Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୁନ୍‌ ୪ରେ ଏକ୍ସପାଏରୀ ଶଙ୍ଖର

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଜୁନ୍‌ ୪ରେ ଏକ୍ସପାଏରୀ ଶଙ୍ଖର

Key Points

  • ବିଜେଡି ଉପରେ ବର୍ଷିଲେ ମୋଦି
  • ଜୁନ୍‌ ୪ରେ ଏକ୍ସପାଏରୀ ଶଙ୍ଖର
  • ଜୁନ୍‌ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ : ମୋଦି
     

ଅର୍ଗସ ବ୍ୟୁରୋ : ବ୍ରହ୍ମପୁରର ବର୍ଷିଲେ ମୋଦି । ବିଜେଡି ସରକାର କେମିତି କେନ୍ଦ୍ର ଯୋଜନାକୁ ହଡପ୍ କରି ନିଜ ଷ୍ଟିକର ମାରି ସବୁ ହଡପ୍‌ କରୁଛି ସେନେଇ ବି ଖୋଲିଲେ ଗୁମର । ଏହାସହ ଦମ୍ଭୋକ୍ତି ଦେଖାଇଲେ ଜୁନ-୪ ବିଜେଡିର ଏକ୍ସପାଏରୀ ଡେଟ୍‌ । ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ, ୧୦ରେ ଶପଥ ଗ୍ରହଣ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

୨୪ ନିର୍ବାଚନରେ ଓଡ଼ିଶାରେ ବିଜେପିର ବିଜୟ ହେବ । ଖାଲି ବିଜୟ ହେବ ତାହା ନୁହେଁ ବରଂ ବହୁମତରେ ସରକାର କରିବ । ଗରିବ ଭାଇ-ଭଉଣୀଙ୍କ ଲାଗି ବିଜେଡି ସରକାର ଯେମିତି କୁଠାରଘାତ କରୁଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ଏଥର ବିଜେଡି ସରକାରର ପତନ ହେବ...ପଦ୍ମଫୁଲ ଫୁଟିବ । ଏହାସହ ମୋଦି କହିଛନ୍ତି, ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି । ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇସାରିଛି । ବିଜେପି ଯାହା କହେ, ତାହା କରି ଦେଖାଏ ମୋଦି । ଏଠାରେ ସରକାର ହେଲାପରେ ସମସ୍ତ ଘୋଷଣା କାର୍ଯ୍ୟକାରୀ ହେବ । ସମସ୍ତ ଘୋଷଣା କାର୍ଯ୍ୟକାରୀ କରିବା ମୋଦିର ଗ୍ୟାରେଣ୍ଟି ।

ବ୍ରହ୍ମପୁର ସଭାରେ ମନଖୋଲା ବର୍ଷିଲେ ମୋଦି । କହିଲେ, ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି । ଜୁନ୍‌ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ । ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି । ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି । ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି ବୋଲି କହିଛନ୍ତି ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ରହିଛି । ଓଡ଼ିଶାକୁ ମହାପ୍ରଭୁ ପ୍ରାକୃତିକ ସଂପଦରେ ଭରି ଦେଇଛନ୍ତି । ଏତେ ଧନୀ ଓଡ଼ିଶାର ଲୋକ କାହିଁକି ଗରିବ ରହିଛନ୍ତି ? ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନେତାଙ୍କ ଲୁଟ୍‌ ଏହି ପାପ ପାଇଁ ଦାୟୀ। ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲ୍ଲାରୁ ସର୍ବାଧିକ ଶ୍ରମିକ ଦାଦନ ଯାଉଛନ୍ତି । ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ । ମୋଦି ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି । ୧୦ ବର୍ଷରେ ଉପା ସରକାର ଓଡ଼ିଶାକୁ ୧ ଲକ୍ଷ କୋଟି ଦେଇଥିଲେ । ମୋଦି ୧୦ ବର୍ଷରେ ଓଡ଼ିଶାକୁ ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଦେଇଛନ୍ତି । କେବଳ ପଇସା ପଠାଇଲେ ହେବ ନି, ଭଲ ସରକାର ହେବା ତ ଦରକାର । ବିଜେଡି ସରକାର କେନ୍ଦ୍ର ଯୋଜନାରେ ନିଜ ଷ୍ଟିକର ଲଗାଇ ଲୁଟୁଛି  ବୋଲି ମୋଦି କହିଛନ୍ତି । ତେବେ ମୋଦିଙ୍କ ଏମିତି ଆଟାକ୍‌ରେ ଘାଇଲା ବିଜେଡି ।
 

Sponsored
PM Narendra Modi | Argus News