Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଧାନସଭାରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ଫସିଗଲା ବିଜେଡ଼ି

Odisha

ବିଧାନସଭାରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ଫସିଗଲା ବିଜେଡ଼ି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଧାନସଭାରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ଫସିଗଲା ବିଜେଡ଼ି

ଅର୍ଗସ ବ୍ୟୁରୋ:  ଶୂନ୍ୟକାଳରେ ବିଧାନସଭାରେ ଉଠିଲା ଗନ୍ଧମାର୍ଦ୍ଦନ ଝଡ । ଗନ୍ଧମାର୍ଦ୍ଦନ ବିବାଦକୁ ନେଇ ଗୃହରେ ବିଜେଡିକୁ କଠାଗଡାକୁ ଟାଣିଲା ବିଜେପି । ପୂର୍ବ ବିଜେଡ଼ି ସରକାର କିପରି ଓଡ଼ିଶାର ଜମିକୁ କମ୍ପାନୀ ହାତକୁ ଟେକି ଦେଉଥିଲେ, ତାହାର ଖୁଲାସା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ମନ୍ତ୍ରୀ କହିଛନ୍ତି, 1991ରେ ବିଜୁ ବାବୁ ଚୁକ୍ତି କରିଥିଲେ । ପରେ ବିଜେଡ଼ି ସରକାର ମଧ୍ୟ ଖପ୍ରାଖୋଲରେ ବେଦାନ୍ତ କମ୍ପାନୀକୁ ଜମି ଟେକି ଦେବାକୁ ମସୁଧା କରିଥିଲା । କାହାର କଣ ଚରିତ୍ର ଓଡ଼ିଶା ବାସୀ ଜାଣିବାର ଆବଶ୍ୟକ ରହିଛି । ବିଜେପି ସହ ବିଜେଡ଼ି ମେଣ୍ଟ କରି ଆଜି ପଶ୍ଚ୍ୟାତାପ କରୁଛି । ବିଜେଡ଼ି ସହ ମିତ୍ରତା ଦୂରରେ ଥାଉ ଶତ୍ରୁତା ପାଇଁ ବି ଯୋଗ୍ୟ ନୁହେଁ ବୋଲି କଟାକ୍ଷ କରିଛନ୍ତି ରାଜସ୍ୱ ମନ୍ତ୍ରୀ ।

ସେପଟେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଗନ୍ଧମାର୍ଦ୍ଦନ ପାହାଡ଼କୁ କୌଣସି ମତେ ବିଜେପି ସରକାର କାହା ହାତକୁ ଟେକି ଦେବନାହିଁ । ସେ କମ୍ପାନୀକୁ ପୂର୍ବ ବିଜେଡି ସରକାର ଜମି ଟେକି ଦେଇଛି । ତେଣୁ ନିଜ ଭୁଲ ବିଜେଡ଼ି ପ୍ରଥମେ ସ୍ବୀକାର କରୁ ବୋଲି କହିଛନ୍ତି କେଭି । ସେପଟେ ବିଜେଡ଼ି ପ୍ରଶ୍ନ କରିଛି, ପୂର୍ବ ସରକାର ବକ୍ସାଇଟ ଖନନ ପାଇଁ ଯେତେବେଳେ କମ୍ପାନୀକୁ ଟେକି ଦେବାକୁ ଯାଉଥିଲେ ସେତେବେଳେ ଜନ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଇଁ ଥିଲେ । ଦିନେ ବିଜୁ ପଟ୍ଟନାୟକଙ୍କ ସରକାର ସେ ନିର୍ଦ୍ଦେଶକୁ ବାତିଲ କରିଥିଲେ ।

କିନ୍ତୁ ପୁଣି ବର୍ତ୍ତମାନର ସରକାର  କମ୍ପାନୀକୁ ଟେକି ଦେବାକୁ ଯାଉଛନ୍ତି । ଅନ୍ୟପଟେ କଂଗ୍ରେସ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ଦେଇଛି ଆନ୍ଦୋଳନର ଚେତାବନୀ ।ପୂର୍ବ ବିଜେଡ଼ି ସରକାର ବେଳେ ଗନ୍ଧମାର୍ଦ୍ଦନକୁ କମ୍ପାନୀ ହାତକୁ ଟେକି ଦେବା ପାଇଁ ହୋଇଥିଲା ମସୁଧା । ଯାହାକୁ ନେଇ   ହୋଇଛି ଅନେକ ଜନ ଆନ୍ଦୋଳନ । ଏବେ ପୁଣି ବିବାଦ ଉଠିଛି ବିବାଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD gets stuck raising Gandhamardan issue in Assembly | Argus News