାନ୍ତି ନବୀନ । ସେଇଥି ଲାଗି ତ ପାଣ୍ଡିଆନଙ୍କୁ ସାଙ୍ଗରେ ଧରି ୩୦ ଜିଲ୍ଲା ଗସ୍ତରେ ନବୀନ ବାହାରିବେ ବୋଲି ଚର୍ଚ୍ଚା ଜୋର ଧରିଛି । 

ବିଜେଡି ଫୋକସ୍‌ରେ ୨୪ ସାଧାରଣ ନିର୍ବାଚନ । ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବା ଲକ୍ଷ୍ୟରେ ସୁପ୍ରିମୋ ନବୀନ ପଟ୍ଟନାୟକ । ସେଇଥି ଲାଗି ତ ଏବେଠୁ ସରଗରମ ହେଲାଣି ରାଜନୀତି । ମାଳମାଳ ଯୋଜନା କଲେ, ପିଲାଠୁ ବୁଢା ଲାଭ ପାଇଲେ । ହେଲେ ବି ବିଜେଡିର ଆଉ ସେତେଟା ଲୋକପ୍ରିୟତା ନାହିଁ ବୋଲି ଖୋଦ୍‌ ଜାଣିସାରିଲେଣି ସଭାପତି । ଯାହାକୁ ନେଇ ଟେନସନ୍‌ରେ ଛାମୁଆ ନେତା । ନବୀନଙ୍କୁ ଛାଡିଦେଲେ ଯିଏ ବି ଯିବ ଭୋଟ୍‌ ଆଣିବା ସମ୍ଭବ ହେବନି । ଏକଥା କାହାକୁ ବି ଅଛପା ନାହିଁ । ତେଣୁ ମାଷ୍ଟ୍ରର ଷ୍ଟ୍ରୋକ୍‌ ଦେବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ନବୀନ ।

ସାଧାରଣ ନିର୍ବାଚନକୁ ଆହୁରି ୪ ମାସ ବାକି ରହିଲାଣି । ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା, ବିଜେଡି ପାଇଁ ବଡ଼ ସମସ୍ୟା ଟିକେଟ ବଣ୍ଟା । ଦଳୀୟ କନ୍ଦଳ ବି ମୁଖ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ । କାରଣ ସାମାନ୍ୟ ଭୁଲ ହେଲେ ଧାମନଗର ପରି ପୂରା ରାଇଜଟା ହାତରୁ ଖସିଯାଇପାରେ । ତେଣୁ କୌଣସି ପରିସ୍ଥିତିରେ ବି ଟିକେଟ୍‌କୁ ନେଇ କେଁ ରଖିବାକୁ ଚାହୁଁନାହାନ୍ତି ନବୀନ । ବୋଧହୁଏ ସେଇଥି ଲାଗି ନିଜେ ଜିଲ୍ଲାୱାରୀ ଗସ୍ତ କରିବା ସହ କାହାକୁ ଟିକେଟ୍‌ ମିଳିଲେ ଦଳ ଜିତିବ ସେହିକଥା ନିଜେ ପରଖିବାକୁ ଚେଷ୍ଟା କରିପାରନ୍ତି ନବୀନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଏହାରି ଭିତରେ ୪ ରାଜ୍ୟର ବିଧାନସଭା ନିର୍ବାଚନ ଶଙ୍ଖ ଦଳକୁ ଆହୁରି ଟେନସନ୍‌ରେ ପକାଇଛି । ବିଜେପିର ଟ୍ରେଣ୍ଡ ଦେଖି ଝାଳନାଳ ହେଲାଣି ବିଜେଡି । ତେବେ ସମୟ  କହିବ ଏଥର କେତେ ଗଡକୁ ସମ୍ଭାଳିପାରୁଛି ବିଜେଡି ।
 


 

Sponsored
ନିର୍ବାଚନ ହାୱା : ପାଣ୍ଡିଆନଙ୍କୁ ସାଙ୍ଗରେ ନେଇ ୩୦ ଜିଲ୍ଲା ବୁଲିବେ ନବୀନ ! | Argus News