ସାମ୍ନାକୁ ଆସୁଛି 24 ବର୍ଷ ସରକାରର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ

Key Points
ସାମ୍ନାକୁ ଆସୁଛି 24 ବର୍ଷ ସରକାରର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ
ଟଙ୍କା ଲୁଟ୍ ପାଇଁ ନବୀନ ସରକାର କରିଥିଲେ `ମୁକ୍ତା' ଯୋଜନା
ବଲାଙ୍ଗିରରୁ ବାଲେଶ୍ବର ଲମ୍ବିଛି ଦୁର୍ନୀତିର ଚେର
RTI ତଥ୍ୟ ଖୋଲିଲା କେଳେଙ୍କାରୀର ଗୁମର
ଅର୍ଗସ ବ୍ୟୁରୋ: ସହରାଞ୍ଚଳ ଲୋକଙ୍କ କର୍ମ ନିଯୁକ୍ତି ଓ ସହର ବିକାଶ ପାଇଁ ବିଜେଡି ସରକାର ଆରମ୍ଭ କରିଥିଲା ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା ବା `ମୁକ୍ତା' । ହେଲେ ଏହି ଯୋଜନାରେ ରାଜ୍ୟବ୍ୟାପୀ କୋଟି କୋଟି ଚଳୁ ହୋଇଛି । ବଲାଙ୍ଗିର ପୌରପରିଷଦର ୧୫ ନମ୍ବର ଓ୍ବାର୍ଡରେ 30 ହଜାର ଟଙ୍କା ଲେଖାଏଁ ୧୫ଟି ମୁକ୍ତା ପ୍ରକଳ୍ପ ଅନୁମୋଦନ ହୋଇଥିଲା । ହେଲେ ବାସ୍ତବରେ ଗୋଟିଏ ବି ପ୍ରକଳ୍ପ ହୋଇନାହିଁ । ସୂଚନା ଅଧିକାର ଆଇନରେ ଖୋଲିଛି ଏହି କେଳେଙ୍କାରୀର ଗୁମର । ମିଛରେ SHG ଗ୍ରୁପ୍ କାମ କରିଥିବା କୁହାଯାଇଥିଲା। କାମର ତଦାରଖ କରିଥିଲେ ଜେଇ ପ୍ରଭାତ ବାରିକ । ଯିଏ ଟଙ୍କା ହରିଲୁଟ ଅଭିଯୋଗରେ ସସ୍ପେଣ୍ଡ ହୋଇଛନ୍ତି ।
ବାଲେଶ୍ବରରେ ବି ବଲାଙ୍ଗିର ଅବସ୍ଥା । ଏଠି ବି ବ୍ୟାପକ ସରକାରୀ ଟଙ୍କା ଲୁଟ୍ ହୋଇଛି। ସହରର ୩୧ଟି ୱାର୍ଡରେ ମିନି ପାର୍କ, ଓପନ୍ ଜିମ୍, ଶୌଚାଳୟ ଆଦି କାମ ପାଇଁ ବିଲ୍ ହୋଇଛି। ବିଭିନ୍ନ ୱାର୍ଡରେ ନିର୍ମିତ ୩୨ଟି ଶୌଚାଳୟ ମଧ୍ୟରୁ ଅନେକର ଅବସ୍ଥା ଦୟନୀୟ। ମିନି ପାର୍କର ଅବସ୍ଥା ଆହୁରି ବିପର୍ଯ୍ୟସ୍ତ । ୩୧ଟି ଓପନ୍ ଜିମ୍, ସ୍ଥିତି ଏମିତି କାହାରି କାମରେ ଆସୁନି।
ବାଲେଶ୍ବର ପୌରପାଳିକାରେ ମୁକ୍ତା ଯୋଜନାରେ ୧୦୩ଟି ପ୍ରକଳ୍ପ ପ୍ରସ୍ତାବ ଦିଆ ଯାଇଥିବା ବେଳେ, ୯୮ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା । ୪ ବର୍ଷ ପରେ ମାତ୍ର ୪୧ଟି ସମ୍ପୂର୍ଣ୍ଣ ହୋଇଛି । ୪୩ଟି ପ୍ରକଳ୍ପ ଏଯାଏଁ ଆରମ୍ଭ ବି ହୋଇ ନାହିଁ । ୧୪ଟି ପ୍ରକଳ୍ପର ହିସାବ କାହାରି ପାଖରେ ମଧ୍ୟ ନାହିଁ । ନୂଆ ନାଁ ଦେଇ ସରକାରୀ ଟଙ୍କା ଲୁଟ୍ ପାଇଁ ଯୋଜନା କରିଥିଲେ ନବୀନ ସରକାର। ଏବେ ସବୁ କେଳେଙ୍କାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।