Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 24ବର୍ଷର ସ୍ଥାୟୀ ସରକାରଙ୍କ ମାଳ ମାଳ ଯୋଜନା ଫେଲ୍

Odisha

24ବର୍ଷର ସ୍ଥାୟୀ ସରକାରଙ୍କ ମାଳ ମାଳ ଯୋଜନା ଫେଲ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
24ବର୍ଷର ସ୍ଥାୟୀ ସରକାରଙ୍କ ମାଳ ମାଳ ଯୋଜନା ଫେଲ୍

ଅର୍ଗସ ବ୍ୟୁରୋ:  ରାସ୍ତା, ପାନିୟ ଜଳ, ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗାଁ । ପୂର୍ବରୁ ଦେବଗଡରୁ ଅନୁଗୋଳକୁ ସଂଯୋଗ କରିବା ଲାଗି ଏ ଥିଲା ଗୋଟିଏ ମାତ୍ର ରାସ୍ତା ।  ଟିକିରା ନଦୀରେ ସେତୁ ନିର୍ମାଣ ପରଠାରୁ ରାସ୍ତା ଟି ମୁଖ୍ୟ ରାସ୍ତାରୁ ଅଲଗା ହେଇଯାଇଥିଲା। ମରାମତୀ ଅଭାବରୁ ଧିରେ ଧିରେ ଏହି ରାସ୍ତା ନଷ୍ଟ ହେବାକୁ ବସିଛି । ଦେବଗଡ ରିଆମାଳ ବ୍ଲକ ବୁଢ଼ାପାଲରୁ ସରପାଳକୁ ସଂଯୋଗ କରୁଥିବା ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ।  ଗାଁକୁ ଆମ୍ବୁଲାନ୍ସ ଭଳି ଜରୁରୀ ସୁବିଧା ପହଞ୍ଚି ପାରୁ ନାହିଁ । ପ୍ରତେକ ଦିନ ଚାରିରୁ ପାଞ୍ଚହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ହେଲେ ଗାଁକୁ ରାସ୍ତା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ତୁରନ୍ତ ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବୀ ହୋଇଛି ।

କେବଳ ରାସ୍ତା ନୁହେଁ, ପାନିୟ ଜଳ, ଶିକ୍ଷା ଭଳି ସୁବିଧା ମଧ୍ୟ ଅଭହେଳିତ । ଗାଁରେ ଥିବା କିଛି ନଳକୂପ ମରାମତି ଅଭାବରୁ ନଷ୍ଟ ହେବାକୁ ବସିଛି । ତେବେ ବ୍ୟବହାର ହେଉଥିବା ଦୁଇଟି ନଳକୂପରୁ ବାହାରୁଛି ଲୁହା ଗୁଣ୍ଡ ପାଣି । ଯାହା ବ୍ୟବାହର ଉପଯୋଗୀ ନୁହେଁ । ସେହିପରୀ ପୂର୍ବ ସରକାର ଗାଁରେ ଥିବା ପ୍ରଥମିକ ବିଦ୍ୟାଳୟକୁ ବନ୍ଦ କରିଦେଥିଲେ । ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରୀ ନାହିଁ ।  ସମସ୍ୟା ପାଇଁ 24 ବର୍ଷର ସ୍ଥିର ସରକାରଙ୍କୁ ଦାୟୀ କରିଛନ୍ତି ଅଞ୍ଚଳ ବାସୀ ।

ରାଜ୍ୟରେ 25 ବର୍ଷର ସ୍ଥାୟୀ ସରକାର ବଦଳିଛି । ନୂତନ ସରକାର ଗ୍ରାମବାସୀଙ୍କୁ ଦୁଃଖ ଶୁଣିବେ ବୋଲି ଆଶା ପ୍ରକଟ କରିଛନ୍ତି ଗ୍ରାମବାସୀ । କେବେ ଗ୍ରାମବସୀଙ୍କ ନିକଟରେ ମୌଳିକ ସୂବିଧା ପହଞ୍ଚୁଛି ତାହା ଦେଖିବାକୁ ବାକି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjd government all scheme failed | Argus News